ଲେଖାଶ୍ରୀ ସାମନ୍ତସିଂହାରଙ୍କ ଅଶାଳୀନ ମନ୍ତବ୍ୟ ର ପ୍ରତିବାଦ : ସଂକୀର୍ତ୍ତନ୍ୟ ମଣ୍ଡଳୀ ଓ କଳାକାର ମାନଙ୍କ ତରଫରୁ ବିକ୍ଷୋଭ
ସୁବର୍ଣ୍ଣପୁର: କଳା ଓ ସଂସ୍କୃତି ପରିଷଦ, ଓଡିଶା ବୌଦ୍ଧ ଜିଲ୍ଲା ଶାଖା ତରଫରୁ ରାଜ୍ୟ ଅଧ୍ୟକ୍ଷ ଲଷ୍ମୀଧର ସାହୁଙ୍କ ଡାକରାରେ ବୌଦ୍ଧ ଜିଲ୍ଲା ସଭାପତି ଅରୁଣ କୁମାର ମେଣ୍ଡିଲିଙ୍କ ନେତୃତ୍ୱରେ ବୌଦ୍ଧ ଜିଲ୍ଲାର ସଂକୀର୍ତ୍ତନ୍ୟ ମଣ୍ଡଳୀ ଓ କଳାକାର ମାନେ ବୌଦ୍ଧ ମ୍ୟୁଜିୟମ ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବିଜୁ ଜନତା ଦଳର ମହିଳା ଉପ ସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ଡ଼. ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ଅଶାଳୀନ ମନ୍ତବ୍ୟ ବିରୁଦ୍ଧରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ବିକ୍ଷୋଭ ପ୍ରଦର୍ଶନ ପୁର୍ବକ ପ୍ରତିବାଦ ଜଣାଇଥିଲେ l ଶ୍ରୀମତୀ ସାମନ୍ତ ସିଂହାର ଡା. ବିଶ୍ୱାଳଙ୍କୁ ରାଜ୍ୟର ଲକ୍ଷ ଲକ୍ଷ ସଂକୀର୍ତ୍ତନ୍ୟ ମଣ୍ଡଳୀ ମାନଙ୍କ ପାଖରୁ ଭତ୍ତା କରେଇ ଦେବା ନାମରେ କୋଟି କୋଟି ଟଙ୍କା ଚାନ୍ଦା ଆଦାୟ କରୁଥିବା ଅପପ୍ରଚାର ବିରୁଦ୍ଧରେ ଗତ 25 ତାରିଖରେ ରାଜ୍ୟ ଭୁବନେଶ୍ୱର ଠାରେ ପ୍ରତ୍ୟେକ ଜିଲ୍ଲାର ସଭାପତି ଓ ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ନିଷ୍ପତ୍ତି କ୍ରମେ ଲେଖାଶ୍ରୀ ଭୁଲ ନ ମାଗିଲେ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବା ପରେ ଆସନ୍ତା 5 ତାରିଖ ରବିବାର ଦିନ ଲେଖାଶ୍ରୀଙ୍କ ଘର ଆଗରେ ପ୍ରତ୍ୟେକ ବ୍ଲକରୁ ହଜାର ହଜାର ସଂକୀର୍ତ୍ତନ୍ୟ ମଣ୍ଡଳୀ ସମେତ କଳାକାର ମାନେ କୀର୍ତ୍ତନ୍ୟ କରିବା ପାଇଁ ଚେତାବନୀ ଦେଇଛନ୍ତି l ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ରାଜ୍ୟ ଉପଦେଷ୍ଟା ତଥା ଗଞ୍ଜାମ ଜିଲ୍ଲା ପ୍ରଭାରୀ ବସନ୍ତ କୁମାର ସାହୁ, କନ୍ଧମାଳ ଜିଲ୍ଲା ପ୍ରଭାରୀ ସାମାଜିକ କର୍ମୀ ଶରତ ପ୍ରଧାନ ଓ ବୌଦ୍ଧ ଜିଲ୍ଲା ପ୍ରଭାରୀ ସାମାଜିକକର୍ମୀ କୃତ୍ତିବାସ ପଲିଆ ଉପସ୍ଥିତ ଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
