March 28, 2026
Home » ରେଆର ର ପ୍ରତିଷ୍ଠା ଦିବସ ପାଳିତ

ରେଆର ର ପ୍ରତିଷ୍ଠା ଦିବସ ପାଳିତ

0
WhatsApp Image 2026-03-03 at 5.25.06 PM

 ସୁବର୍ଣ୍ଣପୁର —ସୋନପୁର ର ଅଗ୍ରଣୀ ସଂଗଠନ ଗ୍ରାମୀଣ ସମୃଦ୍ଧୀ ଗବେଷଣା ପ୍ରତିଷ୍ଠାନ – (ରେଆର ) ର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ନିରାଡ଼ମ୍ବର ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସହ ପ୍ରତିଷ୍ଠାତା ଅମ୍ବୁଜ ବିହାରୀ ଶତପଥୀ ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ସମବେତ ସମସ୍ତେ ନିକଟ ଅତୀତରେ ପରଲୋକ ଗମନ କରିଥିବା ପ୍ରତିଷ୍ଠାତା ଗୌରୀଶ୍ୟାମ ପଣ୍ଡା ଙ୍କ ସ୍ମୃତିଚାରଣ କରିବା ସହ ଆଜି ତାଙ୍କ ର ସ୍ଵପ୍ନ ଓ ସଂକଳ୍ପ କୁ ଆଗେଇ ନେବା ପାଇଁ ଅଙ୍ଗୀକାର ବଦ୍ଧ ହେବାକୁ ଶପଥ ନେଇଥିଲେ।ଏହି ଅବସରରେ ଅନୁଷ୍ଠାନ ଦ୍ଵାରା ଜଳବାୟୁ ପରିବର୍ତ୍ତନ ସମସ୍ୟା ର ମୁକାବିଲା ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗ୍ରହଣ ଓ ଏଥିପାଇଁ ଆର୍-କେଆର ନାମରେ ଏକ କେନ୍ଦ୍ର ଆରମ୍ଭ କରାଯିବା ନେଇ ଆଲୋଚନା କରାଯାଇଥିଲା। ବିଶିଷ୍ଟ ବିକାଶ ଅର୍ଥନୀତି ବିଶାରଦ ଡକ୍ଟର ଅର୍ଚ୍ଚିତେଶ ପଣ୍ଡା ଏହି ବୈଶ୍ଵିକ ପ୍ରସଙ୍ଗ ଓ ଏହାର ନିରାକରଣ ପାଇଁ ଯୋଜନା କିପରି ଏହି କେନ୍ଦ୍ର ମାଧ୍ୟମରେ ଗ୍ରହଣ କରାଯାଇପାରିବ ଉପସ୍ଥାପନ କରିଥିଲେ।ଏହା ସହିତ ଉପସ୍ଥିତ ସଭ୍ୟ ସଭ୍ୟା ମାନଙ୍କ ଅଭିମତ ଖୋଲା ଆଲୋଚନା ମାଧ୍ୟମରେ ଗ୍ରହଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପସଭାନେତ୍ରୀ ପଦ୍ମୀନୀ ସିଂ ଦେଓ, ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ, କୋଷାଧ୍ୟକ୍ଷା ଅଂଜଳୀ ନେଗୀ, ସଭ୍ୟା ରଞ୍ଜିତା ସାହୁ, ପରିବେଶ ବିଜ୍ଞାନୀ ଉମାକାନ୍ତ ନାଗ, ଶିକ୍ଷା ବିତ ଗତିକୃଷ୍ଣ ମିଶ୍ର,ବିକାଶ କର୍ମୀ ତଥା ବୌଦ୍ଧ ଜେ ଜେ‌ ବୋର୍ଡ ସଭ୍ୟ ରାଜୀବ କୁମାର ନାୟକ,ଅବସର ପ୍ରାପ୍ତ ଶିକ୍ଷକ ରଘୁମଣି ଦେହୁରୀ ଓ ଅନନ୍ତ ରାମ ପାଢ଼ୀ, ସ୍ଵେଚ୍ଛାସେବୀ ଅନୁଷ୍ଠାନ ବୁଢାରଜା ଯୁବ ସଂଗଠନ ର ଚିତ୍ତରଞ୍ଜନ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରି ଉକ୍ତ କେନ୍ଦ୍ର ର କାର୍ଯ୍ୟ ପରିସର ସମ୍ପର୍କରେ ମତାମତ ପ୍ରଦାନ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *