August 20, 2026
Home » ରାୟଗଡ଼ା ସ୍ଵୟଂଶାସିତ ମହାବଦ୍ୟାଳୟ/ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବର ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ

ରାୟଗଡ଼ା ସ୍ଵୟଂଶାସିତ ମହାବଦ୍ୟାଳୟ/ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବର ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ

0
WhatsApp Image 2024-12-08 at 2.43.01 PM

ରାୟଗଡ଼ା ସ୍ଵୟଂଶାସିତ ମହାବଦ୍ୟାଳୟ/ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତ ୦୫-୧୨-୨୦୨୪ ରୁ ୦୭-୧୨-୨୦୨୪ ତାରିଖ ଧରି ହେଉଥିବା ବାର୍ଷିକ କ୍ରୀଡ଼ା ଉତ୍ସବର ଉଦ୍ଘାଟନୀ ସମାରୋହ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାୟଗଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ଡଃ. ବସନ୍ତ କୁମାର ନାୟକ ଯୋଗଦେଇଥିଲେ। ପ୍ରଥମେ ଭଗବାନଙ୍କ ଠାରେ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ।ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ. ବବିଲତା ସରାଫ ମୁଖ୍ୟ ଅଭିଭାଷଣ ଦେଇ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। କ୍ରୀଡ଼ା ସଂଗଠନର ସଭ୍ୟ ଶ୍ରୀ ମନ୍ମଥରାଓ ଟୋଇକା କ୍ରୀଡ଼ା ବାର୍ଷିକ ବିବରଣୀ ପାଠ କରିଥିଲେ ।ମୁଖ୍ୟ ଅତିଥିମାନେ ଦୈନନ୍ଦିନ ଜୀବନରେ ଖେଳ ର ଭୂମିକା,ଶିକ୍ଷା ସହ ଖେଳ ର ସମ୍ପର୍କ,ପ୍ରତିଯୋଗିତାରେ ଅଂଶ ଗ୍ରହଣର ମହତ୍ତ୍ଵ ବୁଝାଇଥିଲେ । ବିଜେତା ଛାତ୍ରଛାତ୍ରୀମାନଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କାର ଏବଂ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏହା ପରେ କ୍ରୀଡ଼ା ପତାକାକୁ ତଳକୁ କରି କ୍ରୀଡ଼ା ମଶାଲ ଲିଭାଇ ଦିଆଯାଇଥିଲା ।ଗତ ୦୫-୧୨-୨୦୨୪ ତାରିଖ ଅପରାହ୍ନ ୪.୦୦ ଘଣ୍ଟା ସମୟରେ ମହାବିଦ୍ୟାଳୟର ଅଧ୍ୟକ୍ଷା, ଅଧ୍ୟାପକ ଅଧ୍ୟାପିକା,କ୍ରୀଡ଼ା ଶିକ୍ଷକ ସହ ଛାତ୍ରଛାତ୍ରୀମାନେ ଏକ ବିଶାଳ ଶୋଭାଯାତ୍ରା କରି ମା ମାଝୀଗୌରୀ ମନ୍ଦିର କୁ ଯାଇ ପୂଜାର୍ଚ୍ଚନା ସହ କରି କ୍ରୀଡ଼ା ମଶାଲ ଧରି ଆସିଲେ । କ୍ରୀଡ଼ା ମଶାଲ ଧରି ବିଘ୍ନେସ ପାପାଲା,ବଳରାମ ଦୋରା, ଜଗୁଲୁ ପଲକିଆ ସହ ଅନ୍ୟ ଛାତ୍ରଛାତ୍ରୀମାନେ ମହା ଶୋଭାଯାତ୍ରାରେ ମା ମଝି ଗୌରୀ ମନ୍ଦିରରୁ ମହାବିଦ୍ୟାଳୟର ମୁଖ୍ୟ ଫାଟକ ନିକଟରେ କ୍ରୀଡ଼ା ଶିକ୍ଷକ ଶ୍ରୀ ଆଶିଷ ପୂଜାରୀ କୁ ଦେଲେ ଏବଂ ସେ କ୍ରୀଡ଼ା ସଂଗଠନର ଉପସଭାପତି ଶ୍ରୀ ଏ .ଶ୍ରୀନିବାସ ଙ୍କୁ ଦେଇ ଥିଲେ । ଏ .ଶ୍ରୀନିବାସ ମହାବିଦ୍ୟାଳୟର ଅଧ୍ୟକ୍ଷାଙ୍କୁ ମଶାଲ ଦେଇଥିଲେ ଏବଂ ଅଧ୍ୟକ୍ଷା ମୁଖ୍ୟ ଅତିଥି ଅତିରିକ୍ତ ଏସ.ପି ଶ୍ରୀ ବିଷ୍ଣୁପ୍ରସାଦ ପାତ୍ରଙ୍କୁ ମଶାଲ ଦେଇ ମହାବିଦ୍ୟାଳୟରେ ସ୍ଥାପନ କରିଥିଲେ। ମୁଖ୍ୟ ଅତିଥି ଅତିରିକ୍ତ ଏସ.ପି ଶ୍ରୀ ବିଷ୍ଣୁପ୍ରସାଦ ପାତ୍ର ମୁଖ୍ୟ ଅଭିଭାଷଣ ଦେଇ କ୍ରୀଡ଼ା ର ମହତ୍ତ୍ଵ ବିଷୟର ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ତା – ୦୬-୧୨-୨୦୨୪ ତାରିଖ ସକାଳ ୯.୦୦ ଘଣ୍ଟା ସମୟରେ ଉଦ୍ଘାଟନୀ ସମାରୋହର ମୁଖ୍ୟ ଅତିଥି ଭାବରେ ରାୟଗଡ଼ା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ ଯୋଗ ଦେଇଥିଲେ। ମୁଖ୍ୟ ଅତିଥିଙ୍କ ଦ୍ଵାରା କ୍ରୀଡ଼ା ପତାକା ଉତ୍ତୋଳନ କରାଯାଇ ଶପଥ ପାଠ କରାଯାଇଥିଲା । ମୁଖ୍ୟ ଅତିଥି ସମସ୍ତ ପ୍ରତିଯୋଗୀ ମାନଙ୍କୁ କ୍ରୀଡ଼ା ପାଇଁ ଉତ୍ସାହିତ କରି ସମସ୍ତଙ୍କୁ ଖେଳ ରେ ଅଂଶଗ୍ରହଣ କରିବା ପାଇଁ କହିଥିଲେ ।ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ. ବବିଲତା ସରାଫ ମୁଖ୍ୟ ଅଭିଭାଷଣ ଦେଇ ଖେଳ ର ଉପଯୋଗୀତା ବିଷୟର କହି ଛାତ୍ରଛାତ୍ରୀ ମନକୁ ଉତ୍ସାହିତ କରି ଖେଳରେ ଅଂଶ ଗ୍ରହଣ ପାଇଁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ କର୍ମଚା,ରୀ ସହ ଛାତ୍ରଛାତ୍ରୀ ଯୋଗଦେଇ ଥିଲେ। ହିନ୍ଦୀ ବିଭାଗୀୟ ମୁଖ୍ୟ ଡଃ. ଭଗବାନ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ପରେ ସକାଳ ୧୦.୦୦ ଘଣ୍ଟା ସମୟରେ କ୍ରୀଡ଼ା ଆରମ୍ଭ ହୋଇଥିଲା ।ପ୍ରଥମେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ/ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କର ୧୦୦ ମିଟର,୨୦୦ ମିଟର ଦୌଡ ପ୍ରତିଯୋଗୀତା, ସର୍ଟ ପୁଟ, ଡିସ୍ କସ୍ ଥ୍ରୋ ,ଉଚ୍ଚ ଡିଆଁ,ଲମ୍ବା ଡିଆଁ ଇତ୍ୟାଦି ପ୍ରତିଯୋଗିତା ହୋଇଯାଇଛି। ତା -୦୭-୧୨-୨୦୨୪ ତାରିଖ ସକାଳ ୭.୦୦ ଘଣ୍ଟା ସମୟରୁ ୪୦୦ ମିଟର,୮୦୦ ମିଟର ଦୌଡ ପ୍ରତିଯୋଗୀତା, ଲମ୍ବା ଡିଆଁ,ଉଚ୍ଚ ଡିଆଁ, ଜାଭ୍ ଲିନ ଥ୍ରୋ,ରିଲେ ରେସ ପ୍ରତିଯୋଗିତା ହୋଇଯାଇଛି । ଏହି ସମାରୋହରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ,ଛାତ୍ରଛାତ୍ରୀ ସହ କ୍ରୀଡ଼ା ଶିକ୍ଷକ ଯୋଗ ଦେଇ ବାର୍ଷିକ ଉତ୍ସବ କ୍ରୀଡ଼ାକୁ ସଫଳ କରିଥିଲେ ।

ରାୟଗଡା ଜିଲ୍ଲା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed