October 31, 2026
Home » ରାହୁଲ ପାତ୍ର ICICI ବ୍ୟାଙ୍କର ରିଲେସନସିପ୍ ମ୍ୟାନେଜର ଭାବରେ ଚୟନିତ

ରାହୁଲ ପାତ୍ର ICICI ବ୍ୟାଙ୍କର ରିଲେସନସିପ୍ ମ୍ୟାନେଜର ଭାବରେ ଚୟନିତ

0
WhatsApp Image 2026-10-31 at 10.34.42 AM

କେନ୍ଦୁଝର :ଧରଣୀଧର ବିଶ୍ୱବିଦ୍ୟାଳୟ, କେନ୍ଦୁଝର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବରେ ୨୦୨୬ ବ୍ୟାଚର ବି. କମ୍ (ଅନର୍ସ) ସ୍ନାତକ ଛାତ୍ର ଶ୍ରୀ ରାହୁଲ ପାତ୍ର ବିଶ୍ୱବିଦ୍ୟାଳୟ ପରିସରରେ ୩୦ ସେପ୍ଟେମ୍ବର ଏବଂ ୦୧ ଅକ୍ଟୋବର ୨୦୨୬ ରେ ଅନୁଷ୍ଠିତ ଅନ-କ୍ୟାମ୍ପସ ନିଯୁକ୍ତି ଅଭିଯାନ ମାଧ୍ୟମରେ ICICI ବ୍ୟାଙ୍କରେ ରିଲେସନସିପ୍ ମ୍ୟାନେଜର ଭାବରେ ଚୟନିତ ହୋଇଛନ୍ତି।ରାହୁଲଙ୍କ ଚୟନ ତାଙ୍କର ନିଷ୍ଠା, ଦକ୍ଷତା କୁ କରୁଛି, ସେହିପରି ଶିଳ୍ପ ସମ୍ପୃକ୍ତି ଏବଂ କ୍ୟାମ୍ପସ ପ୍ଲେସମେଣ୍ଟ ପଦକ୍ଷେପ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ନିଯୁକ୍ତିଯୋଗ୍ୟତା ବୃଦ୍ଧି କରିବା ପାଇଁ ବିଶ୍ୱବିଦ୍ୟାଳୟର ନିରନ୍ତର ପ୍ରୟାସ ଜାରି ରଖିଛି ।

ଏହି ଚୟନ ବିଶ୍ୱବିଦ୍ୟାଳୟ ପାଇଁ ଗର୍ବ ଏବଂ ସ୍ୱୀକୃତି ଆଣିଦେଇଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ, ଅଧ୍ୟାପକ ଏବଂ କର୍ମଚାରୀମାନେ ରାହୁଲଙ୍କୁ ତାଙ୍କର ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି ।ଧରଣୀଧର ବିଶ୍ୱବିଦ୍ୟାଳୟର ଟ୍ରେନିଂ ଏବଂ ପ୍ଲେସମେଣ୍ଟ ସେଲ୍ ଅଗ୍ରଣୀ ଅନୁଷ୍ଠାନଗୁଡିକ ସହିତ ଅର୍ଥପୂର୍ଣ୍ଣ ସହଭାଗିତା ସ୍ଥାପନ ଏବଂ ଛାତ୍ରଛାତ୍ରୀମାନଙ୍କୁ କର୍ପୋରେଟ୍ କ୍ଷେତ୍ରରେ ସେମାନଙ୍କ କ୍ୟାରିଅର ଆରମ୍ଭ କରିବାର ସୁଯୋଗ ପ୍ରଦାନ କରିବା ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରୁଛି। ICICI ବ୍ୟାଙ୍କରେ ରାହୁଲ ପାତ୍ରଙ୍କ ସଫଳ ନିଯୁକ୍ତି ଏକ ବଳିଷ୍ଟ ଉଦାହରଣ ।ରାହୁଲଙ୍କ ଏହି ସଫଳତା ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ଆତ୍ମବିଶ୍ୱାସ ଏବଂ ଦୃଢ଼ ସଂକଳ୍ପର ସହ ସେମାନଙ୍କର କ୍ୟାରିଅର ଲକ୍ଷ୍ୟ ହାସଲ କରିବାକୁ ପ୍ରେରଣା ଦେବ ବୋଲି ଆଶା କରାଯାଉଛି।

କେନ୍ଦୁଝର ରୁ ରୂପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *