ଶାଗୁଆନ କାଠ ଗଣ୍ଡି ସହ ଟ୍ରାକ୍ଟର ଜବତ କଲା ବନ ବିଭାଗ,ଚାଳକ ଫେରାର

ମୂଲ୍ୟବାନ ଶାଗୁଆନ କାଠ ଗଣ୍ଡି ଚୋରା ଚାଲାଣ ହେଉଥିବା ବେଳେ ଧର୍ମଗଡ ବନ ବିଭାଗ ଦ୍ବାରା ଧରାପଡ଼ିଚି । ଗାଡ଼ି ଚାଳକ ଫେରାର ହୋଇ ଯାଇ ଥିବା ବେଳେ ଜବତ କାଠ ଓ ଟ୍ରାକ୍ଟର ବନ ବିଭାଗ କାର୍ଯ୍ୟାଳୟ ରେ ରଖା ଯାଇଛି ।
ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ କାଲି ରାତି ରେ ସ୍କ୍ୱାର୍ଡ ଟିମ୍ ପାଟ୍ରୋଲିଂ କରୁଥିବା ସମୟ ରେ ଗୋତୋମୁଣ୍ଡା – ଥୁଟିବର ରାସ୍ତା ରେ ଗୋଟିଏ ଟ୍ରାକ୍ଟର ରେ ଶାଗୁଆନ କାଠ ଗଣ୍ଡି ବୋଝେଇ ହୋଇ ଯାଉ ଥିବା ଦେଖି ଥିଲେ । ଗାଡ଼ି କୁ ଅଟକାଇବା ପରେ ଚାଳକ ଗାଡ଼ି ଛାଡ଼ି ଦେଇ ଫେରାର ମାରି ଥିଲା ।
ବନ ବିଭାଗ ପକ୍ଷରୁ ଟ୍ରାକ୍ଟର ଗାଡ଼ି ଏବଂ ଏଥିରେ ଥିବା ୨୩ ଖଣ୍ଡ ଶାଗୁଆନ କାଠ ଗଣ୍ଡି କୁ ଜବତ କରାଯାଇ ଧର୍ମଗଡ ରେଞ୍ଜ କାର୍ଯ୍ୟାଳୟ କୁ ଅଣା ଯାଇଥିଲା । ଜବତ କାଠ ର ଆନୁମାନିକ ମୂଲ୍ୟ ତିନି ଲକ୍ଷ ଟଙ୍କା ରୁ ଅଧିକ ହେବ ବୋଲି ରେଞ୍ଜର (ବନପାଳ) ଭବାନୀ ଶଙ୍କର କାଉର ସୂଚନା ଦେଈଛନ୍ତି। ଚଢ଼ାଉ ରେ ବେହେରା ଫରେଷ୍ଟର ତଥା ସେକ୍ସନ ଇନଚାର୍ଜ ରାଜେନ୍ଦ୍ର ନାଏକ, ସ୍କ୍ୱାର୍ଡ କୋକିଳ ଭାଟି , କୁନା ପ୍ରଧାନୀ, ପାରା ଫରେଷ୍ଟ ଷ୍ଟାଫ ସ୍ଵାଧୀନ ଦଣ୍ଡସେନା, ନମିତା ବାଗ ପ୍ରମୁଖ ସାମିଲ ଥିଲେ।
କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ