December 22, 2024
Home » ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଭାରପ୍ରାପ୍ତ ରାଜସ୍ବ ନିରୀକ୍ଷକ l

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଭାରପ୍ରାପ୍ତ ରାଜସ୍ବ ନିରୀକ୍ଷକ l

0

ସୁବର୍ଣ୍ଣପୁର –ଲଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବିନିକା ଥାନା ଅନ୍ତର୍ଗତ ସିନ୍ଦୂରପୁର ଏଆରଇ ତଥା ଭାରପ୍ରାପ୍ତ ଆରଆଇ ବିବେକାନନ୍ଦ ତ୍ରିପାଠୀ l ସୂଚନା ଅନୁସାରେ ସୂର୍ଯ୍ୟ କୁମାର୍ ମହାକୁର ନାମକ ଜଣେ ବ୍ୟକ୍ତି ତାଙ୍କ ଜମିକୁ ଘରବାରିରେ ପରିଣତ କରିବା ପାଇଁ ବିନିକା ତହସିଲରେ ଆବେଦନ କରିଥିଲେ l ତେବେ ସିନ୍ଦୂରପୂର ଏଆରଆଇ ବିବେକାନନ୍ଦ ତ୍ରିପାଠୀଙ୍କୁ ତଦନ୍ତ କରି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ତହସିଲ କାର୍ଯ୍ୟାଳୟ ପକ୍ଷରୁ l ହେଲେ ଏଆରଆଇ ତଦନ୍ତ ରିପୋର୍ଟ ଦେବା ପାଇଁ ସୂର୍ଯ୍ୟ କୁମାରଙ୍କୁ 60 ହଜାର ଟଙ୍କା ଦାବି କରିଥିଲେ l ଫଳରେ ସୂର୍ଯ୍ୟ କୁମାର୍ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ l ଯୋଜନା ଅନୁସାରେ ସୂର୍ଯ୍ୟ କୁମାର୍ ଆଜି ରାସାୟନିକ ପ୍ରଲେପ ଦିଆ ଯାଇଥିବା 20 ହଜାର ଟଙ୍କା ପ୍ରଥମ କିସ୍ତି ବାବଦରେ ଦେବା ପାଇ ସିନ୍ଦୂରପୂର ଆରଆଇ କାର୍ଯ୍ୟାଳୟକୁ ଯାଇ ଏଆରଆଇଙ୍କୁ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଟିମ ମାଡିବସିଥିଲେ l ସେଠାରୁ ରାସାୟନିକ ପ୍ରଲେପ ଦିଆଯାଇଥିବା ଟଙ୍କା ଜବତ ସହ ଏଆରଆଇଙ୍କୁ ଗିରଫ କରିଥିଲେ l ଏହି ଚଢାଉରେ ସୋନପୁର ଭିଜିଲାନ୍ସ ଡିଏସପି ରୀତାଞ୍ଜଳି ପ୍ରଧାନ, ଇନ୍ସପେକ୍ଟର ହୃଦାନନ୍ଦ କାଲୋ, ସମ୍ବଲପୁର ଭିଜିଲାନ୍ସର ଇନ୍ସପେକ୍ଟର ଦିଲ୍ଲୀପ ପ୍ରଧାନଙ୍କ ସମେତ ସୋନପୁର ଏବଂ ସମ୍ବଲପୁରର ଟିମ୍ ସାମିଲ ହୋଇଥିଲେ lଏ ନେଇ ସମ୍ବଲପୁର ଭିଜିଲାନ୍ସ କେସ ନମ୍ବର 26/2024 U/s -7PC ଆମେଣ୍ଡମେଣ୍ଟ ଆକ୍ଟ 2018 ଆଧାର ରେ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଚଳାଇଛି ବିଭାଗ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *

You may have missed