February 8, 2026
Home » ରାମଚଣ୍ଡୀ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ବିଧାୟକ ରମେଶ ଜେନା ଙ୍କ ସହ ନେତ୍ତୃ ମଣ୍ଡଳୀ

ରାମଚଣ୍ଡୀ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ବିଧାୟକ ରମେଶ ଜେନା ଙ୍କ ସହ ନେତ୍ତୃ ମଣ୍ଡଳୀ

0
WhatsApp Image 2026-02-08 at 3.11.18 PM (1)

 

 

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରୁ ମାତ୍ର ୭ କିମି ଦୂରରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ରାମଚଣ୍ଡୀ ମନ୍ଦିରର ତୃତୀୟ ବାର୍ଷିକୀ ଉତ୍ସବର ଦ୍ବିତୀୟ ସନ୍ଧ୍ୟାରେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଙ୍କ ସହ ବିଭିନ୍ନ ବର୍ଗର ନେତ୍ତୃମଣ୍ଡଳୀ ଙ୍କ ସାମାବେଶ ଏକ ବିପୁଳ ଉତ୍ସାହ ଉଦ୍ଦୀପନା ପୂର୍ଣ୍ଣ ଭାଇଚାରା ର ସମାହାର ଦେଖିବାକୁ ମିଳିଛି ।

ଶନିବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାର ଲୋକନୃତ୍ୟ, ଲୋକକଳା ପରମ୍ପରା, ଆଲୋକ ବିଷୋୟୀଙ୍କ ବିଚିତ୍ର ବର୍ଣ୍ଣାଳୀ, ସହ ରମେଶ ବେହେରାଙ୍କ ଟିମ୍ ଖୋର୍ଦ୍ଧା ର ପାଇକ ଆଖଡ଼ା ନୃତ୍ୟ ପରିବେଷଣରେ ବାଳିକା ତଥା ଯୁବତୀ ମାନଙ୍କ ର ରଣ କୌଶଳ ଖୁବ୍ ଆକର୍ଷଣୀୟ ଥିଲା । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଧାୟକ ସୁବାଷ ଚନ୍ଦ୍ର ବେହେରା,ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀ, ପ୍ରଶାନ୍ତ କର, ଭାଗିରଥି ବେହେରା, ସୁବାଷ ମହାରଣା,ଗଣମାଧ୍ୟମ ବ୍ୟକ୍ତିତ୍ଵ ସୁଧାଂଶୁ ଶେଖର ରାଉତ, ଅସୀତ ପଣ୍ଡା, ଦେବ କୁମାର୍, ସତିଶ କୁମାର ଦାସ୍,ଲୋକସେବକ ମଣ୍ଡଳ ରାଜେନ୍ଦ୍ର କୁମାର ଜେନା ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଅତିଥି ଯୋଗଦେଇ କଳାକାର ଗୋଷ୍ଠୀ ,କଣ୍ଠଶିଳ୍ପୀ, ନୃତ୍ୟ ଶିଳ୍ପୀ ପ୍ରମୁଖଙ୍କ ମଞ୍ଚରେ ତାଙ୍କରି ଦକ୍ଷ ଅଭିନୟ କୁ ପ୍ରତିପାଦନ ନେଇ ମଞ୍ଚରେ ସମ୍ବର୍ଦ୍ଧିତ ସହ ପୁରସ୍କୃତ କରାଯାଇଛି ।।

ଶନିବାର ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣରେ ଅଭିନେତ୍ରୀ ଶୀତଲ୍ ପାତ୍ର ଙ୍କ ସଙ୍ଗୀତ ଓ ନୃତ୍ୟ ପରିବେଷଣରେ ମଞ୍ଚ ସମ୍ମୁଖରେ ଦର୍ଶକ ବିମୋହିତ ହୋଇଥିଲେ ।କାର୍ଯ୍ୟକ୍ରମରେ ମନ୍ଦିର ଟ୍ରଷ୍ଟି ମଞ୍ଜୁଳା ପଣ୍ଡା, ପୂର୍ବତନ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ତଥା ପରିଚାଳନା କମିଟି ସଭାପତି ପ୍ରଶାନ୍ତ ନାୟକ, ସଂଯୋଜକ କମଲ କୁମାର ପଣ୍ଡା, ମନ୍ଦିର ପୂଜା କମିଟି ସଭାପତି ସି.ଏଚ. ଦୟାନନ୍ଦ ରେଡ୍ଡୀ, କରପଡ଼ା ସରପଞ୍ଚ ଅଜୟ ନାୟକ, ଉପଦେଷ୍ଟା ମହାରାଜ କୃଷ୍ଣ ଚନ୍ଦ୍ର ନାୟକ ପ୍ରମୁଖ ରାମଚଣ୍ଡୀ ମହୋତ୍ସବରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।।

 

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *