ରାଜ୍ୟବାସୀଙ୍କୁ ସୁଶାସନ ଦେବା ମିଥ୍ୟା ପ୍ରତିଶୃତି ଦେଇ ଯେଉଁ ଭୋଟ ଗ୍ରହଣ କରି ସରକାର ଗଢ଼ିଛନ୍ତି ତାହା ବିଫଳ:ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର
ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଜିଲ୍ଲା ସଭାପତି ଡ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ନେତୃତ୍ବରେ ଏକ ଦଳ ବ୍ରହ୍ମପୁରର ବଡ଼ ମେଡ଼ିକାଲ ଯାଇ ଚିକିତ୍ସିତ ଅବସ୍ଥାରେ ଥିବା ରୋଗୀଙ୍କୁ ସାକ୍ଷାତ କରିଥିଲେ । ଗତ ୨୫ ବର୍ଷ ମଧ୍ୟରେ ଯେଉଁ ଘଟଣା କେବେ ଘଟି ନାହିଁ ତାହା ଏହି ବିଜେପି ସରକାରରେ ଘଟିଛି, ରାଜ୍ୟବାସୀଙ୍କୁ ସୁଶାସନ ଦେବା ମିଥ୍ୟା ପ୍ରତିଶୃତି ଦେଇ ଯେଉଁ ଭୋଟ ଗ୍ରହଣ କରି ସରକାର ଗଢ଼ିଛନ୍ତି ତାହା ବିଫଳ ହୋଇଛି । ନିର୍ବାଚନର କିଛିଟା ମାସ ଭିତରେ ରାଜ୍ୟରେ ସାଧାରଣ ବଣ୍ଟନ ଚାଉଳର ଅଭାବ ଦେଖା ଦେଇଛି, କାରଣ ବ୍ରାହ୍ମଣୀ ଗ୍ରାମର ବହୁ ଲୋକ ଚାଉଳର ବଣ୍ଟନ ଅଭାବରୁ ଆମ୍ବ ଟାକୁଆ ଖାଇ ଅସୁସ୍ଥ ହୋଇ ମେଡିଲାରେ ଚିକିତ୍ସିତ ହେଉଛନ୍ତି ବିକ୍ରମ ମତ ପ୍ରକାଶ କରିଛନ୍ତି l
ସେହିପରି ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ମତ ପ୍ରକାଶ କରିଛନ୍ତି ଯେ, ୧୯୮୦ – ୯୦ ମସିହାରେ କଂଗ୍ରେସ ସରକାର ସମୟରେ ଦେଖା ଦେଇଥିବା ଅବିକଳ ଘଟଣା ବର୍ତ୍ତମାନ ୨୫ ବର୍ଷ ପରେ ଭାରତୀୟ ଜନତା ପାର୍ଟିର ସରକାରରେ ଦେଖିବାକୁ ମିଳିଛି। ତେଣୁ ଏହି ମୋହନ ସରକାର ନିଜ ଅପାରଗତା ଓ ବିଫଳ ସରକାର ନିଜ ଶାସନ ପରିଚାଳନାରେ ଅକ୍ଷମ ଥିବା ନେଇ ରାଜ୍ୟବାସୀଙ୍କୁ ଭୁଲ ମାଗନ୍ତୁ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏହି ସମୀକ୍ଷାରେ ରାଜ୍ୟ ସମ୍ପାଦକ ସୁବାଷ ଚନ୍ଦ୍ର ମହାରଣା ମେୟର ଶ୍ରୀମତୀ ସଂଘମିତ୍ର ଦଳାଇ, କର୍ପୋରେଟର ସମୀର କୁମାର ମିଶ୍ର, ଅଶ୍ଵିନୀ ପଟ୍ଟନାୟକଙ୍କ ସମେତ ବହୁ ଦଳୀୟ ନେତା ଓ ପଦାଧିକାରୀ କର୍ମୀ ମାନେ ଉପସ୍ଥିତ ଥିଲେ।
ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )