November 13, 2025
Home » ଶହୀଦ ଦିବସ ଉପଲକ୍ଷେ ଭୁବନେଶ୍ୱରରେ ରୟାଲ୍ ଏନ୍ଫିଲ୍ଡ ବୁଲେଟ୍ ବାଇକ୍‌ ରାଇଡ୍‌ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ

ଶହୀଦ ଦିବସ ଉପଲକ୍ଷେ ଭୁବନେଶ୍ୱରରେ ରୟାଲ୍ ଏନ୍ଫିଲ୍ଡ ବୁଲେଟ୍ ବାଇକ୍‌ ରାଇଡ୍‌ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ

0
WhatsApp Image 2025-03-24 at 2.39.55 PM

ଭୁବନେଶ୍ୱର: ଭାରତ ମାତାଙ୍କ ପରମ ସନ୍ତାନ ଶହୀଦ ଭଗତ ସିଂହ, ଶହୀଦ ସୁଖଦେବ ଏବଂ ଶହୀଦ ରାଜଗୁରୁଙ୍କ ନିବିଡ଼ ସ୍ମୃତିରେ ତୃପ୍ତି ଅଟୋୱାଲ୍ଡ ରୟାଲ୍ ଏନ୍ଫିଲ୍ଡ ତରଫରୁ ଏକ ‘ରାଇଡ ଫର୍ ଏ କଜ୍’ ଆୟୋଜିତ ହୋଇଥିଲା। ଏହି ବୈଶିଷ୍ଟ୍ୟପୂର୍ଣ୍ଣ ରୟାଲ୍ ଏନ୍ଫିଲ୍ଡ ବୁଲେଟ୍ ବାଇକ୍ ଯାତ୍ରାରେ ଅନୁମାନିତ ୫୦ ଜଣ ରାଇଡର୍‌ ଅଂଶଗ୍ରହଣ କରିଥିଲେ ଏବଂ ଦେଶପ୍ରେମ ଏବଂ ଶହୀଦମାନଙ୍କ ପ୍ରତି ସମ୍ମାନ ଜଣାଇଥିଲେ।

ଏହି ଯାତ୍ରା ତୃପ୍ତି ଅଟୋୱାଲ୍ଡ ରୟାଲ୍ ଏନ୍ଫିଲ୍ଡ, ପାତ୍ରପଡା, ଭୁବନେଶ୍ୱରରୁ ଆରମ୍ଭ ହୋଇ ଭୁବନେଶ୍ୱରର ୟୁନିଟ୍-୩ ଶ୍ରୀରାମ ମନ୍ଦିର, ଯାଏଁ ଅନୁଷ୍ଠିତ ହୋଇଥିଲା। ଯାତ୍ରାରେ ଅଂଶଗ୍ରହଣ କରୁଥିବା ରାଇଡର୍‌ମାନେ ଜାତୀୟ ଆନ୍ଦୋଳନରେ ଏହି ତିନି ଯୁବ ଅଗ୍ରଣୀଙ୍କ ସଂଘର୍ଷ ଏବଂ ବଳିଦାନକୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଶ୍ରୀରାମ ମନ୍ଦିରରେ ପହଞ୍ଚି ବୁଲେଟ୍ ରାଇଡର୍‌ମାନେ ଦୀପ ଜାଳି ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ। ଏହି ଦୀପଗୁଡିକ ଏକ ପ୍ରତୀକ ଭାବରେ ଦେଶ ନିମନ୍ତେ ଏହି ଯୁବ ସୂର୍ଯ୍ୟମାନଙ୍କ ବଳିଦାନକୁ ଆଲୋକିତ କଲା। ଅନେକ ରାଇଡର୍‌ମାନେ ଏହି ଅବସରରେ ମତ ପ୍ରକାଶ କରି ଶହୀଦ ଭଗତ ସିଂହ, ଶହୀଦ ସୁଖଦେବ ଏବଂ ଶହୀଦ ରାଜଗୁରୁଙ୍କ ବଳିଦାନ ଭାରତୀୟ ଯୁବପିଢି ପାଇଁ ଏକ ପ୍ରେରଣା ସ୍ରୋତ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ କମର୍ସ ମେରିଟ୍ ଏକାଡେମୀ ର ଶିକ୍ଷକ ଓ ଛାତ୍ର ଛାତ୍ରୀ ଏବଂ ଯୁବ ସଂକଳ୍ପ ଫାଉଣ୍ଡେସନ ର ସଦସ୍ୟ ମାନେ ମଧ୍ୟ ଯୋଗ ଦେଇଥିଲେ ।

ଏହି ଆୟୋଜନର ଉଦ୍ଦେଶ୍ୟ ହେଉଛି ଯୁବ ସମାଜ ମଧ୍ୟରେ ଦେଶପ୍ରେମ ଏବଂ ଦେଶ ସେବାର ଭାବନା ଜାଗୃତ କରିବା। ଏହି ‘ରାଇଡ ଫର୍ ଏ କଜ୍’ କେବଳ ଏକ ବୁଲେଟ୍ ବାଇକ୍ ରାଲି ନୁହେଁ, ବରଂ ଏକ ଦେଶପ୍ରେମୀ ଆନ୍ଦୋଳନ ଯେଉଁଥିରେ ଯୁବ ଉତ୍ସାହ ଶହୀଦମାନଙ୍କ ସ୍ମୃତି ସହିତ ଏକତ୍ରିତ ହୋଇଥିଲା। ତୃପ୍ତି ଅଟୋୱାଲ୍ଡ ପକ୍ଷରୁ ଏହି ପ୍ରୟାସ ପ୍ରତିବର୍ଷ କରିବାକୁ ମନସ୍କାମନା ବ୍ୟକ୍ତ କରିଥିଲେ ତୃପ୍ତି ଅଟୋୱାଲ୍ଡ ରୟାଲ୍ ଏନ୍ଫିଲ୍ଡର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ।

ଏହି କାର୍ଯ୍ୟକ୍ରମ ଅନେକ ଯୁବ ମନକୁ ପ୍ରଭାବିତ କରି ଦେଶପ୍ରେମର ଆତ୍ମବୋଧ ଜାଗୃତ କରିଥିଲା। ଭୁବନେଶ୍ୱରର ରାସ୍ତାରେ ଏହି ବୃହତ୍ ରାଲି ଦେଖି ଅନେକ ଲୋକ ଉତ୍ସାହ ଏବଂ ସମର୍ଥନ ଜଣାଇଥିଲେ। ଶହୀଦମାନଙ୍କ ପ୍ରତି ଏହି ସମ୍ମାନ ଏବଂ ଦେଶପ୍ରେମର ଏହି ଉତ୍ସବ ଆଗାମୀ ବର୍ଷଗୁଡ଼ିକରେ ଆଉ ଅଧିକ ଜୋରଦାର ଭାବେ ଆୟୋଜିତ କରିବା ଏକ ଦୃଢ଼ ପ୍ରତିଶ୍ରୁତି।

ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *