July 4, 2025
Home » ରାସନ କାର୍ଡ ଇ -କେ. ୱାଇ. ସି ସଚେତନତା ରଥ ର ଶୁଭାରମ୍ଭ

ରାସନ କାର୍ଡ ଇ -କେ. ୱାଇ. ସି ସଚେତନତା ରଥ ର ଶୁଭାରମ୍ଭ

0
WhatsApp Image 2025-01-18 at 7.46.33 PM

ସୁବର୍ଣ୍ଣପୁର : ବୀରମହାରାଜପୁର ଉପଖଣ୍ଡ ଉଫୁଲା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ବ୍ଲକ ସରପଞ୍ଚ ସଂଘ ସଭାନେତ୍ରୀ ତଥା ସ୍ଥାନୀୟ ସରପଞ୍ଚ ଶ୍ରୀୟା କର୍ମୀ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ରାସନ କାର୍ଡ ଇ -କେ. ୱାଇ. ସି. ସଚେତନତା ରଥ ର ଶୁଭାରମ୍ଭ କରିଛନ୍ତି l ରାଜ୍ୟ ର ଯୋଗ୍ୟ ରାସନ କାର୍ଡ ହିତାଧିକାରୀ ମାନେ ସେମାନଙ୍କ ନିଜର ତଥା ପରିବାର ସଦସ୍ୟ ଙ୍କର ଆଧାର ଇ -କେ. ୱାଇ. ସି କରିବା ଜରୁରୀ ଥିବାରୁ ଉଭୟ ରାଜ୍ୟ ଓ ରାଜ୍ୟ ବାହାରେ ରହୁଥିବା ଖାଉଟି ଯେ କୌଣସି ଖାଉଟି ସୁଲଭ ମୂଲ୍ୟ ଦୋକାନ କୁ ଯାଇ ଚଳିତ ମାସ 31 ତାରିଖ ସୁଦ୍ଧl ଇ- କେ. ୱାଇ. ସି କରାଇ ପାରିବେ l ରାଜ୍ୟ ରେ ମାତ୍ର 1ଲକ୍ଷ 25 ହଜାର 312 ଜଣ ଇ -କେ. ୱାଇ. ସି କରିଥିବା ବେଳେ ବାକି ସମସ୍ତ ଇ -କେ. ୱାଇ. ସି ର ସଦ୍ୟ ସ୍ଥିତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଓଡିଶା ସରକାର ଙ୍କ ପୋର୍ଟାଲ ରେ ରାସନ କାର୍ଡ ନମ୍ବର କିମ୍ବା ଆଧାର ନମ୍ବର ଏବଂ ପଞ୍ଜିକୃତ ମୋବାଇଲ ଓ.ଟି.ପି ଦେଇ ପରଖିବା, ସମସ୍ୟା ସ୍ଥଳେ ବିଭାଗୀୟ ଟୋଲ ଫ୍ରୀ ନମ୍ବର 1967 ରେ ଯୋଗାଯୋଗ କରିବାକୁ ବ୍ୟବସ୍ଥା କରିଛନ୍ତି l ବୀରମହାରାଜପୂର ବ୍ଲକ ରେ 81,482 ଖାଉଟି ଙ୍କ ମଧ୍ୟରୁ 68,298 ଖାଉଟି ଇ -କେ. ୱାଇ. ସି କରିଥିବା ବେଳେ ବାକି ଥିବା 13,274 ଖାଉଟି ଙ୍କ ପଞ୍ଜିକରଣ ପାଇଁ ସଚେତନତା ରଥ ମାଧ୍ୟମରେ ମାଇକ ରେ ଅବଗତ ପାଇଁ ପଦକ୍ଷେପ ସୁଯୋଗ ସୃଷ୍ଟି କରିବ ବୋଲି ବ୍ଲକ ସରପଞ୍ଚ ସଂଘ ସଭାନେତ୍ରୀ ତଥା ସରପଞ୍ଚ ଆଶା ପୋଷଣ କରିଛନ୍ତି l ସଚେତନତା ର ରଥ ଶୁଭାରମ୍ଭ ସମୟରେ ଯୋଗାଣ ସହାୟକ ଦେବେନ୍ଦ୍ର ପଣ୍ଡା, ୱାର୍ଡ ସଭ୍ୟ, ଗ୍ରାମ ପଂଚାୟତ କର୍ମଚାରୀ, ଖାଉଟି ଉପସ୍ଥିତ ଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *