ରାମନାଗୁଡା ବ୍ରାହ୍ମଣ କଲ୍ୟାଣ ସମାଜ ପକ୍ଷରୁ ମାସିକ ବୈଠକ ଅନୁଷ୍ଠିତ
ରାମନାଗୁଡା: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ସଦର ମହକୁମା ଶିଶୁ ମନ୍ଦିର ଠାରେ ବ୍ରାହ୍ମଣ କଲ୍ୟାଣ ସମାଜର ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ସଭାପତି ଲଳିତ ମୋହନ ନନ୍ଦ ଙ୍କ ସଭାପତିତ୍ୱ ରେ ବୈଠକ ଆୟୋଜିତ ହୋଇଥିଲା।ଉକ୍ତ ବୈଠକରେ ବ୍ରାହ୍ମଣ ସମାଜର ସମସ୍ତ ବ୍ରାହ୍ମଣ ଦେବତା ଯୋଗ ଦେଇଥିଲେ।ଏହି ବୈଠକରେ ବ୍ରାହ୍ମଣ ଦେବତା ମାନଙ୍କ ସହ ବ୍ରାହ୍ମଣ କଲ୍ୟାଣ ସମାଜର ଉପଦେଷ୍ଟା ରଘୁନାଥ ପାଢ଼ୀ, ବିଜୟ ମହାପାତ୍ର, ପ୍ରମୋଦ ପାଣିଗ୍ରାହୀ ,ବ୍ରାହ୍ମଣ ସମାଜର ବରିଷ୍ଠ ବ୍ରାହ୍ମଣ ଦେବତା ଶ୍ରୀଦେବୀ ପ୍ରସlଦ ପଣ୍ଡା, ଶ୍ରୀ ସତ୍ୟ ନାରାୟଣ ପାତ୍ର,ଶ୍ରୀ ଚକ୍ରଧର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ରେ ବ୍ରାହ୍ମଣ ସମାଜ ନିମନ୍ତେ ଏକ ସମାଜ ଗୃହ ,ଗରିବ ବ୍ରାହ୍ମଣ ପିଲାଙ୍କ ବ୍ରତ ପନୟନ ବିଷୟରେ ଆଲୋଚନା ହୋଇଥିଲା।
ଉକ୍ତ ଆଲୋଚନା ରେ ଶ୍ରୀ ବିଜୟ ମହାପାତ୍ର , ଶ୍ରୀ ପ୍ରମୋଦ ପାଣିଗ୍ରାହୀ,ଶ୍ରୀମାନ ଆନନ୍ଦ ପରିଚ୍ଛା, ଶ୍ରୀ କେଦାର ନାଥ ବ୍ରହ୍ମା, ଶ୍ରୀ ଶକ୍ତି ପ୍ରସାଦ ପାତ୍ର, ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁ, ଶ୍ରୀ ସମ୍ପଦ ଦାଶ ପ୍ରମୁଖ ନିଜସ୍ୱ ମତ ଦେଇଥିଲେ।ଏଥିରେ ଉପଦେଷ୍ଟା ଶ୍ରୀ ବିଜୟ ମହାପାତ୍ର ବ୍ରାହ୍ମଣ ସାମଜ କିଭଳି ସୁଦୃଢ଼ ରହିବ ଏବଂ ଗତବର୍ଷ ହୋଇଥିବା ବ୍ରତ ପନୟନ ହୋଇଥିବା ଭଳି ଚଳିତ ବର୍ଷ ମଧ୍ୟ କିପରି ସୁରୁଖୁରୁରେ ହୋଇ ପାରିବ ସେ ସମ୍ପର୍କରେ ସମସ୍ତ ଙ୍କ ସହମତି ଲଢ଼ିଥିଲେ।ସେହିପରି ଶ୍ରୀ ପ୍ରମୋଦ ପାଣିଗ୍ରାହୀ ଏହି ବୈଠକରେ ଯୋଗ ଦେଇଥିବା ସମସ୍ତ ବ୍ରାହ୍ମଣ ଦେବତା ସଂଖ୍ୟା ଗରିଷ୍ଠତା ବୃଦ୍ଧି ହୋଇଥିବାରୁ ସମସ୍ତ ଙ୍କୁ ଧନ୍ୟବାଦ ବୋଲି କହିଥିଲେ।କାର୍ଯ୍ୟକ୍ରମ ପରିଶେଷରେ ଆନନ୍ଦ ପରିଚ୍ଛା ଉପସ୍ଥିତ ବ୍ରାହ୍ମଣ ଦେବତା ମାନଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।
ramanaguda ru narasingh paricha nka report