December 26, 2024
Home » ରାମନାଗୁଡା ବ୍ଲକ ଅନ୍ତର୍ଗତ ଉଚ୍ଚ ବିଦ୍ୟାଳୟ, ଗୁଲୁଣ୍ଠି ଠାରେ ବ୍ଳକ ସ୍ତରୀୟ ସରଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ରାମନାଗୁଡା ବ୍ଲକ ଅନ୍ତର୍ଗତ ଉଚ୍ଚ ବିଦ୍ୟାଳୟ, ଗୁଲୁଣ୍ଠି ଠାରେ ବ୍ଳକ ସ୍ତରୀୟ ସରଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ।

0

ରାମନାଗୁଡା : ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଉଚ୍ଚ ବିଦ୍ୟାଳୟ, (SSD)ଗୁଲୁଣ୍ଠି ଠାରେ ବ୍ଳକ ସ୍ତରୀୟ ସରଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରଦ୍ୟୁମ୍ନ ମଣ୍ଡଳ ,ମୁଖ୍ୟବକ୍ତା ରୂପେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦ୍ୟୁପ୍ତ କୁମାର ଦଳାଇ , ସମ୍ମାନୀତ ଅତିଥି ରୂପେ ଜିଲ୍ଲା ଜିଲ୍ଲାଧୀଶ ଶ୍ୟାମଘନ ଭୂୟାଁ,ମଙ୍ଗଳ ସଂପ୍ରସାରଣ ଅଧିକାରୀ ଗଙ୍ଗାଧର ବେହେରା, ରାମନାଗୁଡ଼ା ବ୍ଳକର ସହକାରୀ ଯନ୍ତ୍ରୀ ସାନମୁଖ ପାତ୍ର ,ଗୁଲୁଣ୍ଠି ସରପଞ୍ଚ ଶ୍ରୀମତି ମାଝୀ ଗୌରୀ କଣ୍ଡାଗରୀ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଶ୍ଵନାଥ ଶବର ଆମନ୍ତ୍ରୀତ ଅତିଥି ରୂପେ ମଞ୍ଚାସୀନ ଥିଲେ।ଅନୁସୂଚୀତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ର ଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାକୁ ପରିସ୍ଫୁଟନ କରିବା ନିମନ୍ତେ ବିଭିନ୍ନ ପ୍ରତିଯୋଗୀତା ଯଥା ବକୃତା,ତର୍କ, ସୃଜନଶୀଳ ଲିଖନ, ଚିତ୍ରାଙ୍କନ,ଏକକ ଅଭିନୟ ଇତ୍ୟାଦି ଅନୁଷ୍ଠିତ ହୋଇଥିଲା ।


ରଙ୍ଗମଞ୍ଚରେ ସଂଗୀତ,ଏକକ ନୃତ୍ୟ ଓ ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉକ୍ତ ନୃତ୍ୟଗୁଡ଼ିକୁ ମୂଲ୍ୟାୟନ କରିବା ନିମନ୍ତେ ବିଚାରକ ଭାବେ ମନୋଜ ଜେନା , ନିଖିଳ କୁମାର ପାଢୀ ଓ ଗୋପୀନାଥ ନାୟକ ଉପସ୍ଥିତ ଥିଲେ।ଦଳଗତ ନୃତ୍ୟରେ ଉଚ୍ଚ ବାଳକ ବିଦ୍ୟାଳୟ,କୁଜେନ୍ଦ୍ରୀର ଛାତ୍ରୀମାନେ ପ୍ରଥମ ସ୍ଥାନ ଅଧିକାର କରିଥିଲେ।ପ୍ରତିଯୋଗିତାରେ ଯେଉଁ ପ୍ରତିଯୋଗୀ ମାନେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସେମାନେ ଆସନ୍ତା ଜିଲ୍ଲାସ୍ତରୀୟ ସରଗିଫୁଲ କାର୍ଯ୍ୟକ୍ରମରେ ଭାଗ ନେଇ ପାରିବେ । ଉଚ୍ଚବିଦ୍ୟାଳୟ ଗୁଲୁଣ୍ତିର ତପସ୍ବିନି ଗୌଡ଼, ଭାଗ୍ୟଧର ପାଲକା ସନ୍ତୋଷ କୁମାର ପ୍ରଧାନ, ସୁମନ ବାଳା ଭଞ୍ଜ ସ୍ମିତାଞ୍ଜଳୀ ଲେଙ୍କା ଓ ପୂଜା ପାଢୀ ସହଯୋଗ କରିଥିଲେ । ଆଶ୍ରମ ବିଦ୍ୟାଳୟ କେନ୍ଦୁଗୁଡ଼ା, ପ୍ରଧାନ ଶିକ୍ଷକ ଦିଲୀପ କୁମାର ଚୌଧୁରୀ ମଞ୍ଚ ପରିଚାଳନା କରିଥିଲେ।ବ୍ଲକ୍ ର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚକ୍ରପାଣୀ ରହାଲୁ , ବିଜୟ ମହାନ୍ତି ଓ ଲିମା ପଦର ପ୍ରଧାନଶିକ୍ଷକ ପ୍ରପନ ତ୍ରିପାଠି ବିଭିନ୍ନ ପ୍ରତିଯୋଗୀତାରେ ବିଚାରକ ରୂପେ ରହି ମୂଲ୍ୟାୟନ କରିଥିଲେ।ରାମନାଗୁଡା ବ୍ଲକର ବରିଷ୍ଠ ତଥା ଲୋକପ୍ରିୟ ସାମ୍ବାଦିକ ଶୁଭଜିତ ପଟ୍ଟନାୟକ ,ନରସିଂହ ପରିଛା ଓ ଶିବ ପ୍ରସାଦ ବ୍ରହ୍ମା ଙ୍କୁ ସରଗିଫୁଲ କମିଟି ତରଫରୁ ଉପଢଉକନ ଦେଇ ମଞ୍ଚରେ ସମ୍ମାନୀତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେଉଥିଲା। କୃତୀ ପ୍ରତିଯୋଗିମାନଙ୍କୁ କୃତୀ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ନୀଳମାଧବ ଶ୍ରୀରାମ, ରାଜେନ୍ଦ୍ର ମହାଙ୍କୁଡ, ସୁରେନ୍ଦ୍ର କୈବର୍ତ୍ତ, , ରବି କୁମାର, ସଂଘମିତ୍ରା ଅଧିକାରୀ, ଗାୟତ୍ରୀ ମିଶ୍ର, ଗୌରୀ ତୁଳ ,ଉଷାରାଣୀ ସେନାପତି ପ୍ରମୁଖ ସହଯୋଗ କରିଥିଲେ। ମଞ୍ଚାସୀନ ସମସ୍ତ ଅତିଥି ମାନଙ୍କୁ ସରଗିଫୁଲ କମିଟି ତରଫରୁ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା।ଶ୍ରୀ ଦିଲୀପ କୁମାର ଚଉଧୂରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ପରିଶେଷରେ ସଭାପତି ରୂପେ କୁଜେନ୍ଦ୍ରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋପୀନାଥ ନାୟକ ସଭା ସାଙ୍ଗ କରିଥିଲେ।

ରାମନାଗୁଡାରୁ ନରସିଂହ ପରିଛା ଙ୍କ ରିପୋର୍ଟ ଇପିଏ ଉଇକ୍କି।

Leave a Reply

Your email address will not be published. Required fields are marked *