July 1, 2025
Home » ରାୟଗଡ଼ା ଜେକେ କାଗଜ କଳରେ ରକ୍ତଦାନ ଶିବିର

ରାୟଗଡ଼ା ଜେକେ କାଗଜ କଳରେ ରକ୍ତଦାନ ଶିବିର

0
IMG-20250620-WA0535

ରାୟଗଡ଼ା: ରାୟଗଡ଼ା ଜେକେ କାଗଜ କଳର ଭୁତ ପୂର୍ବ ଅଧ୍ୟକ୍ଷ ସ୍ଵର୍ଗତ ହରି ଶଙ୍କର ସିଂଘାନିଆଙ୍କ ୯୨ ତମ ଜନ୍ମଦିନ ପାଳନ ଅବସରରେ ଓଡିଶା ବ୍ଲଡ୍ ବ୍ୟାଙ୍କ୍, ରାୟଗଡ ସହାୟ ତା ରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ରାୟଗଡ଼ା ଜେକେ କାଗଜ କଳର କାର୍ଯ୍ୟନିର୍ବାହୀ ଉପ ସଭାପତି ଶ୍ରୀ ବିନୟ ଦ୍ଵିବେଦୀ , ଉଦଘାଟନ କରିଥିଲେ।

ଏହି ଶିବିରରେ କାଗଜ କଳର ୧୯୨ ଜଣ କର୍ମଚାରୀ ଓ ପରିବାର ବର୍ଗ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଉଦଘାଟନ ସମାରୋହରେ ରେ କାଗଜ କଳ ମହାପ୍ରବନ୍ଧକ-(ମାନବ ସମ୍ବଳ) ସନ୍ଦୀପ ପାଣ୍ଡେ ଓ ବରିଷ୍ଠ ଅଧିକାରୀ ଗଣ ଏବଂ ଜେକେ ଡିସ୍ପେନ୍ସାରି ର ଡାଃ କେ ଭି ଆର୍ ରାଓ, ଡାଃ ପଦ୍ମା ଉପସ୍ଥିତ ଥିଲେ। ରାୟଗଡା ବ୍ଲଡ୍ ବ୍ୟାଙ୍କ୍ ତରଫରୁ ଡାଃ ଗୌତମ ପଟ୍ଟନାୟକ, ଉମାକାନ୍ତ ମିଶ୍ର, ଡି କିଶୋର କୁମାର, ଉଷା ରାଣୀ ବେହୁରିଆ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରି ଥିଲେ। କାର୍ଯ୍ୟକ୍ରମ କୁ ଜେକେ କାଗଜ କଳ ର ଉପ ମହାପ୍ରବନ୍ଧକ, ଶ୍ରୀ (ଜନ କଲ୍ୟାଣ) ପରିଚାଳନା କରିଥିଲେ ଓ ତାଙ୍କୁ ୱେଲଫେଆର ଅଫିସର ଭାସ୍କର ନାଇଡୁ, ଶିବଙ୍କର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *