August 21, 2026
Home » ରୂଫ ପ୍ଲାଜ଼ା ନିର୍ମାଣପାଇଁ ଦକ୍ଷିଣ ଓଡିଶା ରେଳପଥ ଉନ୍ନୟନ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବି

ରୂଫ ପ୍ଲାଜ଼ା ନିର୍ମାଣପାଇଁ ଦକ୍ଷିଣ ଓଡିଶା ରେଳପଥ ଉନ୍ନୟନ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବି

0
WhatsApp Image 2026-02-18 at 11.59.12 AM

ବ୍ରହ୍ମପୁର ରେଳ ଷ୍ଟେସନରେ ଅତ୍ୟାଧୁନିକ ରୂଫ ପ୍ଲାଜ଼ା ନିର୍ମାଣପାଇଁ ଦକ୍ଷିଣ ଓଡିଶା ରେଳପଥ ଉନ୍ନୟନ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବି କରାଯାଇଛି I ସୂଚନା ମୁତାବକ ଭୁବନେଶ୍ୱର ରେ ୧୦୮ ମିଟର, କଟକରେ ୮୫ ମିଟର ଓ ସମ୍ବଲପୁର ରେ ପ୍ରସ୍ତାବିତ ୪୦ ମିଟର ଓସାର ର କାଯ୍ୟକ୍ଷମ କରାଯାଉଥିବାବେଳେ ବ୍ରହ୍ମପୁରରେ କାହିଁକି ବ୍ୟତିକ୍ରମ କରାଯାଉଛି ବୋଲି କ୍ରିୟାନୁଷ୍ଠାନ କମିଟି ପ୍ରଶ୍ନ କରିଛି?ରାଜ୍ୟର ପ୍ରଥମ ତଥା ସର୍ବ ପୁରାତନ ରେଳ ଷ୍ଟେସନ ବିକାଶ ଦିଗରେ ପାତର ଅନ୍ତର କୁ ଲୋକେ ବିରୋଧ ଯୋଗୁଁ ଦକ୍ଷିଣ ଓଡିଶା ରେଳପଥ ଉନ୍ନୟନ ମିଳିତ କ୍ରିୟାନୁଷ୍ଠାନ କମିଟି ଦ୍ୱାରା ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଏବଂ ଖୋର୍ଦ୍ଧା ରୋଡ କ୍ଷତ୍ରିୟ ପ୍ରବନ୍ଧକ ଓ ନୂଆ ଦିଲ୍ଲୀ ସ୍ଥିତ ରେଳ ମନ୍ତ୍ରାଳୟ ସହ ବାରମ୍ବାର କମିଟି ସଦସ୍ୟ ମାନଙ୍କ ଦ୍ୱାରା ଆଲୋଚନା, ପର୍ଯ୍ୟାଲୋଚନା ଓ ଯୋଗାଯୋଗ କରିବାପରେ ମନ୍ତ୍ରାଳୟ ତରଫରୁ ଷ୍ଟେସନର ଭିତିଭୂମି ଉନ୍ନୟନ ପାଇଁ ୯୩.୧୯କୋଟି ଆର୍ଥିକ ଅନୁମୋଦନ କରିଥିବା ଯୋଗୁଁ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଉଛି I

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ ଓ ଦିନ ଦିନ ଧରି ଧାରଣା ଯୋଗୁଁ ଉନ୍ନୟନ ନିମନ୍ତେ ଆଂଶିକ ଅନୁଦାନ ଦେଇଛନ୍ତି ଯାହାକି ପୂର୍ବରୁ ଦାବି ହୋଇଥିବା ୫ ଓ ୬ ନମ୍ବର ପ୍ଲାଟଫର୍ମ ନିର୍ମାଣ, ୧୨ ମିଟର ଫୂଟ ଓଭର ବ୍ରିଜ, ଅତ୍ୟାଧୁନିକ ଭୃହତ ମୁଖଶାଳା ଓ ଷ୍ଟେସନ ରେ ଅନ୍ୟନ୍ୟ ଅତ୍ୟାବଶ୍ୟକ ଅନୁସIଙ୍ଗିକ ଭିତିଭୂମି ନିର୍ମାଣ ନିମନ୍ତେ ଉକ୍ତ ଅର୍ଥ ବିନିଯୋଗ ହେବ ବୋଲି ସୂଚନା ମିଳିଛି Iକିନ୍ତୁ ଯୋଜନା ଅନୁମୋଦନ ପାଇଁ ପ୍ରେରିତ ହୋଇଥିବା ଗୋଳନ୍ଥରା ଠାରେ କୋଚିଙ୍ଗ ଡିପୋ ପାଇଁ ବର୍ତ୍ତମାନ ସୁଦ୍ଧI ମନ୍ତ୍ରଣାଳୟ ତରଫରୁ କୌଣସିମତେ ଆର୍ଥିକ ଅନୁମୋଦନ କରିବା ସହ ବ୍ରହ୍ମପୁରଏଥିସହ ଗୋପାଳପୁର -ରେଢ଼ାଖୋଲ ଓ ଗୋପାଳପୁର – ସିଙ୍ଗିପୁର (ରାୟଗଡା) ନୂତନ ରେଳପଥ ନିର୍ମାଣ ନିମନ୍ତେ ତଥା ଓରିଡ଼ିଲ ଦ୍ୱାରା ସର୍ବେକ୍ଷଣ ସମାପ୍ତ ହୋଇଥିବା ପରିପ୍ରେକ୍ଷୀରେ ଏହାକୁ ଆର୍ଥିକ ଅନୁଦାନ ନିମନ୍ତେ ପଦକ୍ଷେପ ନେବାପାଇଁ ମିଳିତ କ୍ରିୟାନୁଷ୍ଠାନ କମିଟି ନୂଆଦିଲ୍ଲୀ ସ୍ଥିତ ରେଳ ମନ୍ତ୍ରାଳୟ ଓ ଯନ୍ତର ମନ୍ତର ଠାରେ ଧାରଣI ଦିଆଯିବ ବୋଲି ସ୍ଥିରକୃତ କରାଯାଇଛି ବୋଲି ଆବାହକ ତଥା ଆଇନଜୀବୀ ସରୋଜ ରଞ୍ଜନ ପଟ୍ଟନାୟକ, ପ୍ରଗତିଶୀଳ ଉତ୍କଳ ସମାଜ ରାଜ୍ୟ ସମ୍ପାଦକ ମାନସ ରଞ୍ଜନ ପାତ୍ର, ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟ ନାରାୟଣ ବେହେରା, ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚର ଆବାହକ ରାଜେନ୍ଦ୍ର ପଣ୍ଡା, ବିନୋଦ ଠାକୁର, ଓଡିଶା ଡେଭେଲପମେଣ୍ଟ ଫୋରମର ଭି. ସୋମେଶ ରାଓ, ପ୍ରିତିଶ ପାଣିଗ୍ରାହୀ, ବହୁମୁଖୀ ସମାଜ ମଙ୍ଗଳର ମହମ୍ମଦ ଆସଲାମ, ଲେଖକ ସମ୍ମୁଖ୍ୟର ଭବାନୀ ପାଣିଗ୍ରାହୀ, ଘୁମୁସର ଉନ୍ନୟନ ପରିଷଦର ବରିଷ୍ଟ ଆଇନଜୀବୀ ସୋମନାଥ ନାୟକ, ଭଞ୍ଜନଗର ଓକିଲ ସଂଘ, ବେଲଗୁଣ୍ଠା ବ୍ୟବସାୟୀ ମହାସଂଘର ଟି . ନାଗେଶ୍ୱର ପାତ୍ର, ବିବେକାନନ୍ଦ କେନ୍ଦ୍ରର କେଦାର ନାଥ ପଣ୍ଡା, ଚାମ୍ବର ଅଫ କମେର୍ସ ର ଜେ. ସୁରେଶ, ସମ୍ପାଦକ ଭି.ସନ୍ତୋଷ , ସାମ୍ବାଦିକ ଟି. ସ୍ବଦେଶ ପାତ୍ର, ସୁଜିତ ତ୍ରିପାଠୀ, ଉମାକାନ୍ତ ସାହୁ, ବାସୁଦେବ ପଣ୍ଡା, ଗେଟ ବଜ଼ାର ବଣିକ ସଂଘ ର ୟୁ. ରବି କୁମାର, ପ୍ରମୁଖ ବହୁ ଗଣ ସଂଗଠନ ଆନ୍ଦୋଳନ ରେ ଯୋଗଦେବେ ବୋଲି ସ୍ଥିର କରିଛନ୍ତି I

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed