ରାୟଗଡାରେ ଶ୍ରୀ ଶ୍ରୀ ଶ୍ରୀ ମାଁ ଗଜଲକ୍ଷ୍ମୀ ପୂଜା ମହାଆଡମ୍ବରରେ ସମ୍ପନ୍ନ
ଶ୍ରୀ ଶ୍ରୀ ଶ୍ରୀ ମାଁ ଗଜଲକ୍ଷ୍ମୀ ପୂଜା କମିଟି, ନ୍ୟୁ କଲୋନୀ, ରାୟଗଡ଼, ଆନୁକୂଲ୍ୟରେ ଚଳିତ ବର୍ଷ ତା ୧୬ .୧୦ ୨୦୨୪ ରିଖ (ବୁଧବାର) ଠାରୁ ତା ୨୭.୧୦.୨୦୨୪ ରିଖ (ରବିବାର) ପର୍ଯ୍ୟନ୍ତ ଶ୍ରୀ ଶ୍ରୀ ଶ୍ରୀ ମାଁ ଗଜଲକ୍ଷ୍ମୀଙ୍କର ୨୯ତମ ବର୍ଷ ପୂଜା ନ୍ୟୁ କଲୋନୀ ସ୍ଥିତ ଶ୍ରୀ ମାଁ ଗଜଲକ୍ଷ୍ମୀଙ୍କ ପୂଜା ମଣ୍ଡପ ଠାରେ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ତା ୧୬ .୧୦ ୨୦୨୪ ରିଖ (ବୁଧବାର) ସନ୍ଧ୍ୟା ସମୟରେ ଜଳଯାତ୍ରା, ଆବାହନ, ମାଆଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା। ତା ୧୭ .୧୦ ୨୦୨୪ ରିଖ (ଗୁରୁବାର) ଠାରୁ ତା ୨୬.୧୦.୨୦୨୪ ରିଖ (ଶନିବାର) ପର୍ଯ୍ୟନ୍ତ ଦିବା ୯ ଘଣ୍ଟିକା ଠାରୁ ସନ୍ଧ୍ୟା ୬ ଘଣ୍ଟା ୩୦ମିନିଟ ମଧ୍ୟେ ପ୍ରତ୍ୟହ ସୂର୍ଯ୍ୟପୂଜା, ଷୋଡ଼ଶ ଉପଚାର, ପୂଜା,ହୋମ ହୋଉଥିଲା। ସନ୍ଧ୍ୟା ୬ଘଣ୍ଟା ୩୦ ମିନଟ ଠାରୁ ୭ ଘଣ୍ଟିକା ମଧ୍ୟରେ ସନ୍ଧ୍ୟା ଆଳତୀ ଏବଂ ପୁଷ୍ପାଞ୍ଜଳୀ ହୋଉଥିଲା। ପ୍ରତିଦିନ ସନ୍ଧ୍ୟା ୬.୩୦ ସମୟରୁ ସାଂସ୍କୃତିକ କାର୍ଯକ୍ରମ ହୋଇଥିଲା। ତା ୨୭.୧୦.୨୦୨୪ ରିଖ ବୁଧବାର ଦିନ ମଧ୍ୟାହ୍ନ ୧୨ ଘଣ୍ଟିକା ଠାରୁ ଅପରାହ୍ଣ ୦୨ ଘଣ୍ଟିକା ମଧ୍ୟେ ପୂର୍ଣ୍ଣାହୁତି ଓ ଘଟ ବିସର୍ଜନ ଏବଂ ସନ୍ଧ୍ୟା ୫ ଘଣ୍ଟିକା ଠାରୁ ଭସାଣୀଭତ୍ସବ, ବିସର୍ଜନ ହେବ।
ଚଳିତ ବର୍ଷ ରାୟଗଡ଼ା ସହରରେ ଅର୍ କେ ନଗର ସହ ଚାରୋଟି ସ୍ଥାନରେ ଶ୍ରୀ ଶ୍ରୀ ଶ୍ରୀ ମାଁ ଗଜଲକ୍ଷ୍ମୀ ପୂଜା ମହାଆଡମ୍ବରରେ ସମ୍ପନ୍ନ ହୋଇଥିଲା ।
ଚଳିତ ବର୍ଷ ଶ୍ରୀ ଶ୍ରୀ ଶ୍ରୀ ମାଁ ଗଜଲକ୍ଷ୍ମୀ ପୂଜା କମିଟି ନିଉ କଲୋନୀ, ରାୟଗଡ଼ର ସମସ୍ତ କର୍ମକର୍ତ୍ତାଙ୍କ ପୂର୍ଣ୍ଣାଙ୍ଗ ସହଯୋଗରେ ସଫଳପ୍ରଦ ରୂପେ ସମ୍ପନ୍ନ ହୋଇଥିଲା ।
ରାୟଗଡା ଜିଲ୍ଲା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )