ଲକର୍ମା ଠାରେ ବିଶ୍ୱ ବନ ଦିବସ ପାଳିତ l
ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ହରଡ଼ଖୋଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲକର୍ମା ଠାରେ ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି |ବିଦ୍ୟାଳୟର ଜୁନିଅର ରେଡକ୍ରସ ପରାମର୍ଶ ଦାତା ପ୍ରକୃତିପ୍ରେମୀ ଶିକ୍ଷକ ଶ୍ରୀ ବିକ୍ରମ କୁମାର ନନ୍ଦଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ବେହେରା ଛାତ୍ର ଛାତ୍ରୀଙ୍କୁ ଜଙ୍ଗଲର ଉପାଦେୟତା ବିଷୟ ରେ କହିବା ସହ ଜଙ୍ଗଲ ସୁରକ୍ଷା ଉପରେ ସଚେତନ କରାଇଥିଲେ |

ଛାତ୍ର ଛାତ୍ରୀ ଓ ଶିକ୍ଷକଙ୍କ ଦ୍ୱାରା ଗ୍ରାମ୍ୟ ସଚେତନ ରାଲି କରାଯାଇଥିଲା | ଶିକ୍ଷକ ବିକ୍ରମ କୁମାର ନନ୍ଦଙ୍କ ଦ୍ୱାରା ପ୍ରସ୍ତୁତ ଜଙ୍ଗଲ ସଚେତନତା ଧର୍ମୀ ଗୀତକୁ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ଗାନ କରିବା ସହିତ ନୃତ୍ୟ ପ୍ରଦର୍ଶନ ମାଧ୍ୟମରେ ଜନ ସଚେତନ ସୃଷ୍ଟି ପାଇଁ ପଦକ୍ଷେପ ନିଆ ଯାଇଥିଲା |ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶଙ୍କର୍ଷଣ ମିଶ୍ର ,ଦୟାନିଧି ପଧାନ, ପରିଚାଳନା କମିଟିର ସଭାପତି ବିପିନ ରଣା,ଉପେନ୍ଦ୍ର ଶଙ୍ଖୁଆ ,ସୀତାକାନ୍ତ ଅମାତ ,ବ୍ୟାସ ଦେବ ନନ୍ଦ, ମଧୁସୂଦନ ରଥ,ବିକାଶ ରଥ ,କୌଶିକ ଶଙ୍ଖୁଆ,ପ୍ରଶାନ୍ତ ଶଙ୍ଖୁଆ ପ୍ରମୁଖ ଉପସ୍ଥିତରହି କାର୍ଯ୍ୟକ୍ରମକୁ ସଫଳ କରିବା ସହ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
