ରୁଟିଶିଳା ଯୁବ ଫୁଟବଲ ସଂଘ ତରଫରୁ ସିଲଭର ଜୁବଲି ପାଳନ
ଅନୁଷ୍ଠିତ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚମ୍ପିୟାନ ଦଳକୁ ଏକଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ
କେନ୍ଦୁଝର: ଘଟଗାଁ ବ୍ଲକ ଅନ୍ତର୍ଗତ ରୁଟିଶିଳା ପଞ୍ଚାୟତ ନିକଟବର୍ତ୍ତୀ ଖେଳପଡିଆ ଠାରେ ଯୁବ ଫୁଟବଲ ସଂଘ ତରଫରୁ ୨୫ତମ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୪ ଦିନର ଖେଳ ହେବାପରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି। ଏହି ଉଦଯାପନୀ ଉତ୍ସବରେ ନିମନ୍ତ୍ରିତ ହୋଇ ମୁଖ୍ୟଅତିଥି ଭାବେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ମୁଖ୍ୟବକ୍ତା ଭାବେ ଯୁବ ସମାଜସେବୀ ସେକ୍ ଇମ୍ରାନ, ସମ୍ମାନୀତ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ସଞ୍ଜୟ କୁମାର ସାହୁ, ଜିଲ୍ଲା ପରିଷଦ ସଦସ୍ୟ ଯାଜ୍ଞସେନୀ ମହାନ୍ତ,ଅଭିନେତ୍ରୀ ମିସ୍ ମାମା, ଘଟଗାଁ ବ୍ଳକ ଉପାଧ୍ୟକ୍ଷ ଯଦୁମଣି ନାୟକ, ବସନ୍ତ କୁମାର ସାହୁ, ସରପଞ୍ଚ ଗତିକୃଷ୍ଣ ନାୟକ, ସମିତି ସଭ୍ଯ ଗିରିଧାରୀ ମହାନ୍ତ,ପଣ୍ଡାପଡ଼ା ସରପଞ୍ଚ ପ୍ରିୟ ରଞ୍ଜନ ନାୟକ,ସମାଜସେବୀ ଜୟକୃଷ୍ଣ ଦଣ୍ଡପାଟ,ପଞ୍ଚାନନ ବେହେରା,ବିକ୍ରମ ଜେନା ପ୍ରମୁଖ ମଞ୍ଚାସୀନ ହୋଇଥିଲେ। କମିଟିର ଉପଦେଷ୍ଟା କପିଳ ବେହେରା ଓ ଖଗେଶ୍ଵର ମହାନ୍ତଙ୍କ ତତ୍ତ୍ଵାବଧାନରେ ଖେଳ ପ୍ରଦର୍ଶନ ହୋଇଥିଲା। କମିଟିର ସଭାପତି ହେମନ୍ତ କୁମାର ନାୟକ,ସମ୍ପାଦକ କୈବଲ୍ୟ ନାୟକ ଖେଳ ପରିଚାଳନା କରିଥିଲେ। ଫାଇନାଲ ଖେଳ ହାତୀନୋଟା ଜଗାବଳିଆ କ୍ଲବ ସହିତ ବେନାମ ବାଦଶାହା ମଧ୍ୟରେ ହୋଇଥିଲା। ତେବେ ଚାମ୍ପିୟନ ଭାବେ ହାତୀନୋଟା ଜଗାବଳିଆ ଦଳକୁ ନଗଦ ଅର୍ଥରାଶି ଏକଲକ୍ଷ ଟଙ୍କା ସହିତ ସିଲଡ କପ୍ ଓ ରନର୍ସ ବେନାମ ବାଦଶାହା ଦଳକୁ ନଗଦ ଅର୍ଥରାଶି ସତୁରି ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା। ସେହିପରି ତୃତୀୟ ଓ ଚତୁର୍ଥ ଦଳକୁ ନଗଦ ଅର୍ଥରାଶି ୩୫ ହଜାର ଲେଖାଏଁ ସହିତ ଟ୍ରଫି ପ୍ରଦାନ କରାଯାଇଥିଲା। ତତ୍ ସହିତ ମ୍ୟାନ ଅଫ ସିରିଜ୍ ଖେଳାଳୀଙ୍କୁ ସାଇକେଲ ଓ ପ୍ରତ୍ୟେକ ଖେଳରେ ମ୍ୟାନ ଅଫ ଦ ମ୍ୟାଚ ଖେଳାଳିଙ୍କୁ ଟ୍ରଫି ଓ ଅର୍ଥରାଶି ପ୍ରଦାନ କରାଯାଇଥିଲା। ଖେଳରେ ଭାଷ୍ଯକାର ଥିଲେ କ୍ଷୀରୋଦ କୁମାର ଗିରି ଓ ବୁଲବୁଲ ଆପଟ। ରେଫରୀ ଭାବେ ଦାୟିତ୍ଵ ତୁଲାଇଥିଲେ ବିରଜୁ ମୁନ୍ଦିୟା, ଚୁନୁ ସିଂହ, ବରୁଣ ବେହେରା, ବିନୋଦ ହେନାଗା ଓ ଚକ୍ରଧର ଚାତାର। ତେବେ ଦୀର୍ଘ ୨୫ ବର୍ଷର ଫୁଟବଲ ଟୁର୍ଣ୍ଣାମେଣ୍ଟ ଅବସରରେ ଅନୁଷ୍ଠାନ ସିଲଭର ଜୁବୁଲି ପାଳନ କରୁଥିବାରୁ ହଜାର ହଜାର ଦର୍ଶକ ଖେଳକୁ ଉପଭୋଗ କରିଥିଲେ। ଶେଷରେ ଚଳଚ୍ଚିତ୍ର ଓ ଟିଭି ଅଭିନେତ୍ରୀ ମିସ୍ ମାମା ନାଚ ଗୀତ କରି ଖୁସି ବାଣ୍ଟିଥିଲେ।
କେନ୍ଦୁଝର ରୁ ରୂପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ
