ରାଜ୍ୟରେ ବିଡ଼ିଓ ହେବେ କ୍ଷମତାପ୍ରାପ୍ତ ଅଧିକାରୀ
ବିଜେଡି ସରକାରଙ୍କ ସମୟରେ ରାଜ୍ୟରେ ପଞ୍ଚାୟତ ସମିତି ଗୁଡିକୁ ଜନସାଧାରଣ ନିର୍ବାଚିତ କରିଥିବା ପଞ୍ଚାୟତ ସମିତି ଅଧ୍ୟକ୍ଷ ମାନଙ୍କୁ କ୍ଷମତାରେ ଅଙ୍କୁଶ ଲଗାଇଛନ୍ତି ରାଜ୍ୟ ସରକାର।ଏଣିକି କ୍ଷମତାଶାଳୀ ହେବେ ବିଡିଓ ଆଉ ବ୍ଲକ୍ ଅଧ୍ୟକ୍ଷଙ୍କ କ୍ଷମତା କମିବ । ବ୍ଲକ୍ ବା ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ହାତକୁ ବାନ୍ଧି ଦେବେ ସରକାର, କ୍ଷମତାକୁ କରିଦେବେ ସଙ୍କୁଚିତ । ପ୍ରକଳ୍ପର ବିଲ୍ ପାସ୍ ପାଇଁ ଆଉ ଖୋଜା ପଡ଼ିବନି ବ୍ଲକ୍ ଅଧ୍ୟକ୍ଷଙ୍କ ଦସ୍ତଖତ । ଫଳରେ ବିଜେଡି ସରକାରଙ୍କ ସମୟରେ ବିଜେଡି ସମର୍ଥୀତ ନିର୍ବାଚିତ ପଞ୍ଚାୟତ ସମିତି ଅଧ୍ୟକ୍ଷ ମାନଙ୍କୁ ଆଉ ଜନସାଧାରଣ ଭରସା ନକରି ବିଜେପି ଦଳକୁ ବା ରାଜ୍ୟ ସରକାରଙ୍କୁ ଭରସା କରିବେ।
ଭୁବନେଶ୍ୱର: ଏଣିକି କ୍ଷମତାଶାଳୀ ହେବେ ବିଡିଓ ଆଉ ବ୍ଲକ୍ ଅଧ୍ୟକ୍ଷଙ୍କ କ୍ଷମତା କମିବ । ବ୍ଲକ୍ ବା ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ହାତକୁ ବାନ୍ଧି ଦେବେ ସରକାର, କ୍ଷମତାକୁ କରିଦେବେ ସଙ୍କୁଚିତ । ପ୍ରକଳ୍ପର ବିଲ୍ ପାସ୍ ପାଇଁ ଆଉ ଖୋଜା ପଡ଼ିବନି ବ୍ଲକ୍ ଅଧ୍ୟକ୍ଷଙ୍କ ଦସ୍ତଖତ । ଏହି କ୍ଷମତା ଏବେ ବିଡିଓଙ୍କ ହାତକୁ ଟେକିଦିଆଯିବ । ଏ ସମ୍ପର୍କରେ ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛି ପଞ୍ଚାୟତିରାଜ ବିଭାଗ ।
ଆଗକୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଅଛି । ଆଉ ଯେହେତୁ ରାଜ୍ୟର ଅଧିକାଂଶ ବ୍ଲକରେ ଏବେ ବିଜେଡି ସମର୍ଥିତ ଅଧ୍ୟକ୍ଷ ଅଛନ୍ତି, ତେଣୁ ସେମାନଙ୍କ କ୍ଷମତା ଉପରେ ଅଙ୍କୁଶ ଲଗାଇବାକୁ ସରକାର ନିୟମରେ କରିଛନ୍ତି ବଡ଼ ପରିବର୍ତ୍ତନ । ପୂର୍ବରୁ ୨ ଲକ୍ଷ ଟଙ୍କାରୁ କମ୍ ଫାଇଲରେ ବିଡିଓ ଦସ୍ତଖତ କରୁଥିଲେ । ଆଉ ୨ ଲକ୍ଷରୁ ୨୦ ଲକ୍ଷ ଟଙ୍କାର ପ୍ରକଳ୍ପ ଫାଇଲରେ ବ୍ଲକ୍ ଅଧ୍ୟକ୍ଷଙ୍କ କାଉଣ୍ଟର ଦସ୍ତଖତ ବାଧ୍ୟତାମୂଳକ ଥିଲା । ହେଲେ ଏବେ ଆଉ ସେମିତି ହେବନି । ୨ ଲକ୍ଷରୁ ୨୦ ଲକ୍ଷ ଟଙ୍କାର ପ୍ରକଳ୍ପ ବଦଳରେ ୨୦ ଲକ୍ଷରୁ ୫୦ ଲକ୍ଷ ଟଙ୍କାର ପ୍ରକଳ୍ପ ଫାଇଲରେ ବ୍ଲକ୍ ଅଧ୍ୟକ୍ଷ ଦସ୍ତଖତ କରିବେ । ଯେହେତୁ ବ୍ଲକର ଅଧିକାଂଶ କାମ ୨୦ ଲକ୍ଷ ଭିତରେ ରହିଥାଏ, ତେଣୁ ଏହାକୁ ବିଡିଓ ହିଁ ପାସ୍ କରିଦେବେ । ଆଉ ୨୦ ଲକ୍ଷରୁ ୫୦ ଲକ୍ଷ ଭିତରେ କମ୍ ପ୍ରକଳ୍ପ ରହୁଥିବାରୁ, ବ୍ଲକ୍ ଅଧ୍ୟକ୍ଷଙ୍କ ପାଖକୁ ହାତ ଗଣତି କିଛି ପ୍ରକଳ୍ପ ଆସିବ ।
ରାଜ୍ୟର ୯୦ଭାଗ ବ୍ଲକରେ ଯେହେତୁ ବିଜେଡି ସମର୍ଥିତ ବ୍ଲକ୍ ଅଧ୍ୟକ୍ଷ ରହିଛନ୍ତି, ତେଣୁ ଅଧିକାଂଶ ସମୟରେ ବିଜେପି ବିଧାୟକଙ୍କୁ ସେମାନେ ଖାତିର କରୁନଥିବା ନେଇ କଥା ଆସେ । ଏମିତି କି ବ୍ଲକରେ ସରକାରୀ ଦଳର ଦବଦବା ରହୁନଥିଲା । ତେଣୁ ଏହାକୁ କାଉଣ୍ଟର କରିବା ସହ ବ୍ଲକ୍ ଅଧ୍ୟକ୍ଷଙ୍କ କ୍ଷମତାକୁ ସଙ୍କୁଚିତ କରିବାକୁ ସରକାର ଏପରି କରିଥିବା ଚର୍ଚ୍ଚା ହେଉଛି । ମୋଟ ଉପରେ କହିବାକୁ ଗଲେ, ବ୍ଲକକୁ ଆସୁଥିବା ଅଧିକାଂଶ ପ୍ରକଳ୍ପର ମୂଲ୍ୟ ୧୦ରୁ ୧୫ ଲକ୍ଷ ଟଙ୍କା ଭିତରେ ହେଇଥାଏ । ତେଣୁ ୨୦ ଲକ୍ଷ ଟଙ୍କାର ପ୍ରକଳ୍ପ ଫାଇଲରେ କେବଳ ବିଡିଓଙ୍କ ଦସ୍ତଖତ ରହିଲେ, ଅଧ୍ୟକ୍ଷଙ୍କ କୌଣସି ଭୂମିକା ରହିବନି ।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର
