July 1, 2025
Home » ରାୟଗଡା ଜିଲ୍ଲାରେ “ଏକ ଦେଶ, ଏକ ନିର୍ବାଚନ” ଅଭିଯାନକୁ ବଡ଼ ପ୍ରୋତ୍ସାହନ ନେଇ ରାୟଗଡା ସର୍କିଟ୍ ହାଉସରେ ସାମ୍ବାଦିକ ସମ୍ମିଳନୀ

ରାୟଗଡା ଜିଲ୍ଲାରେ “ଏକ ଦେଶ, ଏକ ନିର୍ବାଚନ” ଅଭିଯାନକୁ ବଡ଼ ପ୍ରୋତ୍ସାହନ ନେଇ ରାୟଗଡା ସର୍କିଟ୍ ହାଉସରେ ସାମ୍ବାଦିକ ସମ୍ମିଳନୀ

0
WhatsApp Image 2025-05-03 at 3.02.27 PM

ଖଣିଜ ସମ୍ପଦରେ ପ୍ରସିଦ୍ଧ ଓ ପୂର୍ବତନ ଅଖଣ୍ଡ କୋରାପୁଟ ଜିଲ୍ଲାର ଅଂଶ ଥିବା ରାୟଗଡା ଜିଲ୍ଲା ସାମାଜିକ ଓ ରାଜନୈତିକ ସଚେତନତା ପାଇଁ ଜଣାଶୁଣା। ଏଠାର ଜନସାଧାରଣ ମଧ୍ୟରେ ବର୍ତ୍ତମାନ “ଏକ ଦେଶ, ଏକ ନିର୍ବାଚନ” ବିଷୟଟି ଏକ ଗରମ ଅଲୋଚନା ରୂପ ନେଇଛି। ୨ ମଇ ୨୦୨୫ରେ ରାୟଗଡା ସର୍କିଟ୍ ହାଉସରୁ ଆରମ୍ଭ ହୋଇ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ହେଲା, ଯେଉଁଥିରେ ବିଜେପି ଜିଲ୍ଲା ନେତୃତ୍ୱ, ସାଧାରଣ ଜନତା, ଛାତ୍ରଛାତ୍ରୀ, ବୃତ୍ତିଜୀବୀ, ନିୟୋଜିତ ଏନଜିଓ, ଅଧିବକ୍ତା, କାର୍ଯ୍ୟକର୍ତ୍ତା ଓ ସାମାଜିକ କର୍ମୀମାନେ ସାମିଲ ହେଇଥିଲେ। ଏହି ପଦଯାତ୍ରା ପରେ ଏକ ଅନୁରୋଧପତ୍ର ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ୱାରୀଙ୍କୁ ପ୍ରଦାନ କରାଯାଇଛି, ଯାହା ମହାମହିମ ରାଷ୍ଟ୍ରପତିଙ୍କୁ ପ୍ରେଷିତ କରାଯିବ।

ଏହି ଅନୁରୋଧପତ୍ରରେ ଏକାସାଥି ଲୋକସଭା ଓ ବିଧାନସଭା ନିର୍ବାଚନ ପ୍ରଣାଳୀର ଲାଭ ଦର୍ଶାଇଯାଇଛି—ଯେପରିକି ଖର୍ଚ୍ଚ ହ୍ରାସ, ଜନ ଉନ୍ନୟନ ଯୋଜନାରେ ବୃଦ୍ଧି, ପ୍ରଶାସନିକ ଅସୁବିଧା ହ୍ରାସ, ନୀତି ନିର୍ଦ୍ଦିଷ୍ଟତା, ଓ ମତଦାନ ପ୍ରତି ଜନମାନଙ୍କ ଆଗ୍ରହ ବୃଦ୍ଧି।ଅନେକ ବିରୋଧୀ ଏହାକୁ ଲୋକତନ୍ତ୍ର ବିରୋଧୀ ବୋଲି ଆକ୍ରମଣ କରିଥିଲେ, ତେବେ ଏହି ଅନୁରୋଧପତ୍ର ସ୍ପଷ୍ଟ କରିଛି ଯେ ୧୯୫୨ ରୁ ୧୯୬୭ ପର୍ଯ୍ୟନ୍ତ ଏହି ମିଶ୍ର ନିର୍ବାଚନ ପ୍ରଣାଳୀ ବ୍ୟବହୃତ ହୋଇଥିଲା ଓ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ଓ ସିକିମ୍ ରେ ଏଯାଁ ସୁଖଦ ଉଦାହରଣ ମିଳିଛି। ଦାବିପତ୍ର ପ୍ରଦାନ କରିବା ସମୟରେ ଆଜି ଡ଼. ତପନ କୁମାର ଚାନ୍ଦ
ପୂର୍ବତନ CMD, ନାଲକୋ; ଡିରେକ୍ଟର, ଟାଟା ପାୱର; ବିଜେପି ରାଜ୍ୟ ମୁଖପାତ୍ର; ବିଜେପି ଇଣ୍ଡଷ୍ଟ୍ରିଜ ସେଲ୍ କୋ-କନଭେନର.,ଶ୍ରୀ ଗୋପୀ ଆନନ୍ଦ ଜିଲ୍ଲା ବିଜେପି ଅଧ୍ୟକ୍ଷ, ରାୟଗଡା.,ଶ୍ରୀ ଅବିନାଶ ପଟ୍ଟନାୟକ ପ୍ରମୁଖ ମିଡିଆ ହାଉସ ପ୍ରତିନିଧି; ବ୍ୟବସାୟୀ, ରପ୍ତାନିକାରୀ, ସାମାଜିକ କର୍ମୀ; ବିଜେପି ଇଣ୍ଡଷ୍ଟ୍ରିଜ ସେଲ୍ କୋର କମିଟି ସଦସ୍ୟ., ଶ୍ରୀ ବସନ୍ତ ଉଲ୍ଲକା ବିଜେପି ପୂର୍ବତନ ବିଧାନସଭା ପ୍ରାର୍ଥୀ.,ଶ୍ରୀ ଦୁସ୍ମନ୍ତ ସିଂହଦେଓ ବିଜେପି ଜିଲ୍ଲା ଇଣ୍ଡଷ୍ଟ୍ରିଜ ସେଲ୍ ସମନ୍ୱୟକ., ଶ୍ରୀ ଶିବ ଶଙ୍କର ଉଲ୍ଲକା ପୂର୍ବତନ ଜିଲ୍ଲା ସଭାପତି.,ଶ୍ରୀ ରାମ ଚନ୍ଦ୍ର ବେହେରା ବିଜେପି ରାଜ୍ୟ ଉପାଧ୍ୟକ୍ଷ, ଓବିସି ମୋର୍ଚ୍ଚା.,ଶ୍ରୀ ରବି ଗମାଙ୍ଗା ବ୍ଲକ ଅଧ୍ୟକ୍ଷ, ରାମନଗୁଡା.,ଶ୍ରୀ ହଳାଧର ମିଶ୍ର ବିଜେପି ସକ୍ରିୟ କାର୍ଯ୍ୟକର୍ତ୍ତା, ପରିଚାଳନା କର୍ତ୍ତା.,ଶ୍ରୀ ନିଳାଦ୍ରି ବିହାରୀ ପତ୍ର
ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ଉପାଧ୍ୟକ୍ଷ ଉପସ୍ଥିତ ଥିଲେ ।
ଏହି ଅଭିଯାନ ପରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ମହିଳା ମୋର୍ଚ୍ଚା ପାଇଁ ବିଶେଷ କାର୍ଯ୍ୟାଳୋଚନା ସଭା ଆୟୋଜିତ ହୋଇଥିଲା। ସଭାର ସଂଚାଳନ କରିଥିଲେ ଡ଼. ତପନ କୁମାର ଚାନ୍ଦ ଓ ଉପସ୍ଥିତ ଥିଲେ ବିଜେପି ଜିଲ୍ଲା ଅଧ୍ୟକ୍ଷ ଓ ଅନ୍ୟ ବରିଷ୍ଠ ନେତୃତ୍ୱ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *