October 23, 2025
Home » ରାଜ୍ୟସ୍ତରୀୟ ତୀରନ୍ଦାଜ ରେ ଭାଇ ଭଉଣୀଙ୍କ ସଫଳତା

ରାଜ୍ୟସ୍ତରୀୟ ତୀରନ୍ଦାଜ ରେ ଭାଇ ଭଉଣୀଙ୍କ ସଫଳତା

0
WhatsApp Image 2025-10-14 at 3.19.11 PM

 

 

ସୁବର୍ଣ୍ଣପୁର: ରାଜ୍ୟ ତୀରନ୍ଦାଜ ସଙ୍ଘ ତରଫରୁ ଗତ ତା ୧୨/୧୦//୨୫ ରିଖ ରବିବାର ଭୁବନେଶ୍ୱର କିସ ରେ ରାଜ୍ୟସ୍ତରୀୟ ତୀରନ୍ଦାଜ ଚୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବୌଦ୍ଧ ଜିଲ୍ଲାର ଟେନିଶା ମେହେର ସବଜୁନିୟର ରିକର୍ଭ ରାଉଣ୍ଡ ରେ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ତାଙ୍କର ସାନଭାଇ ଦୁର୍ଗାଦତ୍ତ ମେହେର ସବଜୁନିୟର ଇଣ୍ଡିଆନ ରାଉଣ୍ଡରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଆସନ୍ତା ନଭେମ୍ବର ତା ୨୨ ରିଖ ଠାରୁ ତା ୩୦ ରିଖ ପର୍ଯ୍ୟନ୍ତ ଅରୁଣାଚଳ ପ୍ରଦେଶର ଇଟାନଗରରେ ହେବାକୁଥିବା ଜାତୀୟସ୍ତର ତୀରନ୍ଦାଜ ପ୍ରତିଯୋଗିତାରେ ଭାଗନେବା ପାଇଁ ଉତ୍ତୀର୍ଣ୍ଣ ହୋଇଛନ୍ତି । ବର୍ତ୍ତମାନ ଟେନିଶା ମେହେର ଓଡ଼ିଶା ସରକାରଙ୍କ ରାଜ୍ୟ କ୍ରୀଡା ଛାତ୍ରାବାସ ସୁନ୍ଦରଗଡ ଓ ଦୁର୍ଗାଦତ୍ତ ମେହେର ଧରଣୀଧର କ୍ରୀଡା ଛାତ୍ରାବାସ କେନ୍ଦୁଝର ରେ ରହି ତୀରନ୍ଦାଜ ପ୍ରଶିକ୍ଷଣ ନେଉଛନ୍ତି । ଉଭୟ ଭାଇ ଭଉଣୀଙ୍କ ସଫଳତାରେ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଉଭୟ ଖେଳାଳି ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଂଘରେ ପୂର୍ବରୁ ରହି ପ୍ରଶିକ୍ଷଣ ନେଇ ଅନେକ ଥର କୃତିତ୍ୱ ସହ ବୌଦ୍ଧ ଜିଲ୍ଲାକୁ ଗର୍ବିତ କରିଛନ୍ତି ବୋଲି ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଂଘର ସଭାପତି ବସନ୍ତ କୁମାର ସାହୁ ଓ ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଙ୍ଘର ସମ୍ପାଦକ ତଥା ରାଜ୍ୟ ତୀରନ୍ଦାଜ ସଂଘ ଓଡ଼ିଶାର ଯୁଗ୍ମ ସମ୍ପାଦକ ଅର୍ଜୁନ କଅଁର ମତପ୍ରକାଶ କରିଛନ୍ତି । ଟେନିଶା ଓ ଦୁର୍ଗାଦତ୍ତ ବୌଦ୍ଧ ଜିଲ୍ଲା ବୁଟୁପାଲିର ଯୁବ ସମାଜସେବୀ ଇନ୍ଦ୍ରମଣି ମେହେର ଓ ସନ୍ତୋସିନୀ ମେହେର ଙ୍କ ପୁତ୍ର ଓ କନ୍ୟା ଅଟନ୍ତି ଓ ଅନାଦି ମେହେର ଓ ଗୁଣବତୀ ମେହେର ଙ୍କ ନାତି ନାତୁଣୀ ଅଟନ୍ତି ।

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *