ରାଜ୍ୟ ସ୍ତରୀୟ ଡ଼ୁମାଳ ବିକାଶ ସମାବେଶ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ହରଡ଼ଖୋଲ ଠାରେ ପ୍ରତିଷ୍ଠାତା ସଭାପତି ଦେବାର୍ଚ୍ଚନ ଚାଉଳିଆଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ପୂର୍ବ ରାଜ୍ୟ ସମ୍ପାଦକ କୃତ୍ତିବାସ ପଲିଆ ବୈଠକ ର ଆଭିମୁଖ୍ୟ ଉପରେ ସମ୍ୟକ ଧାରଣା ଦେଇଥିବାବେଳେ ବିଭିନ୍ନ ଆଲୋଚନାରେ ଜାତିର ଐତିହ୍ୟ, ସଂସ୍କୃତି, ପରମ୍ପରା,କୃଷି, ଗୋପାଳନ, ଶିକ୍ଷା, ଅର୍ଥନୈତିକ ବିକାଶ,ରାଜନୈତିକ ଅଧିକାର, ସାମ୍ବିଧାନିକ ଅଧିକାର, ସାମାଜିକ ସଂସ୍କାର, ନିଶା ନିବାରଣ, ଯୌତୁକ ପ୍ରଥା ବିଲୋପ, ନାରୀ ନିର୍ଯ୍ୟାତନା, ରକ୍ତଦାନ, ସେବା, ସମର୍ପଣ, ସହଯୋଗ ଓ ସୁରକ୍ଷା ଉପରେ ସମାଜର ବିକାଶ କିପରି ହୋଇପାରିବ ବୋଲି ମତ ରଖିଥିଲେ l ବିଭିନ୍ନ ଆଲୋଚନାରେ ଦୟା ସାଗର ମେଣ୍ଡଲି,ଅକ୍ରୁର କଳତା,ଶମ୍ଭୁ ଗିରି, ନିରଞ୍ଜନ ଗିରି, ହୃଷିକେଶ ପ୍ରଧାନ, ଉମେଶ ପ୍ରଧାନ, ଉଦୟ ନାଥ ପ୍ରଧାନ, ସରୋଜ କୁମାର ଦଳବେହେରା, ସରୋଜ ମେସ୍ୱା, ମୋହନ କର୍ମୀ, ଗଦାଧର ମହାଖୁଡ଼, ଚତୁର୍ଭୁଜ ବେହେରା, ତାରିଣୀ ପ୍ରସାଦ କର୍ଣ୍ଣ, ପ୍ରେରମାନନ୍ଦ ପ୍ରଧାନ, ବିପିନ ଜେନା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ଆସନ୍ତା ମାର୍ଚ୍ଚ 8 ତାରିଖ ରବିବାର ଦିନ ବୌଦ୍ଧ ଜିଲ୍ଲା ଜଗତୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ପ୍ରଥମ ରାଜ୍ୟ ସ୍ତରୀୟ ଡ଼ୁମାଳ ବିକାଶ ସମାବେଶ ଆୟୋଜନ କରିବା ପାଇଁ ସ୍ଥିର କରାଯାଇ ଏକ ଆୟୋଜନ କମିଟି ଗଠନ କରାଯାଇ ମୁଖ୍ୟ ଆବାହକ ଭାବେ ଦେବାର୍ଚ୍ଚନ ଚାଉଳିଆ, ମୁଖ୍ୟ ସଂଯୋଜକ ଭାବେ କୃତ୍ତିବାସ ପଲିଆ, ଆବାହକ ମଣ୍ଡଳୀ ସଦସ୍ୟ ଭାବେ ବିଶିକେଶନ ପ୍ରଧାନ, ଉଦୟ ନାଥ ପ୍ରଧାନ, ଦୟାସାଗର ମେଣ୍ଡଲି, ପରମାନନ୍ଦ ପ୍ରଧାନ, ହୃଷିକେଶ ପ୍ରଧାନ, ଉମେଶ ପ୍ରଧାନ ସହ ସଂଯୋଜକ ଭାବେ ଶମ୍ଭୁ ଗିରି, ସରୋଜ ମେସ୍ବା, ନାରାୟଣ ଦନ୍ତା, ସୁଦର୍ଶନ ମହାଖୁଡ଼ଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
