November 20, 2025
Home » ଶକ୍ତିଧାମ ମନ୍ଦିରରେ ନବମୀ ମହୋତ୍ସବ ସମ୍ପନ୍ନ

ଶକ୍ତିଧାମ ମନ୍ଦିରରେ ନବମୀ ମହୋତ୍ସବ ସମ୍ପନ୍ନ

0
WhatsApp Image 2025-11-15 at 4.20.02 PM

ଟିଟିଲାଗତ : ଟିଟିଲାଗଡ଼ ରାଣୀସତୀ ଦାଦୀଜୀ ଶକ୍ତିଧାମ ମନ୍ଦିରରେ ୬ତାରିଖରୁ ଆରମ୍ଭ ହୋଇଥିବା ମାର୍ଗଶିର ନବମୀ ମହୋତ୍ସବ  ସମ୍ପନ୍ନ ହୋଇଛି। ମାଁ ଭଗବତୀ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ମହୋତ୍ସବ ସମାରୋହରେ ୬ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ୯ଦିନ ବ୍ୟାପୀ ଅଖଣ୍ଡ ଜ୍ୟୋତି ଓ ଭଜନ କୀର୍ତ୍ତନ, ୧୨ତାରିଖରେ ଚୁନ୍ଦଡ଼ୀ ଶୋଭାଯାତ୍ରା, ୧୩ତାରିଖରେ ମହିଳାମାନଙ୍କ ଦ୍ୱାରା ୧୦୮ ମଙ୍ଗଳପାଠ ସହ ଛପନଭୋଗ ବଣ୍ଟନ କରାଯାଇଥିଲା। ୧୪ ତାରିଖରେ ଜୁଆର ଶୋଭଯାତ୍ରା ହୋଇଥିଲା । ସ୍ଥାନୀୟ ବିଧାୟକ ନବୀନ ଜୈନ ଓ ପୌରାଧ୍ଯକ୍ଷା ମମତା ଦେବୀ ଜୈନ, ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ , ସହାୟକ ଜିଲ୍ଲାପାଳ ସନ୍ଦୀପ ଚନ୍ଦ୍ରାକର ଉତ୍ସବରେ ଯୋଗଦେଇ ଶ୍ରଦ୍ଧାଳୁମାନଙ୍କୁ ଉତ୍ସାହିତ କରିଥିଲେ । ମହୋତ୍ସବ କମିଟିର ଅଧ୍ୟକ୍ଷ ସୁରଜମଲ ସୋନୀ, ଟ୍ରଷ୍ଟି ସନ୍ତୋଷ କେଜ୍ରିୱାଲ, କଣ୍ଟାବାଞ୍ଜିର ମଣିଲାଲ ଅଗ୍ରୱାଲ, ଗୋକୁଲ ଟିବଡେ ୱଲ, ନନ୍ଦକିଶୋର ଇନ୍ଦୋରିଆ, ଗୋପାଲ ଟିବଡେୱାଲ, ପ୍ରମୋଦ ଦୋଦକା, ମନୋଜ ଦୋଦକା ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ କେସିଙ୍ଗା, କଣ୍ଟାବାଞ୍ଜି, ସଇଁତଳା,ଦେଓଗାଁ, ବଲାଙ୍ଗିର, ତୁଷୁରା, ପାଟଣାଗଡ଼, ଗଜ ଖଡିଆଳ ଅଞ୍ଚଳର ଶତାଧିକ ଶ୍ରଦ୍ଧାଲୁ ସହଯୋଗ ଦେଇଥିଲେ। ଟ୍ରଷ୍ଟି ଡାକ୍ତର ଗୌରୀଶଙ୍କର କେଜ୍ରିୱାଲ ଆୟୋଜକ ମଣ୍ଡଳୀ ଓ ଜନସଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି।

 

ଟିଟିଲାଗଡ ଇପିଏ ରୁ ସନ୍ତୋଷ କେଜରିୱାଲ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *