ଲୋକ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଚାନକ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ
ନୟାଗଡ: ନୟାଗଡ ଲୋକ ଜିଲ୍ଲାପାଳ ମଧୁମିତା ରଥ ତାଙ୍କ ଟିମ୍ ସହିତ ନୟାଗଡ଼ ଜିଲ୍ଲା ନୟାଗଡ଼ ବ୍ଲକ ଅଧୀନସ୍ଥ କ୍ରୀଦାସପୁର ଅଙ୍ଗନବାଡ଼ି କେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଥିଲେ । ଜିଲ୍ଲାପାଳଙ୍କ ତାଙ୍କ ଟିମରେ DSWO (I/C) ଶ୍ରୀମତୀ ଜୟଶ୍ରୀ ପଟ୍ଟନାୟକ ଏବଂ ଜିଲ୍ଲା ସଂଯୋଜକ ସତ୍ୟ ରଞ୍ଜନ ଦାଶ ଅଚାନକ ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ ।


ପରିଦର୍ଶନ ସମୟରେ ଜିଲ୍ଲାପାଳ ପିଲାମାନଙ୍କ ସହ ମଜାଳିଆ କଥାକହିବା, ପିଲାମାନଙ୍କ ସହିତ ଏମିତି ନିଜର ପ୍ରିୟ ଲୋକ ଭଳି ମିଶିଥିଲେଯେ, ପିଲାମାନେ ପରପୁରା ନଭାବି ଜିଲ୍ଲାପାଳଙ୍କ ପ୍ରତ୍ୟେକ ପଚାରିଥିବା ପ୍ରଶ୍ନର ଉତ୍ତର ହସି ହସି ଦେଇଥିଲେ । ଜିଲ୍ଲାପାଳଙ୍କ ସ୍ନେହ ଓ ଆଦର ପିଲାମାନଙ୍କୁ ବହୁତ ଆନନ୍ଦ ଦେଇଥିଲା । ଜିଲ୍ଲାପାଳ ଶ୍ରୀମତୀ ରଥ ପିଲାମାନଙ୍କ ସହିତ କିଛି ସମୟ ଅତିବାହିତ କରି, ସେମାନଙ୍କ ସହିତ ସୁବିଧା ବିଷୟ ବୁଝିଥିଲେ ।

ପିଲାମାନଙ୍କ ପୁଷ୍ଟି କର ଖାଦ୍ୟ, ସ୍ୱାସ୍ଥ୍ୟ ଏବଂ ଶିକ୍ଷାଗତ କାର୍ଯ୍ୟକଳାପର ସମୀକ୍ଷା କରିବା ସହିତ ସେମାନଙ୍କ ସର୍ବାଙ୍ଗୀନ ବିକାଶ, କଲ୍ୟାଣ ଓ ଅଧିକ ଉନ୍ନତି ଆଣିହେବ ସେନେଇ ଅଙ୍ଗନବାଡ଼ି ଦିଦି ଓ ସହାୟିକାଙ୍କ ସହିତ ଜିଲ୍ଲାପାଳ ଆଲୋଚନା କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
