ରାଜ୍ୟସ୍ତରୀୟ ଅମର ଶହୀଦ ରଘୁ–ଦିବାକରଙ୍କ ଶ୍ରାଦ୍ଧଦିବସ

ଭୁବନେଶ୍ୱର :ବ୍ରିଟିଶ ସରକାରଙ୍କ ଶୋଷଣ ଓ ଅତ୍ୟାଚାର ବିରୁଦ୍ଧରେ ରଣପୁରର ପ୍ରଜାମଣ୍ଡଳ ଆନ୍ଦୋଳନ ଏକ ତିହାସିକ ଘଟଣା । ଏହି ସଂଗ୍ରାମର ପୁରୋଧା ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କୁ ବ୍ରିଟିଶ ସରକାର ଫାଶୀଖୁଣ୍ଟରେ ଝୁଲାଇ ଦେଇଥିଲେ । ତାଙ୍କର ଏହି ବଳିଦାନର ପ୍ରତିବଦଳରେ ଦେଶରୁ ଅତ୍ୟାଚାରୀ ଇଂରେଜ ଶାସନ ତଥା ରାଜାରାଜୁଡ଼ା ଶାସନର ଅବସାନ ଘଟିଲା । ଓଡ଼ିଶା ମାଟିର ସେହି ସୁଯୋଗ୍ୟ ବରପୁତ୍ରମାନଙ୍କ ବୀରତ୍ଵର ଇତିହାସ ପାଇଁ ଆଜି ଆମେ ଗର୍ବିତ ବୋଲି ସ୍ଥାନୀୟ ଜୟଦେବ ଭବନ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଅମନ ଅମର ଶହୀଦ ରଘୁ –ଦିବାକରଙ୍କ ଶ୍ରାଦ୍ଧଦିବସ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ସୂଚନା ଓ ଲୋକସଂପର୍କ ବିଭାଗ, ରାଜ୍ୟସ୍ତରୀୟ ଶହୀଦ ରଘୁ–ଦିବାକର ସ୍ମୃତି କମିଟି ଏବଂ ରଣପୁର ସାଂସ୍କୃତିକ ପରିଷଦ, ଭୁବନେଶ୍ଵରର ମିଳିତ ସହ ହଯୋଗରେ ଅମର ଶହୀଦ ରଘୁ–ଦିବାକରଙ୍କ ରାଜ୍ୟସ୍ତରୀୟ
ଶ୍ରାଦ୍ଧଦିବସ ପାଳନ ଅବସରରେ ମାନ୍ୟବର ବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଢ଼ୀ ମୁଖ୍ୟ ମୁ ଅତିଥ୍ ଭାବେ ଯୋଗଦେଇ କହିଲେ ଯେ ରଣପୁର ପ୍ରଜା ଆନ୍ଦୋଳନ ।ନ୍ଦୋଳନର ପୁରୋଧା ସାଜି ବ୍ରିଟିଶ ବ୍ରି ତଥା ରାଜାଙ୍କର କୁଶାସନ ବିରୁଦ୍ଧରେ ଦୁର୍ବାର ସଂଗ୍ରାମ କରି ସହିଦ ରଘୁ– ଘୁ-ଦିବାକର ଜୀବନ ଉତ୍ସର୍ଗ କରି କରିଥିଲେ । ଏହି ଉଦୀୟମାନ ତରୁଣମାନେ ବିଦ୍ରୋହୀ ଭାବାପନ୍ନ ହୋଇଯିବା ପଛରେ ରହିଥୁଲା ତତ୍କାଳୀନ ନ ରଣପୁର ଗଡ଼ଜାତର ସାମାଜିକ, ଅର୍ଥନୈତିକ ତଥା ରାଜନୈତିକ ପରି ପରିସ୍ଥିତି । ଦିବାକର ନରଙ୍କ ଏକ ବିପ୍ଲବୀ କବିତା ଆବୃତ୍ତି କରିବା ଛଳରେ ମାନ୍ୟବର ବାଚସ୍ପତି କହିଲେ ଯେ ସେ ତାଙ୍କ କଲମ ମୁନରେ ଏ ଜାତି ପାଇଁ ଅନେକ କିଛି ବା ବାର୍ତ୍ତା ଦେଇ ଯାଇଛନ୍ତି । ଅତ୍ୟାଚାରୀ ପଲିଟିକାଲ ଏଜେଣ୍ଟ ଜେଣ୍ଟ ବେଜେଳ ବଜେଲ୍ଗେଟ୍ଙ୍କ ହତ୍ୟା ପାଇଁ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କ ବିଚ୍ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଆଣି ଉଭୟଙ୍କୁ ୧୯୪୧ ମସିହା ଅପ୍ରେଲ ସ୍କୁଲ ୪ ତାରିଖରେ ବିହାରର ଭାଗଳ ଗଲପୁର ଜେଲରେ ଫାଶୀଦଣ୍ଡରେ ଦଣ୍ଡିତ କରାଯ ଯାଇଥିଲା । ଦୁଇଟି ସଂଗ୍ରାମୀ ଜୀବନ ଅକାଳରେ ଝଡିଗଲା । ତାଙ୍କର ଏହି ବଳିଦାନର ପ୍ରତିବଦଳରେ ଦେଶରୁ ଅତ୍ୟାଚା ତ୍ୟାଚାରୀ ଇଂରେଜ ଶାସନ ତଥା ରାଜାରାଜୁଡ଼ା
ଶାସନର ଅବସାନ ଘଟିଲା । ରଘୁ —ଦିବାକରଙ୍କ ଜୀବନ ଓ ଆଦର୍ଶ ଆମ ଇତିହାସରେ ସ୍ଵର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ । ଏହା ଆମ ଉତ୍ତରପିଢ଼ିଙ୍କୁ ସବୁବେଳେ ଅନୁପ୍ରାଣିତ କରୁଥୁବ ଅସୀମ ତ୍ୟାଗ ଓ ଦେଶପ୍ରେମ ପାଇଁ,ମା’ ମାଟିର ସେବା ପାଇଁ ଶହୀଦ ରଘୁ –ଦିବାକର ଚିରସ୍ମରଣୀୟ ହୋଇ ରହିବେ ବୋଲି ଶ୍ରୀମତୀ ପାଢ଼ୀ ମତପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ ଆଇନଜୀବୀ ତଥା ନୟାଗଡ଼ ଜିଲ୍ଲା ଖାଉଟି ଆୟୁକ୍ତର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ନାରାୟଣ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ ସହିଦ ରଘୁ ଦିବାକର ଥିଲେ ରଣପୁର ମାଟିର
ସୁଯୋଗ୍ୟ ସନ୍ତାନ । ଦେଶମାତୃକା ପାଇଁ ପ୍ରଣାବଳୀ ଦେଇ ଦୁର୍ଲ୍ଲଭ ମଣିଷ ଜନ୍ମକୁ ସାର୍ଥକ କରିଛନ୍ତି ।
ଅତ୍ୟାଚାରୀ ରାଜତନ୍ତ୍ର ଶାସନରେ ରଣପୁରବାସୀଙ୍କର ସ୍ୱାଧୀନତା ଛଡାଇ ନିଆ ଯାଇଥିଲା । ନିଷ୍ପେସିତପ୍ରଜାମାନେ ହାହାକାର କରୁଥିବା ବେଳେ ରଘୁ–ଦିବାକର ପ୍ରଜାମଣ୍ଡଳ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।ସେମାନଙ୍କର ତ୍ୟାଗ, ବଳିଦାନ ଭାରତବର୍ଷର ସ୍ଵାଧୀନତା ସଂଗ୍ରାମକୁ ଇନ୍ଧନ ଯୋଗାଇଥିଲା । ସେମାନଙ୍କରସଂଗ୍ରାମର ଗାଥ ଗାଥା ସର୍ବଦା ଚିରସ୍ମରଣୀୟ ହୋଇ ରହିବ ବୋଲି ମୁଖ୍ୟବକ୍ତା କହିଥିଲେ ।ସମ୍ମାନନୀୟ ଅତିଥ୍ ଭାବେ ଖଣ୍ଡପଡ଼ାର ମାନ୍ୟବର ବିଧାୟକ ଶ୍ରୀ ଦୁଷ୍ମନ୍ତ କୁମାର ସ୍ଵାଇଁ ତାଙ୍କବକ୍ତ୍ରବ୍ଯରେ କହିଲେ ଯେ ଯେ ଭ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସରେ ରଣପୁର ଆନ୍ଦୋଳନ ଏକଯୁଗାନ୍ତକାରୀ ଘଟଣା । ଏହି ମାଟିର ସୁଯୋଗ୍ୟ ସନ୍ତାନ ରଘୁ –ଦିବାକର ଇଂରେଜ ସରକାର ବିରୋଧରେ ଲଢିଶହୀଦ ହୋଇଥିଲେ । ଗଡ଼ଜାତୀୟ ସ୍ୱାଧୀନତା ସଂଗ୍ରାମରେ ଫାଶୀବରଣ କରିବାରେ ସେମାନେ ଥିଲେ ପ୍ରଥମଶହୀଦ । ତାଙ୍କ ଶ୍ରାଦ୍ଧ ଦିବସରେ ଆମେ ମେ ସମସ୍ତେ ରଘୁ –ଦିବାକରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇପାରିଲେ ସେମାନଚ୍ଚ ନଙ୍କ ପାଇଁ ଶ୍ରେଷ୍ଠ ଶ୍ରୀ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ପାଗଦେଇ ନୟାଗର ଗବାଣୀକିଲୋ ମହାବିଦ୍ୟାଳୟରଅଧ୍ୟାପିକା ଶ୍ରୀମତୀ ସୌଦାମିନୀ ପାଇକରା ରାୟ କହିଲେ ଯେ ରଣପୁରର ଅତ୍ୟାଚାରୀ ରାଜତନ୍ତ୍ର ବିରୁଦ୍ଧରେବିଦ୍ରୋହର ଅଗ୍ନି ପ୍ରଜ୍ଜ ପ୍ରଜ୍ଜ୍ଵଳିତ କରି ସହିଦ ହୋଇଥିଲେ ଦୁ ଦୁଇ ସଂଗ୍ରାମୀ ରଘୁ –ଦିବାକର । ରଘୁ –ଦିବାକରଙ୍କ ବଳିଷ୍ଠ
ନେତୃତ୍ଵ, ସତ୍ୟାଗ୍ରହୀମାନଙ୍କ ଧୈର୍ଯ୍ୟ ଓ ମନୋବଳ ଆଗରେ ସମଗ୍ର ରଣପୁର ରାଜ୍ୟ ଏକଜୁଟ ହୋଇସ୍ୱେଚ୍ଛାଚାରୀ ରାଜକୀୟ ଶାସନକୁ ବିରୋଧ କରିଥିଲେ । ଅସୀମ ତ୍ୟାଗ ଓ ଦେଶପ୍ରେମ ପାଇଁ ଶହୀଦ ଦ୍ବୀଦ ରଘୁ -ଦିବାକର ଚିରସ୍ମରଣୀୟ ହୋଇ ରହିବେ ବୋଲି ସେ ମତପ୍ରକାଶ କରିଥିଲେ
ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ, ବୈଷୟିକ ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା କାର୍ଯ୍ୟକ୍ରମରେସ୍ଵାଗତଭାଷଣ ପ୍ରଦାନପୂର୍ବକ ଅନ୍ୟାୟ ଅନୀତି ବିରୁଦ୍ଧରେ ରଘୁ –ଦିବାକରଙ୍କ ସାଲିସ୍ବିହୀନ ସଂଗ୍ରାମ ଓବଳିଦାନ ଉତ୍ତରପିଢ଼ିଙ୍କ ପାଇଁ ଚିର ଫ୍ରେ ପ୍ରେରଣାଦାୟୀ ।ୟୀ ହୋଇ ରହିବ ବୋଲି କହିଥିଲେ । ଉତ୍ସ ତ୍ସବ ପ୍ରାରମ୍ଭରେଅତିଥୁମାନେ ଅମର ଶହୀଦ ରଘୁ–ଦିବାକରଙ୍କ ଫଟୋଚିତ୍ରରେ ପୁଷ୍ପଗୁଚ୍ଛ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ଵଳନକରିଥିଲେ । ରାଜ୍ୟସ୍ତରୀୟ ଶହୀଦ ଶହୀଦ ରଘୁ –ଦିବା କର ସ୍ମୃତି କମିଟି ଏବଂ ରଣପୁର ସାଂସ୍କୃତିକ ପରିଷଦ,ଭୁବନେଶ୍ୱର ଶ୍ରୀ ଗୌରାଙ୍ଗ ନାୟକ ଧନ୍ୟବାଦ ขย์ต କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ସ୍ୱର ସୁଧା ସଂ ସଂଗୀତ ସଦନ ତରଫରୁ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା ଏବଂ ଖୋର୍ଦ୍ଧା ପାଇକ ଆ ଆଖଡ଼ା ସଙ୍ଘତରଫରୁଚିତ୍ତାକର୍ଷକ ପାଇକ ଋକ ନୃତ୍ଯପରିବେଷଣ କରାଯାଇଥିଲା । ସୂଚନା ଅଧୁକାରୀ ସୁଶ୍ରୀ ରୋଜାଲିନ୍ ସାହୁ
ର୍ଯ୍ୟକ୍ରମ ସଂଯୋଜନ ଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଉପନିର୍ଦେଶକ ସୁଚେତା ପ୍ରିୟଦର୍ଶିନୀ, ଜୟଦେବ ଭବନର ଉପନିର୍ଦେଶକ ଦୀପ୍ତିମୟୀ ମହାପାତ୍ର, ସୂଚନା ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧୂକାରୀ ଏବଂ କର୍ମଚାରୀଙ୍କ ସମେତ ଗଣମାଧ୍ୟମର ପ୍ରତିନିଧ୍ ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ସକାଳେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସ୍ଥାନୀୟ ୟୁନିଟ ୯ ସ୍ଥିତ ସହିଦ ରଘୁ- ଦିବାକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥୁଲା । ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ବିଧାନସଭାର ମାନ୍ୟବର ବାଚସ୍ପତି ସୁରମା ପାଢ଼ୀ, ଲୋକସମ୍ପର୍କ ବିଭାଗର ନିର୍ଦେଶକ ବୈଷୟିକ ଶ୍ରୀ ସୁରେନ୍ଦ୍ର ନାଥ ପରିଡା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଉପ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥ୍, ପୂଜ୍ଯାପୂଜା ସଂସ୍କୃତି ସୁରକ୍ଷା ଅଭିଯାନର କର୍ମକର୍ତ୍ତାଙ୍କ ସମେତ ବିଭାଗର ବରିଷ୍ଠ ଅଧୁକାରୀ ଏବଂ କର୍ମଚାରୀ, ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧା ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।