ରାୟଗଡା ଜିଲ୍ଲାରେ ବାଂଲାଦେଶୀ ଅନୁପ୍ରବେଶ ବନ୍ଦ କରିବାକୁ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ
Anchor -ବାଂଲାଦେଶ ରେ ବଢୁଥିବା ହିନ୍ଦୁମାନଙ୍କ ପ୍ରତି ଅତ୍ୟାଚାର ଓ ଉତ୍ପୀଡନ ଏବଂ ରାୟଗଡା ଜିଲ୍ଲା ରେ ବାଂଲାଦେଶୀ ଅନୁପ୍ରବେଶ ବନ୍ଦ କରିବାକୁ ଜିଲ୍ଲାପାଳଙ୍କୁ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ରାୟଗଡ ସନାତନ ହିନ୍ଦୁ ସମାଜ।ଆଜି ରାୟଗଡା ରେଳ ଷ୍ଟେସନ ନିକଟରୁ ହଜାର ହଜାର ସଂଖ୍ୟରେ ସନାତନ ହିନ୍ଦୁ ଏକତ୍ରିତ ହୋଇ ଏକ ବିଶାଳ ଶୋଭା ଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଆଲୋଚନା ସଭାର ଉଦ୍ଦ୍ଵଧନ ପରେ ରାୟଗଡା ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ବାଙ୍ଗଲାଦେଶରେ ହିନ୍ଦୁ ମାନଙ୍କ ଉପରେ ନାନାଦି ଅତ୍ୟାଚାର କରଯାଇଛି,ମଠ, ମନ୍ଦିର ଭାଙ୍ଗିବା ସହିତ ନାରୀ ମାନଙ୍କୁ ଅତ୍ୟାଚାର କରଯାଉଛି ଏବଂ ବଙ୍ଗଳାଦେଶରେ କାର୍ଯ୍ୟରତ ହିନ୍ଦୁ ମାନଙ୍କୁ ଚାକିରୀ ବାହାର କରିବା ସହିତ ସେମାନଙ୍କର ଜାଗା ବାଡ଼ି ଘର ମଧ୍ୟ ହଡପ କରି ନେଉଛନ୍ତି ବଙ୍ଗଳାଦେଶି, ତେଣୁ ଏଥିପ୍ରତି ଗୁରୁତ୍ୱ ଦେଇ ଦେଶ ଦେଶ ମଧ୍ୟରେ ଅଲୋଚନ କରି ଏସବୁ ସମସ୍ୟାର ସମାଧାନ ସହିତ ରାୟଗଡା ଜିଲ୍ଲାରେ ମଧ୍ୟ ବାଂଲାଦେଶୀ ମାନଙ୍କୁ ଚିନ୍ହଟ କରି ଏଠାରୁ ବିତାଡିତ କରିବା ନିମନ୍ତେ ପ୍ରଶାସନ ପ୍ରଚେଷ୍ଟା କରିବା ଆବଶ୍ୟକ l
ରାୟଗଡ ଜିଲ୍ଲା ଇପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ (ଇଷ୍ଟର୍ଣ୍ଣ ପ୍ରେସ ଏଜେନସି)