October 23, 2025
Home » ଲିଙ୍ଗଭିତ୍ତିକ ହିଂସା ଦୂରୀକରଣ ସଚେତନତା କାର୍ଯ୍ୟକ୍ରମ ୨୦୨୪ ଅନୁଷ୍ଠିତ

ଲିଙ୍ଗଭିତ୍ତିକ ହିଂସା ଦୂରୀକରଣ ସଚେତନତା କାର୍ଯ୍ୟକ୍ରମ ୨୦୨୪ ଅନୁଷ୍ଠିତ

0
WhatsApp Image 2024-12-10 at 8.05.05 PM (1)

ସୁବର୍ଣ୍ଣପୁର:ସଖି ୱାନ୍ ଷ୍ଟପ୍ ସେଣ୍ଟର, ସୁବର୍ଣ୍ଣପୁରରେ ଲିଙ୍ଗଭିତ୍ତିକ ହିଂସା ଦୂରୀକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଗତ ନଭେମ୍ବର ୨୫ ଠାରୁ ଆରମ୍ଭ ହୋଇ ଚଳିତ ଡିସେମ୍ବର ୧୦ ପର୍ଯ୍ୟନ୍ତ ପାଳିତ ହୋଇଥିଲା। ତେଣୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଓଡିଶା ସରକାରଙ୍କ ଓ ସୁବର୍ଣ୍ଣପୁର ଜିଲ୍ଲା ସାମାଜିକ କଲ୍ୟାଣ କାର୍ଯ୍ୟାଳୟ ସହଯୋଗରେ ଏହି କାର୍ଯ୍ୟକ୍ରମ ପାଳିତ ହୋଇଥିଲା। ଡିସେମ୍ବର ୧୦ ରେ ମାନବ ଅଧିକାର ଦିବସ ଓ ଲିଙ୍ଗଭିତ୍ତିକ ହିଂସା ଦୂରୀକରଣ ସଚେତନତା କାର୍ଯ୍ୟକ୍ରମର ଉଦଯାପନୀ ଦିବସ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ କୁମୁଦିନୀ ମୁଦୁଲି, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ଼. ଆର୍. ସି. ସ୍ୱାଇଁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଚତୁର୍ଭୁଜ ଦାଶ, ମହିଳା ଓ ଶିଶୁ ବିଭାଗର ଇନ୍ସପେକ୍ଟର ଶ୍ରୀମତୀ ନିର୍ମଳା ତ୍ରିପାଠୀ, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶଙ୍କର୍ଷଣ ପଣ୍ଡା, ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀମତୀ ଅନିତା ଗୁରୁ ଓ ସୁଦେଷ୍ଣା ମେହେର ଯୋଗ ଦେଇଥିଲେ। ସଖି ସେଣ୍ଟରର ମୁଖ୍ୟ ପରିଚାଳିତ ପାୟଲ ମିଶ୍ର ସଭା ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସଖିର କର୍ମଚାରୀ, କଲେଜ ଛାତ୍ରୀ, ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ, CRP, MBK ମାନେ ଉପସ୍ଥିତ ଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *