July 5, 2025
Home » ରାମଚଣ୍ଡୀ କନଷ୍ଟ୍ରକସନ ରେ କମ୍ପାନୀ ଉପରେ ଆଇଟି ବିଭାଗର ଚଢ଼ାଉ

ରାମଚଣ୍ଡୀ କନଷ୍ଟ୍ରକସନ ରେ କମ୍ପାନୀ ଉପରେ ଆଇଟି ବିଭାଗର ଚଢ଼ାଉ

0
WhatsApp Image 2025-01-18 at 4.20.48 PM

ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ବଡ ଧରଣର ଆୟକର ବିଭାଗର ଚଢାଉ ହୋଇଛି । ଏହି ଜିଲ୍ଲାର ରାମଚଣ୍ଡୀ କନଷ୍ଟ୍ରକସନ କମ୍ପାନୀ ନାଁରେ ଥିବା ଜିଲ୍ଲାର ତରଭା ରେ ଥିବା କ୍ରସର୍, ସୋନପୁର ସହରରେ ଥିବା ଅଫିସ୍, ଘର ଓ ଭଜବଲପୁର ସ୍ଥିତ ପୈତୃକ ଘରେ ଏକ ସଙ୍ଗରେ ଆୟକର ବିଭାଗର ଚଢାଉ ଜାରି ରହିଥିବା ସୂଚନା ମିଳିଛି । ବର୍ତ୍ତମାନ ଆଇଟି ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି l ସେହିପରି ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଗୋଛାପଡ଼ା ପଞ୍ଚାୟତ ବିଜାପଦର୍ ସ୍ଥିତ କ୍ରସର ରେ ଚଢାଉ ହୋଇଛି। ଆୟକର ବିଭାଗର ୫ ଜଣିଆ ଟିମ୍ ର ଚଢ଼ାଉ କରିଛନ୍ତି । କାଗଜପତ୍ର ଯାଞ୍ଚ କରିଛନ୍ତି ଅଧିକାରୀ । ସୂଚନା ଅନୁଯାୟୀ ରାମଚଣ୍ଡୀ ଫାର୍ମ ର ବିଭିନ୍ନ କ୍ରସର୍ ଏବଂ ଠିକା ସଂସ୍ଥା ଗୁଡିକରେ ବ୍ୟାପକ ଆର୍ଥିକ ଅନିୟମିତତା ହେବା ସହିତ ଆୟକର ଠକେଇ ଅଭିଯୋଗ ରେ ଗତକାଲି ରାତ୍ରି ସମୟରୁ ଆୟକର ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି । ରାମଚଣ୍ଡୀ କ୍ରସର ରେ ଆୟକର ବିଭାଗ ପକ୍ଷରୁ ୫ ଜଣିଆ ଆୟକର ଅଧିକାରୀ ଙ୍କ ଟିମ୍ ଚଢାଉ ଜାରି ରଖିଥିବା ବେଳେ ପୁଲିସ ଫୋର୍ସ ମଧ୍ୟ ଏହି ଚଢାଉ ରେ ସାମିଲ ଅଛନ୍ତି । ରାମଚଣ୍ଡିର ବିଭିନ୍ନ କାର୍ଯ୍ୟାଳୟ ଠାରେ ମ୍ୟାନେଜର ମାନଙ୍କୁ ଆୟକର ବିଭାଗ ଅଧିକାରୀ ମାନେ ଅଟକ ରଖି କାଗଜ ପତ୍ର ଯାଞ୍ଚ କରୁଥିବା ନେଇ ସୂଚନା ମିଳିଛି। ତେବେ କେତେ ପରିମାଣର ଆୟକର ଠକେଇ ହୋଇଛି ଏବଂ କେଉଁ ଲିଙ୍କ ରେ ଏହି ଚଢାଉ ଜାରି ରହିଛି ସେ ନେଇ ପରବର୍ତ୍ତୀ ସମୟରେ ସୂଚନା ମିଳିପାରିବ ବୋଲି ଅନୁମାନ କରାଯାଉଛି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *