September 11, 2026
Home » ରେଲମଦଦ୍ ମାଧ୍ୟମରେ ଯାତ୍ରୀଙ୍କ ମୂଲ୍ୟବାନ ସାମଗ୍ରୀ ସୁରକ୍ଷିତ ଉଦ୍ଧାର

ରେଲମଦଦ୍ ମାଧ୍ୟମରେ ଯାତ୍ରୀଙ୍କ ମୂଲ୍ୟବାନ ସାମଗ୍ରୀ ସୁରକ୍ଷିତ ଉଦ୍ଧାର

0
WhatsApp Image 2026-09-11 at 1.53.06 PM

 

ଜଟଣୀ: ଯାତ୍ରୀ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପୂର୍ବତଟ ରେଳପଥର ଖୋର୍ଦ୍ଧାରୋଡ୍ ମଣ୍ଡଳ ‘ରେଲମଦଦ୍’ ମାଧ୍ୟମରେ ପ୍ରାପ୍ତ ଏକ ଅଭିଯୋଗ ଆଧାରରେ ବ୍ରହ୍ମପୁର ରେଳ ଷ୍ଟେସନ୍‌ରେ ଜଣେ ଯାତ୍ରୀଙ୍କ ଛାଡ଼ି ଯାଇଥିବା ବ୍ୟାଗ୍‌କୁ ତୁରନ୍ତ ଉଦ୍ଧାର କରିବାରେ ସଫଳ ହୋଇଛି।

୧୨୮୪୧ ନମ୍ବର ଟ୍ରେନ୍‌ରେ ଛାଡ଼ି ଯାଇଥିବା ବ୍ୟାଗ୍‌ଟିକୁ ଟିକେଟ୍ ପରୀକ୍ଷକ ଶ୍ରୀ ଏସ୍.କେ. ସାମନ୍ତରାୟ ତୁରନ୍ତ ନିଜ ହେପାଜତକୁ ନେଇ ସୁରକ୍ଷିତ ଭାବେ ରଖିଥିଲେ। ବ୍ୟାଗ୍‌ରେ ନଗଦ ୨,୭୦୦ ଟଙ୍କା,ଲକେଟ୍ ସହିତ ଗୋଟିଏ ସୁନା ଚେନ୍, ଗୋଟିଏ ଯୋଡ଼ା କାନଫୁଲ, ଚାରୋଟି ମୁଦି ଏବଂ ଗୋଟିଏ ସାମସଙ୍ଗ୍ ସ୍ମାର୍ଟଫୋନ୍ ସମେତ ବହୁ ମୂଲ୍ୟବାନ ସାମଗ୍ରୀ ରହିଥିଲା।ଯାତ୍ରୀଙ୍କୁ ତାଙ୍କର ସମସ୍ତ ସାମଗ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ସମ୍ପର୍କରେ ଅବଗତ କରାଯାଇଥିଲା।ପରେ ରେଳ କର୍ମଚାରୀମାନେ ଆନୁଷ୍ଠାନିକ ହସ୍ତାନ୍ତର ପତ୍ର ମାଧ୍ୟମରେ ବ୍ୟାଗ୍‌ଟିକୁ ବିଶାଖାପାଟଣା ରେଳ ସୁରକ୍ଷା ବଳ ନିକଟରେ ହସ୍ତାନ୍ତର କରିଥିଲେ।

ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶ୍ରୀ ଅନିଲ କୁମାର ଏହି ତ୍ୱରିତ ଓ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ସମ୍ପୃକ୍ତ ରେଳ କର୍ମଚାରୀ ମାନଙ୍କୁ ପ୍ରଶଂସା କରିଛନ୍ତି। ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିର୍ଭୟ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ସଦା ପ୍ରତିବଦ୍ଧ ବୋଲି ସେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *