March 13, 2025
Home » ରାମପୁର ଅଞ୍ଚଳରେ ହେଉଛି ବେଆଇନ ଗୋରୁ ଚାଲାଣ l

ରାମପୁର ଅଞ୍ଚଳରେ ହେଉଛି ବେଆଇନ ଗୋରୁ ଚାଲାଣ l

0

ସୁବର୍ଣ୍ଣପୁର –: ହିନ୍ଦୁ ଧର୍ମ ରେ ଗାଈ କୁ ଗୋରୁ ମାତା ରୂପେ ପୂଜା କରୁଥିବା ବେଳେ ଏହି ପବିତ୍ର ଜୀବକୁ କିଛି ଅମାନୁଷିକ ବ୍ଯକ୍ତି ହତ୍ୟା କରିବା ପାଇଁ ପଛାଉ ନାହାଁନ୍ତି l ଆଇନ,କାନୁନ୍ କୁ ଭୃକ୍ଷେପ ନକରି ଆଜି ବିଭିନ୍ନ ସ୍ଥାନରେ ଅବାଧ ଗୋଚାଲାଣ ହିନ୍ଦୁ ଧର୍ମର ପବିତ୍ରତା କୁ କ୍ଷୁର୍ଣ୍ଣ କରିଛି l ଅଜଣା ପିକଅପ ରେ ହେଉଛି ଗୋରୁ ଚୋରା ଚାଲାଣ l ଏପରି କିଛି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲିର ରାମପୁର ଅଞ୍ଚଳରେ l ବାବାଜୀ କଲେଜ ଓ ଅନ୍ଧାରୀବାଞ୍ଜୀ ପାଖ ସମ୍ମୁଖରେ ଦେଖିବାକୁ ମିଳିଛି ଏପରି କିଛି ଅଭାବନୀୟ ଦୃଶ୍ୟ l ଏବେ ପ୍ରଶ୍ନ ଉଠୁଛି ଗୋରୁଚାଲାଣରେ ରାମପୁର ପୋଲିସ ସଂଶ୍ଲିଷ୍ଟ ଅଛି କି ? ଏପଟେ ରାମପୁର ଥାନା ପାଖରେ ଏତେ ସବୁ ଘଟଣା ଘଟି ଯାଇଥିଲେ ବି ଜାଣିଶୁଣି କିଛି ପଦକ୍ଷେପ ଗ୍ରହଣ କରୁନି ରାମପୁର ପୋଲିସ l ଏବେ ସାଧାରଣ ରେ ଚର୍ଚ୍ଚା ହେଉଛି ଯେ ପୋଲିସ ପ୍ରଶାସନ ଓ ଗୋରୁ ମାଫିଆ ସହ ମଧୁଚଦ୍ରିକା ଅଛି କି ? ତେବେ ଗୋରୁ ମାଫିଆଙ୍କ ସହିତ ଯଦି କିଛି ନାହିଁ ତାହେଲେ ଗୋରୁ ମାଫିଆଙ୍କୁ ପୋଲିସ ଗିରଫ୍ କରୁନାହିଁ କାହିଁକି ? ଦିନ ଦ୍ୱିପହରରେ ବେଧଡ଼କ ଭାବେ ଏତେ ସଂଖ୍ୟାରେ ଗୋରୁ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ପ୍ରଶାସନ ଜାଣି ଶୁଣି ଅଜଣା ରହିବାର କି ରହସ୍ୟ ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି l ବାବାଜୀ ସାହୁ କଲେଜ ଓ ଅନ୍ଧାରୀବାଞ୍ଜୀ ପାଖରେ ଚାଲିଥିବା ଗୋରୁ ଚାଲାଣ ହେଉଛି ଏହାର ଜ୍ୱଳନ୍ତ ଉଦାହରଣ l l ଏବେ ଦେଖିବାକୁ ରହିଲା ଖବର ପ୍ରସାରଣ ପରେ କଣ କରୁଛି ରାମପୁର ପୋଲିସ ?

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *