July 6, 2025
Home » ରାଷ୍ଟ୍ରୀୟ ଶିକ୍ଷା ଦିବସରେ ପରିବେଶ ସଚେତନତା ଓ ଆଧ୍ୟାତ୍ମିକତାର ବାର୍ତ୍ତା l

ରାଷ୍ଟ୍ରୀୟ ଶିକ୍ଷା ଦିବସରେ ପରିବେଶ ସଚେତନତା ଓ ଆଧ୍ୟାତ୍ମିକତାର ବାର୍ତ୍ତା l

0
WhatsApp Image 2024-11-12 at 4.17.43 PM

ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ପ୍ରତାପପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରାଷ୍ଟ୍ରୀୟ ଶିକ୍ଷା ଦିବସ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସନ୍ତୋଷିନୀ ନନ୍ଦଙ୍କ ସଭାପତିତ୍ଵରେ ତଥା ବରିଷ୍ଠ ସହକାରୀ ଶିକ୍ଷକ ଗୋପେଶ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସୋନପୁରର ବରିଷ୍ଠ ଆଇନଜୀବି, ସମାଜସେବୀ ତଥା ପରିବେଶ ପ୍ରେମୀ ଶ୍ରୀଯୁକ୍ତ ଶ୍ୟାମା ଓମ୍ ପ୍ରସାଦ ମିଶ୍ର ଯୋଗଦେଇ ଛାତ୍ର ଛାତ୍ରୀମାନଙ୍କୁ ସୁସ୍ଥ ପରିବେଶ ଓ ସୁସ୍ଥ ସମାଜ ଗଠନ ପାଇଁ ଛାତ୍ରଛାତ୍ରୀମାନଙ୍କ ଭୂମିକା କ’ଣ ରହିବା ଉଚିତ ତାହା ଅବଗତ କରାଇଥିଲେ। ଏଥିରେ ସ୍ବତନ୍ତ୍ର ଅତିଥି ଭାବରେ ଯୋଗଦେଇଥିଲେ ସୋନପୁର ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟର ଇଂରାଜୀ ବିଭାଗ ଅଧ୍ୟାପକ ଶ୍ରୀଯୁକ୍ତ ମଦନ ସୁନ୍ଦର ଖେତି । ଶ୍ରୀଯୁକ୍ତ ଖେତି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଧ୍ୟାତ୍ମିକତାର ବିକାଶ ହେଲେ ଏକ ସୁସ୍ଥ ସମାଜ ନିଶ୍ଚୟ ଗଠିତ ହୋଇପାରିବ ବୋଲି ମତପୋଷଣ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବରେ ବିଶିଷ୍ଟ ନାଟ୍ୟକାର ମନୋଜ ବାରିକ ଏବଂ ସମାଜସେବୀ ଦେବକୀ ନନ୍ଦନ ମିଶ୍ର ଯୋଗ ଦେଇଥିଲେ । ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷୟିତ୍ରୀ ମହେନ୍ଦ୍ରୀ ପଣ୍ଡା ସହଯୋଗ କରିଥିବା ବେଳେ ଶିକ୍ଷକ ଅକ୍ଷୟ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *