June 22, 2026
Home » ରେଡକ୍ରସ୍ ଓ ରେଡକ୍ରସ୍ ଭଲ୍ୟୁଣ୍ଟାରୀ ଫୋରମ ମିଳିତ ସହଯୋଗରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ରେଡକ୍ରସ୍ ଓ ରେଡକ୍ରସ୍ ଭଲ୍ୟୁଣ୍ଟାରୀ ଫୋରମ ମିଳିତ ସହଯୋଗରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

0
1001137462
ନୟାଗଡ :ନୟାଗଡ ଆନ୍ତର୍ଜାତିକ ବିଶ୍ଵ ଯୋଗଦିବସ ନୟାଗଡ଼ ପୁରୁଣା ସହର ସାଗର ପୁଷ୍କରିଣୀ ନିକଟରେ ଥିବା ଥିବା ମୁନିସିପାଲିଟି ବୁଦ୍ଧ ମଣ୍ଡପ ଠାରେ ରେଡ଼କ୍ରସ ଓ ରେଡ଼କ୍ରସ ଭଲ୍ୟୁଣ୍ଟାରୀ ଫୋରମ ସହଯୋଗରେ ଶ୍ରୀରାଘୁନାଥ ଯୋଗାପୀଠରେ ନାମିତ ଯୋଗ ଶିବିର ସକାଳ ୬ ଘଟିକା ସମୟରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକ ଯୋଗ ଦେଇଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିବେଦିତା ପତି, ଜିଲ୍ଲାର ୧୫ ଟି ଯୋଗ ଶିବିରକୁ ପରିଚାଳନା କରୁଥିବା ଯୋଗଗୁରୁ ପ୍ରତାପ ରଣଶିଙ୍ଗ ରେଡ଼କ୍ରସ ଭଲ୍ୟୁଣ୍ଟାରୀ ଫୋରମ କନଭେନର ସୁନିତା ରାଣୀ ମହାପାତ୍ର, ଜିଲ୍ଲାର ଅନ୍ୟାନ୍ୟ ପଦବୀରେ ଥିବା କମଳିନୀ ବେହେରା, ମହାମନ୍ତ୍ରୀ, ମାଳତୀ ତ୍ରିପାଠୀ, କିଶୋର ଚନ୍ଦ୍ର ପାଣି, କୃଷ୍ଣ ମୋହନ ତ୍ରିପାଠୀ, ବାଳକୃଷ୍ଣ ନନ୍ଦ, ବଳରାମ ମୁଦୁଲି ଛାଟିଆ ସାହୁ ୧୦୦ ଜଣରୁ ଉର୍ଦ୍ଧ ଶିକ୍ଷାଲାଭ କରୁଥିବା ସଦସ୍ୟ ଏବଂ ନୂତନ ସଦସ୍ୟ ଯୋଗ ଶିବିରରେ ଉପସ୍ଥିତ ଥିଲେ।
ସମସ୍ତ ଯୋଗଗୁରୁ ମାନେ ଯୋଗ ଉପକାରିତା ବଖାଣି ଥିଲେ। ବିଭିନ୍ନ ପ୍ରକାର ଯୋଗ ପ୍ରାଣାୟାମ ଶିକ୍ଷା ଦିଆଯାଇଥିଲା । ଯୋଗ ଦ୍ୱାରା ଉପକୃତ ହୋଇଥିବା ବ୍ୟକ୍ତିବିଶେଷ ନିଜର ମତପ୍ରଦାନ କରିଥିଲେ। ଏହାକୁ ପରିଚାଳନା କରିଥିଲେ ରେଡ଼କ୍ରସ ଭଲ୍ୟୁଣ୍ଟାରୀ ଫୋରମ ଉପଦେଷ୍ଟା ବିଭୁତି ଭୂଷଣ ପଟ୍ଟନାୟକ ଏବଂ ସହଯୋଗ କରିଥିଲେ ଯୋଗଶିକ୍ଷା କରୁଥିବା ସଦସ୍ୟ ମାନେ, ସମସ୍ତଙ୍କ ସହଯୋଗରେ ବିଶ୍ୱ ଯୋଗଦିବସଟି ସୁଚାରୁରୂପେ ପାଳିତ ହୋଇଥିଲା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *