March 25, 2026
Home » ରୟାଲ କଲେଜ ଅଫ ଫାର୍ମାସିର ବାର୍ଷିକ ଉତ୍ସବ ଭାଇବ୍ରେସନ ୨୦୨୬ ଅନୁଷ୍ଟିତ

ରୟାଲ କଲେଜ ଅଫ ଫାର୍ମାସିର ବାର୍ଷିକ ଉତ୍ସବ ଭାଇବ୍ରେସନ ୨୦୨୬ ଅନୁଷ୍ଟିତ

0
WhatsApp Image 2026-03-24 at 5.22.47 PM

 

ବ୍ରହ୍ମପୁର,: ଅନ୍ଧପସରା ରୋଡ ସ୍ଥିତ ରୟାଲ କଲେଜ ଅଫ ଫାର୍ମାସିର ବାର୍ଷିକ ଉତ୍ସବ ଭାଇବ୍ରେସନ ୨୦୨୬ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି।କଲେଜ ଅଧ୍ୟକ୍ଷା ପ୍ରଫେସର ଏନ୍. ଉଷା ରାଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥ୍ ଏମ୍‌କେସିଜି ମେଡିକାଲ କଲେଜ ର ପ୍ରଫେସର୍ ଦୁର୍ଗାମାଧବ ଶତପଥୀ, ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଭୁବନେଶ୍ୱର ଓୟୁଏଚ୍ଏସ୍‌ର ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ୱାଇ. ରୋଜା ରମଣି, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ବି. ନାଗେଶ୍ୱର ରାଓ ସୁବୁଦ୍ଧି ଫାର୍ମାସୀ ପେଶର ସାମାଜିକ ସେବାରେ ଭୂମିକାକୁ ପ୍ରଶଂସା କରିଥିଲେ ଏବଂ ଛାତ୍ରଛାତ୍ରୀଙ୍କୁ ଔଷଧର ଅନ୍ତିମ ବ୍ୟବହାର କାରୀଙ୍କ ପାଖକୁ ପହଞ୍ଚିବାକୁ ପରାମର୍ଶ ଦେଇଥିଲେ ।

ରୟାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ ସୋସାଇଟିର ଅଧ୍ଯକ୍ଷ ଡା. ଟି ପ୍ରକାଶ ରାଓ, ଛାତ୍ରଛାତ୍ରୀ ସର୍ବୋତ୍ତମ ଜ୍ଞାନ ଓ କୌଶଳ ଅର୍ଜନ କରିବାକୁ ପରାମର୍ଶ ଦେଇଥିଲେ । ସମ୍ପାଦକ ସାକା ଶ୍ରୀକାନ୍ତ, କଲେଜ ଉପାଧ୍ୟକ୍ଷ ପ୍ରଫେସର ୟୁଏସ୍ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ଡା. ଶୈଳେଶ୍ଵର ରାୟ ସ୍ମୃତି ସର୍ବଶ୍ରେଷ୍ଠ ଛାତ୍ର ପୁରସ୍କାର ବି.ଫାର୍ମାରେ ବାଦଲ ଗୌଡ଼, ଡି. ଫାର୍ମାରେ ସୁଶ୍ରିତା ପଣ୍ଡାଙ୍କୁ ଦିଆଯାଇଥିଲା। ସର୍ବଶ୍ରେଷ୍ଠ ଫାର୍ମାକୋଲୋଜିରେ ସମୀକ୍ଷା ସୌମ୍ୟାଶ୍ରୀ ଓ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ବିଜୟୀ ଦେବ ଆନନ୍ଦ ପାଢ଼ୀଙ୍କୁ ଅତିଥ୍‌ ମାନେ ପୁରସ୍କୃତ କରିଥିଲେ। ଆସୋସିଏଟ୍ ପ୍ରଫେସର ଆଶିଷ ସାହୁ ମଞ୍ଚ ସଂଯୋଜନା କରିଥିବା ବେଳେ ଆସିଷ୍ଟାଣ୍ଡ୍ ପ୍ରଫେସର ଶୁଭମ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *