July 28, 2025
Home » ରାୟଗଡା ଓକିଲ ସଂଘର ପୂର୍ବତନ ଉପସଭାପତି, ନୋଟରୀ ପବ୍ଲିକ ମହିଳା ଆଇନଜୀବୀଙ୍କ ଅକାଳ ବିୟୋଗ…

ରାୟଗଡା ଓକିଲ ସଂଘର ପୂର୍ବତନ ଉପସଭାପତି, ନୋଟରୀ ପବ୍ଲିକ ମହିଳା ଆଇନଜୀବୀଙ୍କ ଅକାଳ ବିୟୋଗ…

0
WhatsApp Image 2025-01-12 at 1.39.13 PM

ରାୟଗଡା ଓକିଲ ସଂଘର ପୂର୍ବତନ ଉପସଭାପତି, ନୋଟରୀ ପବ୍ଲିକ ମହିଳା ଆଇନଜୀବୀ ଜ୍ୟୋସ୍ନା ରାଣୀ ଦେବୀଙ୍କ ୫୬ ବର୍ଷ ବୟସରେ ଶୁକ୍ରବାର ମଧ୍ୟରାତ୍ରିରେ ମୃତ୍ୟୁବରଣ କରିଛନ୍ତି ।ପରଲୋକ ଘଟିଛି।ତାଙ୍କ ମର ଶରୀରକୁ ସ୍ଵାମୀ ମହେଶ ପାଣିଗ୍ରାହୀ ଓ ଭାଇମାନେ ଜୟପୁର ନିଜ ବାସଭବନକୁ ନେବା ପରେ ଜୟପୁରର ଚମ୍ପାକୁପୁଲି ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି। ସ୍ବର୍ଗତ ଆଇନଜୀବୀ ଜ୍ୟୋସ୍ନା ରାଣୀ ଦେବୀଙ୍କ ଦେହାନ୍ତରେ ରାୟଗଡ଼ା ଜିଲ୍ଲା ବାର ଏସୋସିଏସନ ମଧ୍ୟରେ ଶୋକାକୁଳ ପରିବେଶ ଦେଖାଦେବା ସହ ସମସ୍ତ ଓକିଲ ଦୁଃଖ ପ୍ରକାଶ କରି ସ୍ବର୍ଗତ ଜ୍ୟୋସ୍ନାଙ୍କ ଅକାଳ ବିୟୋଗରେ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

ରାୟଗଡା ଜିଲ୍ଳା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *