ରାମନାଗୁଡା ଲ୍ୟାମ୍ପସର ଚାଷୀ ପଞ୍ଜିକରଣ ନିମନ୍ତେ ପ୍ରେସ ଇସ୍ତାହାର

ରାମନାଗୁଡା: ରାୟଗଡ଼ ଜିଲ୍ଲା ରାମନାଗୁଡା ବ୍ଲକ ଅଧୀନରେ ଥିବା ସମସ୍ତ ଚାଷୀ ମାନଙ୍କ ପାଇଁ ଚଳିତ ଖରିଫ ଋତୁ ନିମନ୍ତେ ୨୦୨୫/୨୫ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜୁଲାଇ ୧୯ ତାରିଖରୁ ଅଗଷ୍ଟ ୨୦ ପର୍ଯ୍ୟନ୍ତ ଏକ ମାସ ବ୍ୟାପି କରାଯିବ।ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପତ୍ର ସଂଖ୍ୟା ୧୨୩୩୧ ଅନୁଯାୟୀ ଚାଲୁ ରହିବ।ଏଥି ନିମନ୍ତେ ଜିଲ୍ଲାର ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଜଣାଇ ଦିଆ ଯାଉଅଛିକି ଚଳିତ ବର୍ଷ ଚାଷୀ ପଞ୍ଜୀକରଣ ସମ୍ପୂର୍ଣ ନୂତନ ଭାବରେ କରାଯିବ ଏବଂ ପୂର୍ବ ବର୍ଷର ନବୀକରଣ କରାଯିବାର କୌଣସି ବ୍ୟବସ୍ଥା ରହିନାହିଁ । ଏହି ପ୍ରକ୍ରିୟାରେ ଚାଷୀ ମାନଙ୍କର ଇ କେୱାସି ଓ ବ୍ୟାଙ୍କ ଖାତା ସଂଯୋଗ, ଆଧାର ସଂଯୋଗ, ମୋବାଇଲ ନଂ, ଜମି ପଟ୍ଟା ସହିତ ଚକ୍ଷୁ ଚିହ୍ନଟ ବାଧ୍ୟତାମୂଳକ ରହିଛି। ତେଣୁ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଅନୁରୋଧ ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ନିଜ ନିଜର ପଞ୍ଜୀକରଣ କରାଇ ନିଅନ୍ତୁ ବୋଲି ବିଭାଗ ପରାମର୍ଶ ଦେଇଛନ୍ତି । ସପ୍ତାହର ପ୍ରତ୍ୟେକ ବାର ଅନୁସାରେ ପଞ୍ଚାୟତ ର ଗ୍ରାମ ଗୁଡ଼ିକର ଚାଷୀ ମାନଙ୍କ ପାଇଁ ଦିନ ଧାର୍ଯ୍ୟ କରାଯାଇଛି,ସୋମବାର ଦିନ ନିଲାମଗୁଡ଼ା, ଉକାମ୍ବା, ଭାମିନି, ମଙ୍ଗଳବାର ଦିନ କୁଜେନ୍ଦ୍ରୀ, ଗୁଲୁମୁଣ୍ଡା, ବୁଥିଙ୍ଗ, ଗୁରୁବାର ଦିନ ଗୁଳୁଣ୍ଠି, ଗୋଗୁପାଡୁ, ସୁଣ୍ଡିଧାମୁଣି, ଶୁକ୍ରବାର ଦିନ ପାରୀକ୍ଷିତି,ପେଣକାମ, ଗୋସେଇଁ ଗୁଲୁମୁଣ୍ଡା ଆଦି ପଞ୍ଚାୟତ ଗୁଡିକର ଦିନ ସ୍ଥିର କରାଯାଇ ସାର ବିକ୍ରୟ କରାଯିବ ବୋଲି ରାୟଗଡା ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ କହିଛନ୍ତି। ଯେ,ଜିଲ୍ଲାର ସମସ୍ତ ପ୍ରକୃତ ଚାଷୀ ଓ ଭାଗ ଚାଷୀ ଏହାର ଉଚିତ ସୁଯୋଗ ନେଇ ନିଜ ନିଜର ନାମ ପଞ୍ଜିକରଣ କରାଇ ସରକାରଙ୍କ ଚାଷୀ ହିତ ପାଇଁ ଉଦ୍ଦିଷ୍ଟ ବ୍ୟବସ୍ଥାର ଭରପୁର ସୁଯୋଗ ନିଅନ୍ତୁ।