September 30, 2026
Home » ଲଗାଣ ବର୍ଷା ସାଜିଲା ଦାଉ : ଶେଷଦେବଙ୍କ ପାଖରେ ପହଞ୍ଚିଲା ଜୁନିୟର୍ ରେଡ୍‌କ୍ରସ୍ l

ଲଗାଣ ବର୍ଷା ସାଜିଲା ଦାଉ : ଶେଷଦେବଙ୍କ ପାଖରେ ପହଞ୍ଚିଲା ଜୁନିୟର୍ ରେଡ୍‌କ୍ରସ୍ l

0
WhatsApp Image 2026-09-28 at 2.38.05 PM

ସୁବର୍ଣ୍ଣପୁର:ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ୍ ମଲ୍ଲିକମୁଣ୍ଡା ଗ୍ରା.ପ.ଅନ୍ତର୍ଗତ କେନ୍ଦୁମୁଣ୍ଡା ଗ୍ରାମର ଶେଷଦେବ ଦୀପଙ୍କ ଘର ଲଗାଣ ବର୍ଷା ଯୋଗୁଁ ଗତ ୨୫.୦୯.୨୦୨୬ ରାତିରେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା l ଘର ଭାଙ୍ଗି ଯାଇଥିବାରୁ ପରିବାରବର୍ଗ ରୋଷେଇକରି ମଧ୍ୟ ଖାଇପାରୁନାହାଁନ୍ତି ଏବଂ ପିଲାମାନଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି । ଏଣୁ ବାଧ୍ୟହୋଇ ଗ୍ରାମର ବିଦ୍ୟାଳୟ ବାରଣ୍ଡାରେ ସମୟ ବିତାଉଛନ୍ତି ।ଏହି ଖବର ପାଇ ଆଜି ସୁବର୍ଣ୍ଣପୁର ଜିଲ୍ଲା ଜୁନିୟର୍ ରେଡ୍‌କ୍ରସ୍ ଅଫିସର ଶ୍ରୀ ଚନ୍ଦ୍ରମଣି ବାଘଙ୍କ ମାର୍ଗଦର୍ଶନ କ୍ରମେ ସୋନପୁର ବ୍ଲକ୍ ଜୁନିୟର୍ ରେଡ୍‌କ୍ରସ୍ ସଂଯୋଜକ ଶ୍ରୀ ବିକ୍ରମ କୁମାର ନନ୍ଦଙ୍କ ନେତୃତ୍ୱରେ ଏକ ଟିମ୍ ଶେଷଦେବଙ୍କ ଘରେ ପହଞ୍ଚିଥିଲା।ଏହି ଟିମ୍‌‌ରେ କୁଲିପାଲିର ସ୍ୱେଚ୍ଛାସେବୀ ଭକ୍ତ କର୍ମୀ, ବ୍ୟାସଦେବ ନନ୍ଦ, ବିକାଶ ରଥ, ଦେବାଶିଷ ଦାଶ, ଧ୍ରୁବଚରଣ ରଥ, ପ୍ରଦୀପ ପ୍ରମୁଖ ଉପସ୍ଥିତ ଥିଲେ। ପରିବାରବର୍ଗଙ୍କୁ କିଛି ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରିବା ସହ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଗଣମାଧ୍ୟମ ମାଧ୍ୟମରେ ନିବେଦନ କରିଛନ୍ତି।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *