ରାମକି ଫାଉଣ୍ଡେସନ ପକ୍ଷରୁ ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟ ସଚେତନତା ଶିବିର

ଏସବିଆଇ ଫାଉଣ୍ଡେସନ ଏବଂ ରାମକି ଫାଉଣ୍ଡେସନ ର ମିଳିତ ସହଯୋଗ ରେ ଆଜି ଭବାନୀପାଟଣା ବ୍ଲକ ର ଗୋବରା ପ୍ରାଥମିକ ବିଦ୍ୟାଳୟ ରେ ଖାଦ୍ୟ ଅତିସାର ବିଶୁଚିକା ଏବଂ ଖାଦ୍ୟ ବିଷାକ୍ତ ଉପରେ ଏକ ପ୍ରୟୋଗ ଶାଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ପ୍ରଭାତୀ ମନି ମିଶ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ରାମକି ଫାଉଣ୍ଡେସନର ଚିକିତ୍ସକ ଡାକ୍ତର ବିମଲ କୁମାର ଷଡଙ୍ଗୀ ଖାଦ୍ୟ ଅତିସାର୍ ଏବଂ ବିଷାକ୍ତ କରଣ ଓ ନିର୍ଜଳୀକରଣ ରୁ କିପରି ପିଲାମାନେ ନିଜକୁ ନିବୃତ୍ତ ରଖିବେ ତା ଉପରେ ଆଲୋକପାତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୦୦ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଯାଇଥିଲା। ବିଦ୍ୟାଳୟ ର ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ରାମକି ସଂସ୍ଥାର କଳାହାଣ୍ଡି ର ମୁଖ୍ୟ ପିସି ,ଭେଷଜ ବିତରକ ଶ୍ରୀମତୀ ଜୋଷ୍ଣା ରାଣୀ ବେହେରା ନର୍ସିଂ ଅଧିକାରୀ ଶ୍ରୀମତୀ ପଙ୍କଜିନି ରଣା, ଏଲଟି ନିତୁ ନାୟକ, ପାଇଲଟ ନିରଞ୍ଜନ ହାତୀ ଓ ଲିଙ୍ଗରାଜ ସ୍ୱାଇଁ ଉପସ୍ଥିତ ଥିଲେ। ଶିକ୍ଷକ ମଳୟ ପାଣ୍ଡେ ଧନ୍ୟଵାଦ ଅର୍ପଣ କରିଥିଲେ। ଏପରି ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟ ସଚେତନତା ଶିବିର ରାମକି ଫାଉଣ୍ଡେସନ ଆୟୋଜନ କରି ସମାଜ ଆଉ କଳାହାଣ୍ଡି ଅଂଚଳରେ ଲୋକଙ୍କ ସାଧାରଣ ଜୀବନ ଜୀବିକା କୁ ସୁଧାରିବା ରେ ମୁଖ୍ୟ ଭୂମିକା କରିଆସୁଛି।
କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ