ରାୟଗଡ଼ା ଆଇନସେବା ପ୍ରାଧିକରଣ ଦ୍ୱାରା ବିଶ୍ଵ ଶିଶୁ ଶ୍ରମ ନିରୋଧ ଦିବସ ପାଳିତ

ରାୟଗଡ଼ା:ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକ ନିର୍ଦ୍ଦେଶ କ୍ରମେ ରାୟଗଡ଼ା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀଙ୍କ ପୌରହିତ୍ୟରେ ଏବଂ ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ତତ୍ୱାବଧାନରେ ଆଜି ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ଵ ଶିଶୁ ଶ୍ରମ ନିରୋଧ ଦିବସ ପାଳିତ ହୋଇଯାଇଛି I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍(ପୋକ୍ସ) ଶ୍ରୀମତି ସ୍ୱେତା ମିଶ୍ର, ମୂଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତି ଅପର୍ନା ମହାପାତ୍ର, ମହିଳା କୋର୍ଟ ର ବିଚାରପତି ଶ୍ରୀମତି ସସ୍ମିତା ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରି ରାମଚନ୍ଦ୍ର ନାହାର, ଅତିରିକ୍ତ ଶିକ୍ଷା ଅଧିକାରି ଶ୍ରୀ ଭଜନଲାଲ ମାଝି, ଡିଭିଜନାଲ ଲେବର କମିଶନର ଶ୍ରୀ ସୁବାସ ଚନ୍ଦ୍ର ମଣ୍ଡଳ, ରାୟଗଡା ବାର ଆସୋସିଏସନର ଆଇନଜୀବି ଦେବରାଜ ନାଏକ, Y. ଶ୍ରୀନିବାସ ରାଓ, ଶକ୍ତି ଅନୁଷ୍ଠାନର ଡାଇରେକ୍ଟର ଶ୍ରୀ ରମେଶ ଚନ୍ଦ୍ର ନାଏକ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, ଶିକ୍ଷୟିତ୍ରୀ, ଛାତ୍ର ଓ ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ l ସେହିପରି ରାୟଗଡ଼ା ଜିଲ୍ଲାର ଜିସିଡି ଉଚ୍ଚ ବିଦ୍ୟାଳୟ, ଜି.ବି.ଏମ ଉଚ୍ଚ ବିଦ୍ୟାଳୟ, RSEWC ଉଚ୍ଚ ବିଦ୍ୟାଳୟ ର ଛାତ୍ର ଓ ଛାତ୍ରୀ ମଧ୍ୟ ଅଂଶଗ୍ରହଣ କରିଥିଲେ I ଉପସ୍ଥିତ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ବିଶ୍ଵ ଶିଶୁ ଶ୍ରମ ନିରୋଧ ଦିବସ ପାଳନ ର ଉଦ୍ଦେଶ୍ୟ, ଆଭିମୁଖ୍ୟ, ଶିଶୁ ଶ୍ରମିକ ମାନଙ୍କର ନ୍ୟାୟିକ ବ୍ୟବସ୍ଥା ଓ ସେମାନଙ୍କ ପାଇ ଆଇନରେ ଉଦ୍ଧିଷ୍ଟ ଥିବା ବିଭିନ୍ନ ଧାରା ଉପରେ ଆଲୋକପାତ କରିଥିଲେ I ପରିଶେଷରେ ପିଲାମାନଙ୍କ ମଧ୍ୟରେ ପ୍ରବନ୍ଧ ପ୍ରତିଯୋଗିତା କରାଯାଇ ଓ ପ୍ରଥମ, ଦିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ଟ୍ରଫି,ସାଟିପିକେଟ ପ୍ରଦାନ କରାଯାଇଥିଲା I ଶେଷରେ ଅନ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ସାଟିଫିକେଟ ବଣ୍ଟନ କରାଯାଇଥିଲା I ସର୍ବୋପରି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଛାତ୍ରଛାତ୍ରୀ ଓ ମାନ୍ୟବର ଅତିଥି ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଶେସ ହୋଇଥିଲା