November 28, 2025
Home » ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ ଶିଶୁ ମାନଙ୍କ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ ଶିଶୁ ମାନଙ୍କ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

0
WhatsApp Image 2025-02-01 at 10.00.25 PM

ସମସ୍ତ ସ୍ଵତନ୍ତ୍ର ଯତ୍ନ ସୁବିଧା ଚାହୁଁଥିବା ଶିଶୁ ମାନଙ୍କୁ ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଇ ସେମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବାକୁ ହେବ : ଜିଲ୍ଲାପାଳ

ଶିଶୁ ମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ସବୁ ସ୍ତରରେ ନିୟମିତ ସମୀକ୍ଷା ହେବା ଆବଶ୍ୟକ

ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ୧/୨/୨୦୨୫ ତାରିଖରେ ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ ଶିଶୁ ମାନଙ୍କ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିଶୁ ମାନଙ୍କ ପାଇଁ ଥିବା ଶିଶୁ ମଙ୍ଗଳ ଓ ସୁରକ୍ଷା କମିଟି, ଶିଶୁ ଶ୍ରମିକ ବିଲୋପ ଟାସ୍କ ଫୋର୍ସ, ବାଲ୍ୟ ବିବାହ ନିରାକରଣ ଓ କିଶୋଋ ସଶକ୍ତିକରଣ ଟାସ୍କ ଫୋର୍ସ କମିଟିର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପୂର୍ବରୁ ଚିହ୍ନଟ ହୋଇଥିବା ସ୍ଵତନ୍ତ୍ର ଯତ୍ନ ସୁବିଧା ଚାହୁଁଥିବା ଶିଶୁ ମାନଙ୍କୁ ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଇ ସେମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବାକୁ ଉପଯୁକ୍ତ ପରିବାରର ମୁଖ୍ୟ ମାନଙ୍କୁ କହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାବରିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶିଶୁ ମାନଙ୍କର ସର୍ବାଙ୍ଗୀନ ବିକାଶ କରିବା ସହିତ ପ୍ରତ୍ୟେକ ଶିଶୁ କିପରି ସୁରକ୍ଷିତ ପରିବେଶ ଭିତରେ ରହିବେ ସେଥିପ୍ରତି ଗୁରୁତ୍ଵ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ଯୋଗଦେଇ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାବରି ଯୋଗଦେଇ ପ୍ରତି ବ୍ଲକ ସ୍ତରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ମେଡିକାଲ ଅଧିକାରୀ, ଜାତି ସମାଜର ମୁଖ୍ୟ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ଥାନା ଅଧିକାରୀ ଓ ହାଇସ୍କୁଲ ଛାତ୍ର ଛାତ୍ରୀ, ଅଦ୍ବିକା କ୍ଲବର ସଦସ୍ୟ ମାନଙ୍କୁ ନେଇ ମାନସିକ ସ୍ୱାସ୍ଥ୍ୟ ଶିଶୁ ଅଧିକାର ଓ ସେମାନଙ୍କ ସୁରକ୍ଷା ସହିତ ଶିଶୁ ଚାଲାଣ, ବାଲ୍ୟ ବିବାହ ସମସ୍ୟା ଗୁଡିକ ବିଷୟରେ ଆଲୋଚନା କରିବା ଆବଶ୍ୟକ ବୋଲି ନିର୍ଦ୍ଦେଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା ମମତା ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଷ୍ଣୁ ପ୍ରସାଦ ପାତ୍ର, ପ୍ରକଳ୍ପ ପ୍ରଶାସକ ରାୟଗଡ଼, ଚନ୍ଦ୍ରକାନ୍ତ ମ।ଝି ପ୍ରକଳ୍ପ ପ୍ରଶାସକ, ଗୁଣୁପୁର ଅଜୟ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ କମ ବୟସରେ ମାତୃତ୍ଵ ଓ ପୋକସ ଆଇନ, ଚାଲାଣ, ଆଇନ ଓ ବାଲ୍ୟ ବିବାହ ନିଷେଧ ଆଇନ ଗୁଡିକ ଉପରେ ଆଲୋକପାତ କରିଥିଲେ ।
ଜିଲ୍ଲାର ସମସ୍ତ ଗ୍ରାମ ପଂଚାୟତରେ ସ୍ଵତନ୍ତ୍ର ଗ୍ରାମ ସଭା ଶିଶୁ ଅଧିକାର, ଶିଶୁ ଚାଲାଣ, କମ ବୟସରେ ବାହାଘର, ଶିଶୁ ଶ୍ରମିକ, ଅଧାରୁ ପାଠ ପଢା ଛାଡିବା, କନ୍ୟା ସନ୍ତାନର ସୁରକ୍ଷା ଭଳି ସଂବେଦନଶୀଳ ବିଷୟ ଗୁଡିକ ଉପରେ ଆଲୋଚନା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଶିଶୁ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ପଂଚାୟତ ବଜେଟରେ ବ୍ୟୟ ବରାଦ ଗ୍ରାମ ସଭାର ସଦସ୍ୟ ମାନଙ୍କୁ ବୁଝାଇବାକୁ ପଡିବ । ଯେଉଁ କିଶୋର କିଶୋରୀ ମାନେ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଚାହୁଁଛନ୍ତି ସେମାନଙ୍କୁ ବ୍ଲକସ୍ତରରେ ଆୟୋଜିତ ହେଉଥିବା ପରାମର୍ଶ ଶିବିରରେ ଯୋଗ ଦେବା ଆବଶ୍ୟକ । ଏଥିପାଇଁ ବ୍ଲକ ସ୍ତରରେ ନିର୍ଦ୍ଧିଷ୍ଟ ତାରିଖ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥିର ହୋଇଥିବା କଥା ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ ଶ୍ରୀ ତତ୍ତ୍ଵମସି ମହାପାତ୍ର କହିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମିନତୀ ଦେଓ ବୈଠକକୁ ସ୍ଵାଗତ କରିଥିଲା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଚିତ୍ରା ସେଠୀ ଓ ଆକ୍ସନଏଡର ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ଵର ସାହୁ ଗତ ୩ ମାସର ଅଗ୍ରଗତି ବିଷୟରେ ଆଲୋଚନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଶ୍ରମ ଅଧିକାରୀ ଅଭିନାଶ ସାହୁ, ବାବୁ ସାହୁ, ଶିଶୁ ମଙ୍ଗଳ କମିଟିର ସଦସ୍ୟ ପ୍ରିୟଦର୍ଶିନୀ ମହାକୁଳ, ଜୋତ୍ସନା ମୟୀ ପାଢ଼ୀ, ଜିଲ୍ଲା ସମଗ୍ର ଶିକ୍ଷାର ସଂଯୋଜକ ସୁରେନ୍ଦ୍ର ସାଠୁଆ,ଓ୍ବାନ ଷ୍ଟପ ସେଣ୍ଟର, ଶକ୍ତି ସଦନ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ନିରାକାର ପାଢ଼ୀଙ୍କ ସମେତ ସମସ୍ତ କର୍ମକର୍ତ୍ତା ଜିଲ୍ଲାର ସମସ୍ତ ବାଲ୍ୟ ବିବାହ ନିଷେଧ ଅଧିକାରୀଙ୍କ ସମେତ କର୍ମକର୍ତ୍ତା ଗଣ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *