December 21, 2025
Home » ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସ୍ୱାଗତ କରିବା ପାଇଁ ବିଶେଷ ବାଲୁକା ଆନିମେସନ୍ ପ୍ରସ୍ତୁତ

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସ୍ୱାଗତ କରିବା ପାଇଁ ବିଶେଷ ବାଲୁକା ଆନିମେସନ୍ ପ୍ରସ୍ତୁତ

0
WhatsApp Image 2025-12-04 at 12.26.13 PM (1)

ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ଏବଂ ଇଣ୍ଡିଆଜ ଗଟ୍ ଟାଲେଣ୍ଟ ର ଫାଇନାଲିଷ୍ଟ, ଭାରତର ପ୍ରମୁଖ ସ୍ୟାଣ୍ଡ ଆନିମେସନ୍ ଶିଳ୍ପୀ ମାନସ କୁମାର ସାହୁ ଭାରତ ଯାତ୍ରାରେ ଆସୁଥିବା ରୁଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସ୍ୱାଗତ କରିବା ପାଇଁ ବିଶେଷ ବାଲୁକା ଆନିମେସନ୍ ପ୍ରସ୍ତୁତ କରିଛନ୍ତି।ପୁରୀରେ ଥିବା ମାନସ ସାହୁ ଙ୍କ ସ୍ୟାଣ୍ଡ ଆନିମେସନ ସ୍ଟୁଡ଼ିଓ ରେ ଏହି ଆର୍ଟୱର୍କ୍‌ଟି କରାଯାଇଛି ଏହା କୁ କରିବାକୁ ମାନସ ଙ୍କୁ 2 ଘଣ୍ଟା ସମୟ ଲାଗିଥିଲା। “Welcome President Putin to India” ବାର୍ତ୍ତାକୁ ମୂଳ ବିଷୟ ଭାବେ ନେଇ ଏହାକୁ ପ୍ରସ୍ତୁତ କରିଛନ୍ତି।

ବାଲୁକା ଦ୍ୱାରା ସୃଷ୍ଟି ହୋଇଥିବା ଏହି ଆନିମେସନ୍ ଭାରତ–ରୁଷ ସମ୍ପର୍କର ଦୀର୍ଘ ପରମ୍ପରା, ମିତ୍ରତା, ଶାନ୍ତି ଓ ସମ୍ମିଳିତ ସମ୍ବନ୍ଧକୁ ଚିତ୍ରିତ କରେ।ସୃଜନୀୟତା ବିଷୟରେ କଥାହେଉଥିବାବେଳେ ମାନସ କୁମାର ସାହୁ କହିଛନ୍ତି—“କଳା ଦେଶକୁ ଦେଶ ସହିତ ଯୋଡ଼ିବାର ଶକ୍ତି ରଖେ। ଏହି ବାଲୁକା ଆନିମେସନ୍ ମୋ ପକ୍ଷରୁ ସମ୍ମାନ ପ୍ରଦାନ ଏବଂ ବିଶ୍ୱ ଶାନ୍ତି ଓ ମିତ୍ରତାର ବାର୍ତ୍ତାକୁ ଶକ୍ତିଶାଳୀ କରିବାର ଏକ ଛୋଟ ପ୍ରୟାସ।”

 

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *