February 28, 2026
Home » ଶଗଡରେ ଶାଶୂଘରକୁ ଆସିଲା ନବବଧୂ

ଶଗଡରେ ଶାଶୂଘରକୁ ଆସିଲା ନବବଧୂ

0
WhatsApp Image 2026-02-27 at 5.53.45 PM

 ରୀତିନୀତି ଅନୁସାରେ ବିବାହ (ପୁରୁଣା ପରପମ୍ପରାକୁ ମନେ ପକାଇବା ଓ ପ୍ରଦୂଷଣ ରୋକିବା ପାଇଁ ପ୍ରୟାସ)

ପୋଲସରା : ଶଗଡ଼ଗାଡିରେ ଆସିଲା ନବବଧୂ, ରୀତିନୀତି ଅନୁସାରେ ବିବାହ, ପୁରୁଣା ପରମ୍ପରାକୁ ମନେ ପକାଇବାକୁ ଏହି ବିବାହ ଦ୍ଵାରା ପ୍ରୟାସ କରାଯାଇଥିବା ଜଣାପଡିଛି । ଦିନ ଥିଲା ବାହାଘର ଓ ଚାଷକାମ ହେଉ ଅଥବା ଜିନିଷପତ୍ର ନେବା ଆଣିବାରେ ଶଗଡ ଗାଡିର ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲା।ଗ୍ରାମାଞ୍ଚଳରେ ସୁସଜ୍ଜିତ ଶଗଡ ଗାଡିରେ ନବବଧୂ ଟିଏ ଶାଶୂଘର ଯିବା ପରମ୍ପରା କାହିଁ କେଉଁ କାଳରୁ ଚାଲି ଆସୁଥିଲା । ହେଲେ ଆଧୁନିକତାର ଛାପ ଓ ଆଜିକାଲି ଦୁନିଆରେ ଯନ୍ତ୍ର ଚାଳିତ ଗାଡିର ବହୁଳ ବ୍ଯବହାର ରେ ଶଗଡ ଗାଡି ହଜିଗଲାଣି ବୋଲି କହିଲେ ଜମାରୁ ଅତ୍ଯୁକ୍ତି ହେବନି। ତେବେ ଏହି ପୁରାତନ ପରମ୍ପରାକୁ ପୁଣି କବିସୂର୍ଯ୍ୟନଗର ବ୍ଳକ ସାନ୍ତରାପଲ୍ଲୀ ଗ୍ରାମର ପ୍ରମୋଦ ପ୍ରଧାନ ଉଜ୍ଜୀବିତ କରିଛନ୍ତି। ଶଗଡ ଗାଡି ପଠାଇ ବୋହୂକୁ ଘରକୁ ଆଣିବା ପରେ ପୁଅ ସହ ବାହାଘର କରାଇଛନ୍ତି।ପ୍ରମୋଦଙ୍କ ଏକ ମାତ୍ର ପୁଅ ଶନିଶ୍ଚର ପ୍ରଧାନ ଙ୍କ ବାହାଘର ପୋଲସରା ବ୍ଳକ କଳମ୍ବ ଗ୍ରାମ ସ୍କୁଲ ସାହିର ଦେବରାଜ ପ୍ରଧାନଙ୍କ ଝିଅ ବର୍ଷ ସହ ଠିକ ହୋଇଥିଲା। ତେବେ ବାହା ଘରକୁ ସ୍ମରଣୀୟ କରିବାକୁ ପ୍ରମୋଦଙ୍କ ଘରୁ ବୋହୂକୁ ଆଣିବାକୁ ଏକ ଶଗଡଗାଡି ପଠାଯାଇଥିଲା।ନବବଧୂ ବେଶରେ ସଜେଇ ହୋଇ ବର୍ଷା ପ୍ରଧାନ ଶଗଡଗାଡିରେ ବସି ସାନ୍ତରାପଲ୍ଲୀ ଗ୍ରାମ ଶାଶୂଘରେ ପହଞ୍ଚିବା ପରେ ବର ଓ କନ୍ୟା ଙ୍କ ବିବାହ ପରମ୍ପରା ଓ ରୀତିନୀତି ଅନୁସାରେ ଅତି ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଥିଲା। ଶଗଡ଼ଗାଡିଟି ନବବଧୂକୁ କଳମ୍ବ ଗ୍ରାମରୁ ନେଇ ସାନ୍ତରାପଲ୍ଲୀ ଗ୍ରାମ ପର୍ଯ୍ୟନ୍ତ ଯିବା ବାଟରେ ଲୋକମାନେ ଆଗ୍ରହର ସହିତ ଫୋଟ ଓ ଭିଡ଼ିଓ ଉଠାଇ ବିଭିନ୍ନ ସୋସିଆଲ ମିଡ଼ିଆରେ ପ୍ରସାରିତ କରି ଏହି ପୁରାତନ ପରମ୍ପରାକୁ ଲୋକଲୋଚନକୁ ଆଣି ଆଧୁନିକ ଯୁଗରେ ଯନ୍ତ୍ର ଦ୍ବାରା ଚାଲିତ ଯାନବାହାନରୁ ହେଉଥିବା ପରିବେଶ ପ୍ରଦୂଷଣ ରୋକିବା ପାଇଁ ଏହା ଏକ ପ୍ରୟାସ କରିଛନ୍ତି।

Leave a Reply

Your email address will not be published. Required fields are marked *