February 6, 2026
Home » ରେଆର ଦ୍ବାରା ଆନ୍ତର୍ଜାତୀୟ ମହିଳା ଦିବସ-୨୦୨୫ ପାଳିତ

ରେଆର ଦ୍ବାରା ଆନ୍ତର୍ଜାତୀୟ ମହିଳା ଦିବସ-୨୦୨୫ ପାଳିତ

0
WhatsApp Image 2025-03-08 at 2.05.04 PM

ସୁବର୍ଣ୍ଣପୁର —ସେଚ୍ଛାସେବୀ ଅନୁଷ୍ଠାନ ରେଆର ଦ୍ଵାରା ଷ୍ଟିଚଟିଙ୍ଗ୍ କିଣ୍ଡର୍ ପୋଷ୍ଟଜିଗେଲ୍ସ ନେଦରଲେଣ୍ଡ ସହାୟତାରେ ଏବଂ ଦୈନନ୍ଦିନ ପ୍ରଯତ୍ନ ଓ ଥଇଥାନ କେନ୍ଦ୍ର, ଦିଶା କମ୍ ବିକାଶ କେନ୍ଦ୍ର ର ସହଯୋଗିତାରେ ଆନ୍ତର୍ଜାତୀୟ ମହିଳା ଦିବସ-୨୦୨୫ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସୁବର୍ଣ୍ଣପୁର ର ଅଧିକ୍ଷକ ଡା.ଦୁର୍ଗାଦତ୍ତ ଦାଶ୍ ଯୋଗଦେଇ ସମାଜ ପାଇଁ ମହିଳା ଓ ପୁରୁଷ ଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ କିନ୍ତୁ ଜିଲ୍ଲାରେ ଝିଅ ମାନଙ୍କ ସଂଖ୍ୟା କମି କମି ଚାଲିଛି ଆଜି ଆମେ ସମସ୍ତେ ଶପ‌ଥ ନେଇ କନ୍ୟା ସନ୍ତାନଙ୍କୁ ସୁରକ୍ଷା ଦେବା ।
ସମ୍ମାନିତ ଅତିଥି ଭାବେ ଜିଲ୍ଲା ପୋଲିସ୍ କାର୍ଯ୍ୟାଳୟର ଆରକ୍ଷୀ ନୀରିକ୍ଷିକା ନିର୍ମଳା ତ୍ରୀପାଠୀ ଯୋଗଦେଇ ମହିଳାଙ୍କ ପ୍ରତି ହେଉଥିବା ଘରୋଇ ହିଂସା ର ବିଲୋପ କରିବା ସହ ମହିଳା ପ୍ରତ୍ୟେକ ପାହାଚ କୁ ଆଇନ ଅନୁଯାୟୀ ସୁରକ୍ଷିତ ରଖୁବା ଦିଗରେ ଉଦ‌ବୋଧନ ଦେବା ସହ ସାବଲମ୍ବୀ ହେବାକୁ ପ୍ରୋତ୍ସାହିତ କରିଥିଲେ ।ଏହା ସହ ପ୍ରତ୍ୟେକ ମହିଳା ଙ୍କ ନ୍ୟାୟିକ ସୁରକ୍ଷା କିପରି ସୁନିଶ୍ଚିତ ହେବ ସେ ଦିଗରେ ଧ୍ୟାନ ଦେବାକୁ ମତଦେଇଥିଲେ । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ସମଗ୍ର ଶିକ୍ଷା ର ଅନ୍ତର୍ନିବେଶୀ ପ୍ରକଳ୍ପ ସଂଯୋଜକ ପ୍ରଶାନ୍ତ କୁମାର ସରାଫ ଓ ସୁବର୍ଣ୍ଣପୁର ଜିଲ୍ଲା ସମଗ୍ର ଶିକ୍ଷା ର ଭାରପ୍ରାପ୍ତ ଅନ୍ତର୍ନିବେଶୀ ପ୍ରକଳ୍ପ ସଂଯୋଜକ ସଚିତାନନ୍ଦ ସାହୁ ଯୋଗଦେଇ ଭିନ୍ନକ୍ଷମ ବାଳିକାଙ୍କ ସଫଳ କାହାଣୀ ସମ୍ପର୍କରେ ଉପସ୍ଥାପିତ କରି ସମସ୍ତ ମହିଳାମାନେ ଆଗେଇଯିବାକୁ ଉତ୍ସାହିତ କରିଥିଲେ । ରେଆର ର ପ୍ରତିଷ୍ଠାତା ଗୌରୀଶ୍ୟାମ ପଣ୍ଡା ଯୋଗଦେଇ ମହିଳାମାନେ ରୋଜଗାରକ୍ଷମ ହୋଇ ପରିବାର କୁ କିପରି ସଫଳ ଭାବେ ଆଗକୁ ନେଇପାରିବେ ତତ୍ ସମ୍ପର୍କରେ ଉଦାହରଣ ସହ ଉପସ୍ଥାପନା କରିବା ସହ ମହିଳାଙ୍କ ନ୍ୟାୟିକ ଦିଗରେ ଦିଗଦର୍ଶନ ଦେଇଥିଲେ l ରେଆର ର ପରିଚାଳନା କମିଟୀ ସଦସ୍ୟା ହରିପ୍ରିୟା ପାଣିଗ୍ରାହୀ ମହିଳା ମାନେ ନିର୍ଭିକ ଭାବେ ଆଗେଇଯିବାକୁ ଉଦ‌ବୋଧନ ଦେଇଥିଲେ । ଏହି ଅବସରରେ ସର୍ବୋତ୍କୃଷ୍ଟ ଶିଶୁ ଯତ୍ନ କରିଥିବା କୀର୍ତ୍ତିପୁର ର ରୁଦ୍ର କୁମ୍ଭାର, ରୁଗୁଡିପାଲି ର ରାଏମତି ବିଶ୍ବାଲ ଓ ସୁବାସ ଚନ୍ଦ୍ର ବାଘ୍, ଡୁମେରଖୋଲ ର ଭୂମିସୁତା ରଣା ଓ ଗଡିଆ ଗ୍ରାମର ଜୟନ୍ତି ପୋଢ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ସୋନପୁର ବ୍ଳକ ର ଖଲିଆପାଲି, ମଲିକମୁଣ୍ଡା, ମୟୁରଉଡାନ, ରେଙ୍ଗାଲି, ଲଛିପୁର ଓ ଛକୋରମାଲ ପଂଚାୟତ ର ଶତାଧିକ ମହିଳା ଯୋଗଦେଇ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ରେଆର ର ସାଧାରଣ ସଂପାଦକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅନଙ୍ଗ ନେଗୀ ସଭା ସଂପାଦନା କରିଥିବାବେଳେ ରେଆର ର କାର୍ଯ୍ୟକ୍ରମ ସଂଯୋଜକ ଧନୁର୍ଦ୍ଧର ନାଏକ ସାଗତ ଭାଷଣ ଦେଇଥିଲେ । କାର୍ଯ୍ୟକ୍ରମ ସୁପରିଚାଳନା ପାଇଁ କାର୍ଯ୍ୟକ୍ରମ ସହାୟିକା ରିଙ୍କି ବସ୍ତିଆ, ପ୍ରିୟଙ୍କା କଢାଲିଆ, ସଂଜନ ସେଠୀ ଓ ସାଗରିକା ଜାଲ୍ ସହଯୋଗ କରିଥିଲେ l ରେଆର ର ଭୌତିକ ଚିକିତ୍ସିକା ପ୍ରିତିମୟୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *