March 13, 2026
Home » ରାଜ୍ୟରେ ରନ୍ଧନ ଗ୍ୟାସ୍ ଓ ଇନ୍ଧନ ତୈଳର ଉପଲବ୍ଧତା ନେଇ ବିଭିନ୍ନ ତୈଳ କମ୍ପାନୀର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା

ରାଜ୍ୟରେ ରନ୍ଧନ ଗ୍ୟାସ୍ ଓ ଇନ୍ଧନ ତୈଳର ଉପଲବ୍ଧତା ନେଇ ବିଭିନ୍ନ ତୈଳ କମ୍ପାନୀର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା

0
WhatsApp Image 2026-03-12 at 6.34.25 PM (1)

ଭୁବନେଶ୍ୱର: ମାନ୍ୟବର ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ଯକ୍ଷତାରେ ରାଜ୍ୟରେ ରନ୍ଧନ ଗ୍ୟାସ୍ (ଏଲ୍ ପିଜି) ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଲୋକସଭା ଭବନସ୍ଥିତ ଅନ୍ନପୂର୍ଣ୍ଣା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ , ଓଡ଼ିଶା ରାଜ୍ୟ ଖାଦ୍ୟ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ କେ .ସୁଦର୍ଶନ ଚକ୍ରବର୍ତ୍ତୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀବୃନ୍ଦଙ୍କ ସମେତ ରନ୍ଧନଗ୍ୟାସ୍ (ଏଲ.ପି.ଜି) ଓ ଇନ୍ଧନ ତୈଳ ମାର୍କେଟିଂ କରୁଥିବା ଆଇଓସିଏଲ, ବିପିସିଏଲ, ଏଚପିସିଏଲ, ରିଲାଏନ୍ସ, ଗେଲ୍ ଆଦି କମ୍ପାନୀର କର୍ତ୍ତୃପକ୍ଷମାନେ ଉପସ୍ଥିତ ଥିଲେ ।ରାଜ୍ୟରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ୍ (ଏଲ୍. ପି. ଜି) ଉପଲବ୍ଧ ରହିଛି ଏବଂ ଜନସାଧାରଣଙ୍କୁ ଏଥି ନେଇ ଚିନ୍ତିତ ନ ହେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବୈଠକରେ ଏଲ୍. ପି.ଜି ବିତରକ ଓ ରିଟେଲ୍ ଆଉଟ୍ ଲେଟକୁ ବିତରଣ ପ୍ରକିୟା ଓ ଯୋଗାଣ ଶୃଙ୍ଖଳ ବ୍ୟବସ୍ଥା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ।

ଖାଉଟିମାନେ ଯେପରି ରନ୍ଧନ ଗ୍ୟାସ , ପେଟ୍ରୋଲ, ଡିଜେଲ ଯୋଗାଣ ନେଇ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥି ପ୍ରତି ସଜାଗ ରହିବାକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ପାତ୍ର ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓ ଖାଉଟିମାନଙ୍କ ସୁବିଧା ନିମନ୍ତେ ପଦକ୍ଷେପ ନେବା ସହ ଜିଲ୍ଲାପାଳମାନେ ପ୍ରତିଦିନ ରିପୋର୍ଟ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମଧ୍ୟ ପ୍ରାଚ୍ୟର ସ୍ଥିତିକୁ ନେଇ ରାଜ୍ୟବାସୀ ଆତଙ୍କିତ ନ ହୋଇ ସତର୍କ ଓ ସଜାଗ ରହିବାକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ପାତ୍ର ପରାମର୍ଶ ଦେବା ସହ ବଜାରରେ ଏଲ୍ ପି ଜି କଳାବଜାରୀ ରୋକିବାକୁ ଚଢ଼ଉ ପାଇଁ ବିଭାଗୀୟ ଅଧିକାରୀ ନିଯୋଜିତ ଅଛନ୍ତି ଏବଂ କଳାବଜାରୀର ଖବର ମିଳିଲେ ଦୃଢ଼ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ କହିଛନ୍ତି ଯେ ରାଜ୍ୟରେ ଦୈନିକ ଆବଶ୍ୟକ ପଡୁଥିବା ରନ୍ଧନ ଗ୍ୟାସ୍ ଏବଂ ଏହାର ଉପଲବ୍ଧତା ନେଇ ଆଶ୍ୟକୀୟ ତଥ୍ୟ ରହିବ ।ଏ ନେଇ ପ୍ରତି ଜିଲ୍ଲାର ଜିଲ୍ଲାପାଳ ଦୈନିକ ତଥ୍ୟ ଦେବେ । କଟକ ବଡ ମେଡିକାଲ ପରି ସମ୍ବେଦନଶୀଳ ସରକାରୀ ଅନୁଷ୍ଠାନ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ ମାର୍କେଟିଙ୍ଗ ଅଫିସରମାନେ ସ୍ଥିତି ଅନୁଧ୍ୟାନ କରିବେ । ରାଜ୍ୟର ଘରୋଇ ଉପଭୋକ୍ତା ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେ ନେଇ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *