October 23, 2025
Home » ରାଜ୍ୟରେ ୧୯ ଜଣ ଓପିଏସ ଅଧିକାରୀଙ୍କୁ ବଦଳି…

ରାଜ୍ୟରେ ୧୯ ଜଣ ଓପିଏସ ଅଧିକାରୀଙ୍କୁ ବଦଳି…

0
WhatsApp Image 2025-10-09 at 9.03.00 PM

 

ଅଂଶୁମାନ ଦ୍ବିବେଦୀଙ୍କୁ ରାୟଗଡ଼ାର ଅତିରିକ୍ତ ପୋଲିସ ଅଧୀକ୍ଷକ

ଓଡ଼ିଶା ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଗୃହ ବିଭାଗ, ଭୁବନେଶ୍ୱର ଦ୍ୱାରା ଜାରି ହୋଇଥିବା ଚିଠି:ହୋମ୍-ଏସପିଏସ- ଟିଆରଏସ- ୦୦୦୩-୨୦୨୫-୪୨୦୦୫/ଏସପିଏସ/ତାରିଖ:୦୮/୧୦/୨୫ ଅନୁଯାୟୀ ରାଜ୍ୟରେ ୧୯ ଜଣ ଓପିଏସ(ଏସବି) ଅଧିକାରୀଙ୍କୁ ବଦଳି ଆଦେଶ ଜାରି କରିଛି। ପ୍ରକାଶିତ ଉକ୍ତ ବିଜ୍ଞପ୍ତି ଅନୁଯାୟୀ ଅନୁଯାୟୀ ରାୟଗଡ଼ା ଜିଲ୍ଲା ପୋଲିସରେ ମହିଳାଙ୍କ ବିରୁଦ୍ଧରେ ଅପରାଧ ତଦନ୍ତ ୟୁନିଟ୍‌ର ଅତିରିକ୍ତ ପୋଲିସ ଅଧିକ୍ଷକ ଭାବେ କାର୍ଯ୍ୟରତ ସ୍ୱସ୍ତିକ ପଣ୍ଡାଙ୍କୁ ଅତିରିକ୍ତ ପୋଲିସ ଅଧିକ୍ଷକ ଭାବେ ସତର୍କତା (ଭିଜିଲାନ୍ସ)ସଂଗଠନ କାର୍ଯ୍ୟାଳୟକୁ ବଦଳି କରାଯାଇଛି। ସେହିପରି ଭଦ୍ରକ ଜିଲ୍ଲାର ଗୁଇନ୍ଦା ବିଭାଗ(ଡିଆଇବି)ରେ ଅତିରିକ୍ତ ପୋଲିସ ଅଧୀକ୍ଷକ ଭାବେ କାର୍ଯ୍ୟରତ ଅଂଶୁମାନ ଦ୍ବିବେଦୀଙ୍କୁ ଅତିରିକ୍ତ ପୋଲିସ ଅଧୀକ୍ଷକ ରାୟଗଡ଼ା ଭାବେ ବଦଳି କରାଯାଇଛି।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *