February 7, 2025
Home » ରାମନାଗୁଡା ବ୍ଳକ ରେ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ଅନୁଷ୍ଠିତ

ରାମନାଗୁଡା ବ୍ଳକ ରେ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ଅନୁଷ୍ଠିତ

0

ରମନାଗୁଡା:-୧୬.୧୨.୨୦୨୪- ରାୟଗଡ଼ା ଜିଲ୍ଲା ସ୍ତରୀୟ ବିଜ୍ଞାନ ଓ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଶିକ୍ଷା ବର୍ଷ ୨୦୨୪-୨୫ପାଇଁ ରାୟଗଡା ଜିଲ୍ଲା ରାମନାଗୁଡା ସ୍ଥିତ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପ୍ରଦର୍ଶନୀ ରେ ରାୟଗଡାର ଜିଲ୍ଲା ର ସମସ୍ତ ୧୧ ଗୋଟି ବ୍ଲକ୍ ରୁ କୃତକାର୍ଯ୍ୟ ହୋଇ ଆସିଥିବା ୭୦ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଉଦ୍ଘାଟନୀ ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଭଜନଲାଲ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲା ବେଳେ ରାମନାଗୁଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ରବିଶଙ୍କର ଗମାଙ୍ଗ ମୁଖ୍ୟ ବକ୍ତା ରୂପେ ସମ୍ମାନିତ ଅତିଥି ଭାବେ ଜିଆଇଇଟି ୟୁନିଭରସିଟି ଗୁଣୁପୁରର ବରିଷ୍ଠ ଅଧ୍ୟାପକ ବି. ରବି ପ୍ରସାଦ ଯୋଗ ଦେଇଥିଲେ। ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଦୀପକ କୁମାର ବେହେରା ସମ୍ମାନିତ ଅତିଥି ବ୍ଳକ ଗୋଷ୍ଠୀ ଶିକ୍ଷାଧିକରୀ ଶ୍ରୀ ସୁଜନ ମଲ୍ଲିକ, ରାମନାଗୁଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ତଥା ଆବାହକ ଗୌରୀ ପ୍ରସାଦ ପଣ୍ଡା, ମୁନିଗୁଡା ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭି ଭାସ୍କର ରାଓ, ଚନ୍ଦ୍ରପୁର ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀ ଗଣେଶ ଶବର ଗୁଣୁପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରତିଶ୍ରୁତି ସିଂ ପ୍ରମୁଖ ମଞ୍ଚାସୀନ ରହିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱରା ଦୀପ ପ୍ରଜ୍ବଳନ ପରେ ଆଦର୍ଶ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ପରେ ଅତିଥି ମାନଙ୍କ ଭାଷଣ ରେ ମୁଖ୍ୟ ଅତିଥି ଛାତ୍ର ଛାତ୍ରୀ ମାନଙ୍କୁ ଭବିଷ୍ୟତର ବୈଜ୍ଞାନିକ ବୋଲି ସମ୍ବୋଧନ କରିବା ସହିତ ସେମାନଙ୍କୁ ବିଜ୍ଞାନ ଦିଗରେ ଅଗ୍ରଗତି ହେବା ନିମନ୍ତେ ଆହ୍ବାନ ଦେଇଥିଲେ। ମୁଖ୍ୟ ବକ୍ତା ଶ୍ରୀ ରବି ଶଙ୍କର ଗମାଙ୍ଗ ଶିଶୁ ବୈଜ୍ଞାନିକ ମାନଙ୍କୁ ନିଜର ଅଭିଭାଷଣରେ ଏ ପି ଜେ ଅବଦୁଲ କଲାମଙ୍କ ପରି ମହାନ୍ ବୈଜ୍ଞାନିକ ହେବାକୁ ପ୍ରେରଣା ଯୋଗାଇଥିଲେ। ମଞ୍ଚାସୀନ ସମସ୍ତ ଅତିଥି ମାନଙ୍କୁ ଉପଢୌକନ ଏବଂ ପୁଷ୍ପଗୁଚ୍ଛ ଦେଇ ସ୍ମୃତି ସ୍ମାରକୀ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରକଳ୍ପ ଗୁଡ଼ିକର ଶୁଭ ଉଦ୍ଘାଟନ କରାଯାଇଥିଲା।


ରାମନାଗୁଡା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଆୟୁଷ୍ମାନ ଚୌଧୁରୀ ପରିବହନ ଓ ଯୋଗାଯୋଗ, କୋଲନରା ବ୍ଲକର ବଡ଼ ଖିଲାପଦର ଏସଏସଡି ହାଇସ୍କୁଲ ଟୁନି ଜାଗାରଙ୍ଗା ବିପର୍ଯ୍ୟୟ ପରିଚାଳନା,କୋଲନରା ବ୍ଲକ ଇମ୍ଫା କ୍ୟାମ୍ପସ ହାଇସ୍କୁଲ ଥେରୁବାଲି ସୁଦେସ୍ତିନା ପାଣି ଗଣିତ ଚିନ୍ତାଧାରା ଓ ଗାଣିତିକ ମୋଡେଲିଙ୍ଗ,ରାୟଗଡ଼ା ଜିଲ୍ଲା ତାଡମା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାରଂସୁ ସତ୍ୟପ୍ରଜ୍ନା ଦାସ ଶର୍ମା ବର୍ଜ୍ୟବସ୍ତୁ ପରିଚାଳନା,ରାୟଗଡା ଜିଲ୍ଲା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରାୟଗଡା ପ୍ରଭାତୀ ଖୁଣ୍ଟିଆ ଖାଦ୍ୟ ସ୍ୱାସ୍ଥ୍ୟ ସ୍ଵଛତା,ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୁଣୁପୁର ସ୍ୱରୂପ ତ୍ରିପାଠୀ ସୋଲାର ଛତା,ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ ହାଲୁଆ କୁମାରୀ ସେନାପତି ପ୍ରାକୃତିକ ଚାଷ ପ୍ରଣାଳୀ ପ୍ରମୁଖ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ବିଶ୍ୱବିଦ୍ୟାଳୟ ତଥା ମହାବିଦ୍ୟାଳୟ ଗୁଡିକରୁ ଆସିଥିବା ବିଜ୍ଞାନ ବିଭାଗର ଅଧ୍ୟାପକ ଅଧ୍ୟାପିକା ମାନେ ବିଚାରକ ଭାବେ ଉପସ୍ଥିତ ରହି ପ୍ରକଳ୍ପ ଗୁଡ଼ିକର ମୂଲ୍ୟାୟନ କରିବା ସହିତ ଶ୍ରେଷ୍ଠ ୭ ଟି ପ୍ରକଳ୍ପକୁ ଚଳିତ ମାସ ୧୮ ତାରିଖରେ ହେବାକୁ ଥିବା ବରଗଡ଼ ଜିଲ୍ଲାର ବରପାଲିରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗୀତା ରେ ଭାଗ ନେବା ପାଇଁ ମନୋନୀତ କରିଥିଲେ।କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ରୂପେ ଇସ୍ରୋରେ କାର୍ଯ୍ୟରତ ବୈଜ୍ଞାନିକ ଶ୍ରୀ ଗୌତମ ନାୟକ ଓ ଆଇଆଇଟି ଖଡ଼ଗପୁର ବୈଜ୍ଞାନିକ ଛାତ୍ର ଛାତ୍ରୀ ମାନଙ୍କୁ ଭିଡିଓ କନଫରେନ୍ସ ମାଧ୍ୟମରେ ନିଜର ବାର୍ତ୍ତା ପ୍ରଦାନ କରିଥିଲେ।ଉଦଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ବସନ୍ତ କୁମାର ନାୟକ,ଗୁଣୁପୁର ବିଧାୟକ ଶ୍ରୀ ସତ୍ୟଜୀତ ଗମାଙ୍ଗ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଓଡ଼ିଶାର ତଥା ରାୟଗଡ଼ା ମାଟିର ନାଁ କୁ ବିଶ୍ଵ ଦରବାରରେ ଉଚ୍ଚ କରାଇବା ପାଇଁ ଆହ୍ବାନ ଦେଇଥିଲେ। ଅନ୍ୟତମ ଅତିଥି ତଥା ରାମନାଗୁଡା ତହସିଲଦାର ଶ୍ରୀ ପ୍ରାଣକୃଷ୍ଣ ପାଣିଗ୍ରାହୀ ଭବିଷ୍ୟତର ସୁନାଗରିକ ହେବାପାଇଁ ବର୍ତ୍ତମାନ ର କାର୍ଯ୍ୟପନ୍ଥା କୁ ସୁଦୃଢ କରିବାକୁ ଦିଗଦର୍ଶନ ଦେଇଥିଲେ। ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ଗୁଣୁପୁର ଓ ମୁନିଗୁଡା ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀ ଭି ଭାସ୍କର ରାଓ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଞ୍ଚ ଉପରେ ଉପସ୍ଥିତ ରହିବାସହ ମୁଖ୍ୟ ଅତିଥିଙ୍କଠାରୁ ଉପଢୌକନ ଓ ସ୍ମୃତି ସ୍ମରକୀ ଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମକୁ ରାମନାଗୁଡା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଆଶୁତୋଷ ପାତ୍ର, ରାମନାଗୁଡା ବ୍ଳକ ଝିଞ୍ଜିରିବାଡ଼ି ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ କୁମାରୀ ମିଶ୍ର ମଞ୍ଚ ପରିଚାଳନା କରିଥିବାବେଳେ କାର୍ଯ୍ୟକ୍ରମର ପରିଶେଷରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମଟି ସଫଳ ରୂପାୟନସହ ସୁପରିଚାଳନା ହୋଇଥିବାରୁ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀଙ୍କ ସମେତ ଅତିଥି ମାନେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଜନ ମଲ୍ଲିକ ଓ କାର୍ଯ୍ୟକ୍ରମ ଆବାହକ ଶ୍ରୀ ଗୌରୀ ପ୍ରସାଦ ପଣ୍ଡାଙ୍କୁ ଧନ୍ୟବାଦ ଦେଇ ଖୁସିବ୍ୟକ୍ତ କରିଥିଲେ।ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଦୀପକ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।

ରାମନାଗୁଡା ରୁ ନରସିଂହ ପରିଛା ଙ୍କ ରିପୋର୍ଟ ଇପିଏ ଉଇକ୍କି ଖବର।

Leave a Reply

Your email address will not be published. Required fields are marked *