ରାୟଗଡାରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଭାବରେ ଆଇପିଏସ୍ ସ୍ୱାତି ଏସ କୁମାର ଦାୟିତ୍ଵ ଗ୍ରହଣ
ରାୟଗଡ଼ା ଜିଲ୍ଲାର ନୂତନ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଭାବରେ ୨୦୧୭ ବ୍ୟଚର୍ ଆଇପିଏସ୍ ସ୍ୱାତି ଏସ କୁମାର ପୂର୍ବତନ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ହରିଶ ବି ସି ଆଇପିଏସଙ୍କ ଠାରୁ ଆନୁଷ୍ଠାନିକ ଭାବେ ଜିଲ୍ଲା ପୋଲିସ୍ କାର୍ଯ୍ୟାଳୟରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିଥିଲେ। ଜିଲ୍ଲାରେ ପ୍ରଥମ ମହିଳା ଆଇପିଏ ହେଉଛନ୍ତି ସ୍ୱାତି ଏସ କୁମାର ବୁଧୁବାର ସକାଳ ୦୯ ଘଣ୍ଟିକା ସମୟରେ କାର୍ଯ୍ୟାଳୟରେ ପହଞ୍ଚି ପୂର୍ବାହ୍ନ ୧୧ ଘଣ୍ଟିକା ସମୟରେ ଦାୟିତ୍ଵ ଗ୍ରହଣ କରିଥିଲେ ।ନୂତନ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପହଞ୍ଚିବା ପରେ ତାଙ୍କୁ ସମସ୍ତ ପୋଲିସ କର୍ମଚାରୀମାନେ ଭବ୍ୟସ୍ୱାଗତ କରିଥିଲେ। ଏକ ଆନୁଷ୍ଠାନିକ ସମାରୋହରେ କାର୍ଯ୍ୟାଳୟର ଦାୟିତ୍ଵ ଏବଂ କ୍ଷମତା ହସ୍ତାନ୍ତର କରିଥିବା ହରିଶ ବି ସି ଙ୍କ ଠାରୁ ମିସ ସ୍ଵାତୀ ଦାୟିତ୍ ଗ୍ରହଣ କରିଥିଲେ।
କେରଳ ରାଜ୍ୟର କୋଜିକୋଡେ ଜିଲ୍ଲାର ଚେଭାୟୁରର ମୂଳ ବାସିନ୍ଦା ହୋଇଥିବା ବେଳେ କୋଜିକୋଡେ ବାସିନ୍ଦା ମି ଶ୍ରୀକୁମାର ଏବଂ ଏ ଗୀତାଙ୍କ କନ୍ୟା ସନ୍ତାନ ଅଟନ୍ତି ଆଇପିଏସ ସ୍ଵାତି ଏସ କୁମାର ।
ଆଇପିଏସ ସ୍ଵାତି ଏସ କୁମାର ୨୩ ଡିସେମ୍ବର ୨୦୨୨ ରେ ଗଜପତି ଜିଲ୍ଲାର ଏସପି ଭାବରେ ଯୋଗ ଦେଇଥିଲେ। ନଭେମ୍ବର ୩୦,୨୦୨୨ ରେ ଏସପି ଜୟରାମ ସତପଥି ଙ୍କ ଅବସର ପରେ ସେ ଏଏସପି ବାମଦେବ ସିଂଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ।
ମିସ ସ୍ୱାଟିଙ୍କ ଏହି ନୂତନ ଯୋଗ ଦାନ ନେଇ ଜିଲ୍ଲା ପୋଲିସର ନେତୃତ୍ୱରେ ଜିଲ୍ଲାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ଆଶା କରାଯାଇପାରେ । ଏସପି ନୂତନ ଭୂମିକାରେ ଏହି ଜିଲ୍ଲା ଆଇନ ଶୃଙ୍ଖଳା ଉପରେ ଏକ ଗତିଶୀଳ ପ୍ରଶାସକ ଆଶା ରଖା ଯାଇପାରେ ।