July 6, 2025
Home » ରାଜ୍ୟ ସ୍ତରୀୟ ଦୋଳ ମହୋତ୍ସବର ଅଷ୍ଟମ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଜ୍ୟ ସ୍ତରୀୟ ଦୋଳ ମହୋତ୍ସବର ଅଷ୍ଟମ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
WhatsApp Image 2025-03-16 at 11.56.28 AM

l
ସୁବର୍ଣ୍ଣପୁର: ବୌଦ୍ଧ ଜିଲ୍ଲା ମଥୁରl ପଂଚାୟତ କେଳାକଟା ଖେଳ ପଡିଆଠାରେ ପ୍ରଥମ ରାଜ୍ୟ ସ୍ତରୀୟ ଦୋଳ ମହୋତ୍ସବରେ ଗତକାଲି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସନ୍ଧ୍ୟାରେ କୃଷ୍ଣ ଓ ବଳରାମ ଙ୍କୁ ନେଇ ଏକ ସୁସଜ୍ଜିତ ରଥରେ ରାଧାନଗର ପଂଚାୟତର ବିଭିନ୍ନ ଗ୍ରାମକୁ ପରିକ୍ରମା କରିଥିଲେ l ବିଭିନ୍ନ ଗ୍ରାମରେ ଭବ୍ୟ ସ୍ୱାଗତ କରାଯାଇଥିଲା l ଏହା ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ସଭା ପୂର୍ବରୁ ପାତାଳି ଶ୍ରୀକ୍ଷେତ୍ର ନାଏକ ପଡା ଗୁମ୍ଫାର ମହନ୍ତ ଓ ଅତିଥି ମାନଙ୍କ ଦ୍ୱାରା ମଞ୍ଚରେ ଶ୍ରୀରାଧl କୃଷ୍ଣ ଙ୍କ ଫୋଟୋ ଚିତ୍ରରେ ଧୂପ ଦୀପ ପ୍ରଜ୍ଜଳନ କରାଯାଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବରେ ଛତ୍ରପୁର ଗଞ୍ଜାମ ବୈଦ୍ୟଶାଳାର ପ୍ରତିଷ୍ଠାତା ଡା. ନିରାକାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରାକୃତିକ ଚିକିତ୍ସା ଦ୍ୱାରା କେମିତି ସମସ୍ତେ ନିରୋଗ ରହି ପାରିବେ ସେ ବିଷୟ ରେ ବକ୍ତବ୍ୟ ପ୍ରଦାନ କରିଥିଲେ l ସ୍ୱତନ୍ତ୍ର ଅତିଥି ଭାବେ କନ୍ଧମାଳ ଜାଗରଣ ମଞ୍ଚର ସଂଯୋଜକ ପରେଶ କୁମାର ମହାପାତ୍ର ଓ ମୁଖ୍ୟବକ୍ତା ଭାବେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ଦଣ୍ଡ, ରାମାୟଣ, ମହାଭରତ ନାଟକ ଲେଖକ ବିପିନ ବିହାରୀ ପାତ୍ର ଯୋଗଦେଇ ଏ ଅଞ୍ଚଳର ସାଂସ୍କୃତିକ, ଆଧ୍ୟlତ୍ମିକ, ଅର୍ଥ ନୌତିକ ବିକାଶ ସହିତ କଳାକାର ମାନଙ୍କ ସଂମ୍ମାନ ଭତ୍ତା ବୃଦ୍ଧି ସହିତ ରାଜ୍ୟ ସ୍ତରୀୟ ଦୋଳ ମହୋତ୍ସବ ଆୟୋଜନ ନିମନ୍ତେ ସରକାରୀ ଅର୍ଥ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଖରେ ଦାବୀ ଉପସ୍ଥାପନା କରିଥିଲେ l ସମ୍ମାନିତ ଅତିଥି ଭାବେ ମହୋତ୍ସବ କମିଟି ଉପଦେଷ୍ଟା ଚୈତନ୍ୟ ମେହେର, ସଦସ୍ୟ ଅଖିଳ କୁମାର ପ୍ରଧାନ, ନୀଳକଣ୍ଠ ସାହୁ ପ୍ରମୁଖ ଅତିଥି ମାନେ ଯୋଗ ଦେଇ ରାଜ୍ୟ ସ୍ତରୀୟ ଦୋଳ ମହୋତ୍ସବକୁ ସରସ ସୁନ୍ଦର କରିଥିଲେ l ମାହେଶ୍ୱରୀ ଗୋଶାଳା ସମ୍ପାଦକ କୃତ୍ତିବାସ ପଲିଆ ସଭା ସଂଯୋଜନା କରିଥିବାବେଳେ ଦୋଳ ମହୋତ୍ସବ କମିଟି ସଭାପତି ଜଗନ୍ନାଥ ମେହେରଙ୍କ ସଭାପତିତ୍ୱ ଓ ସମ୍ପାଦକ ଜଗଦିଶ ମଲ୍ଲିକ, କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପ୍ରଧାନ,ମାହେଶ୍ୱରୀ ଗୋଶାଳା ଅଧ୍ୟକ୍ଷ ନିର୍ଗୁଣ ମହାକୁଡ଼,ନାଟ୍ୟ ନିର୍ଦ୍ଦେଶକ ସୁରେନ୍ଦ୍ର କର୍ଣ୍ଣ, ଦୋଳ ମହୋତ୍ସବ କମିଟି ସଦସ୍ୟ ଦିଗାମ୍ବର ପାତ୍ର, ମାନଭଞ୍ଜନ ପାତ୍ର, ତ୍ରିନାଥ ପାଢ଼ୀ, ନରେନ୍ଦ୍ର ଷାଣ୍ଢ, ଅଶୋକ ବେହେରା ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଆଜି ( 16ତାରିଖରେ) ବିଶ୍ୱଶାନ୍ତି ଅଲେଖ ମହିମା ଯଜ୍ଞ ଓ ସତ୍ୟ ସାନାତନ ପୂର୍ଣ୍ଣାହୁତିଯଜ୍ଞ,,ଶ୍ରୀକୃଷ୍ଣ ଲୀଳା, ଇତ୍ୟାଦି କାର୍ଯ୍ୟକ୍ରମ ହେବ ବୋଲି ଆୟୋଜନ କମିଟି ତରଫରୁ ସୂଚନା ପ୍ରଦାନ କରିଛନ୍ତି l ଏହି କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ବିଭିନ୍ନ ଅନୁଷ୍ଠାନ ଓ ଗ୍ରାମ୍ୟ କମିଟି ମାନେ ସହଯୋଗ କରିଥିଲେ l ଦୋଳ ମହୋତ୍ସବକୁ ସଫଳ କରିବା ନିମନ୍ତେ ବିନିକା ଡୁମୁରିପାଲି ର ପ୍ରଫୁଲ୍ଲ କୁମାର ମେହେର ଓ ସାଥିଙ୍କ ଦ୍ୱାରା ଶ୍ରୀକୃଷ୍ଣ ଲୀଳା ନାଟ୍ୟ ପ୍ରଦର୍ଶନ କରିଥିଲେ l ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ,ବିଭିନ୍ନ ବିଦ୍ୟାଳୟର ପିଲାମାଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ପରିବେଷଣ ହୋଇଥିଲା l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *