July 1, 2025
Home » ରାଷ୍ଟ୍ରନିର୍ମାଣରେ ସମ୍ବାଦପତ୍ରର ଭୂମିକା-ଆଲୋଚନା ଚକ୍ର

ରାଷ୍ଟ୍ରନିର୍ମାଣରେ ସମ୍ବାଦପତ୍ରର ଭୂମିକା-ଆଲୋଚନା ଚକ୍ର

0
WhatsApp Image 2024-12-30 at 3.42.54 PM

ଖଣ୍ଡଗିରି : – ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ସୁଧୀର ଚନ୍ଦ୍ର ନାୟକଙ୍କ ସମ୍ପାଦନାରେ ପ୍ରକାଶିତ ସାପ୍ତାହିକ ସମ୍ବାଦପତ୍ର “ଭୋକିଲା ପେଟ” ର ଏକାଦଶତମ ସ୍ଵନକ୍ଷତ୍ର ଦିବସ ପାଳନ ଅବସରରେ “ରାଷ୍ଟ୍ର ନିର୍ମାଣରେ ସମ୍ବାଦ ପତ୍ରର ଭୂମିକା” ଶୀର୍ଷକ ଏକ ବିଶେଷ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପୁରୀ ରାଧାବଲ୍ଲଭ ମଠ ମହନ୍ତ ମହାରାଜ ରାମକୃଷ୍ଣ ଦାସ, ପୂର୍ବତନ ପ୍ରଶାସନିକ ଅଧିକାରୀ ଲାବଣ୍ୟ ଶବର,ପୂର୍ବତନ ଆରକ୍ଷୀ ଅଧିକ୍ଷକ ଦେବୀଦତ୍ତ ବିଶ୍ବଜୀବନ ମିଶ୍ର, ପ୍ରଧ୍ୟାପିକା ସୁଜାତା ମୁଣ୍ଡ ପ୍ରମୂଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

ଏହି ଅବସରରେ ଯାଜପୁର ଜିଲ୍ଲାର ସର୍ବ ପୁରାତନ ସମ୍ବାଦ ଓ ସାହିତ୍ୟଧର୍ମୀ ପାକ୍ଷିକ ସମ୍ବାଦପତ୍ର “ବିରଜା ଭୂମି ” ପକ୍ଷରୁ ଶ୍ରୀ ନାୟକଙ୍କ ସମାଜ ସେବା, ସ୍ବାସ୍ଥ୍ୟ ସଚେତନତା,ବୃକ୍ଷ ରୋପଣ, ରକ୍ତଦାନ ଶିବିର ଆୟୋଜନ ସର୍ବୋପରି ନିରପେକ୍ଷ ସମ୍ବାଦ ପରିବେଷଣ ଆଦି ପ୍ରଶଂସନୀୟ କାର୍ଯ୍ୟ ପାଇଁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ଉକ୍ତ ସମ୍ବର୍ଦ୍ଧନା ସଭାରେ ଅନ୍ୟମାନଙ୍କ ମଧ୍ୟରେ “ବିରଜା ଭୂମି” ସମ୍ବାଦପତ୍ରର ମୁଖ୍ୟ ସମ୍ପାଦକ ନିର୍ମଳ ଚନ୍ଦ୍ର ସାମଲ, ସାହିତ୍ୟ ସମ୍ପାଦକ ମାନଗୋବିନ୍ଦ ବାରିକ୍,ସାହିତ୍ୟିକ ନିମାଇଁ ପ୍ରଧାନ,ରବୀନ୍ଦ୍ର ନାଥ ପାଣି, ପଠାଣି ବେହେରା ଓ କୃଷ୍ଣ ପ୍ରସାଦ ଜେନା ପ୍ରମୂଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *