ଶାନ୍ତି ଶୃଙ୍ଖଳାର ସହିତ ବାହୁଡ଼ା ଯାତ୍ରା ସମାପନ

“ଗ୍ରୀନ ପାରାଦୀପ ଟ୍ରଷ୍ଟ” ଓ “ପାରାଦୀପ ସାମ୍ବାଦିକ”ଙ୍କ ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କୁ ମୃଦୁ ପାନୀୟ ଓ ଚାରା ବଣ୍ଟନ
ପାରାଦୀପ -ଜଗତର ନାଥ ଜଗନ୍ନାଥ ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଥିରେ ନେଇ ମାଉସୀ ମା ଘରେ ଆଠଦିନର ରହଣି ପରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ହରିବୋଲ, ହୁଳ ହୁଳି ,ନାମ ସଙ୍କୀର୍ତ୍ତନରେ ଶନିବାର ବଡ ଦେଉଳ (ମନ୍ଦିର) କୁ ବାହୁଡ଼ିଛନ୍ତି l ଏହି ବାହୁଡା଼ ଯାତ୍ରା ଅବସରରେ “ଗ୍ରୀନ ପାରାଦୀପ ଟ୍ରଷ୍ଟ” ର ସଦସ୍ୟ ଓ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ତରଫରୁ ଗାନ୍ଧୀ ଛକ ଏଡିଏମ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରଦ୍ଧାଳୁ ମାନଙ୍କୁ ବୃକ୍ଷ ଚାରା ସମେତ ମୃଦୁ ପାନୀୟ ବଣ୍ଟନ କରାଯାଇଥିଲା । ସୂଚନା ଥାଉ କି, ପବିତ୍ର ରଥଯାତ୍ରା ଦିନ ମଧ୍ୟ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ଷ୍ଟଲରେ ମୃଦୁ ପାନୀୟ ଓ ଚାରା ବଣ୍ଟନ କରାଯାଇଥିଲା l
ଗ୍ରୀନ ପାରାଦୀପ ଟ୍ରଷ୍ଟ ର ସଭାପତି ରାକେଶ କୁମାର ପଟ୍ଟନାୟକଙ୍କ ନେତୃତ୍ଵରେ ଟ୍ରଷ୍ଟର ସଦସ୍ୟ ତଥା ସାମ୍ବାଦିକ ଶୁକଦେବ ଜେନା,ଶଶାଙ୍କ ଆଚାର୍ଯ୍ୟ,ରବୀନ୍ଦ୍ର କୁମାର ଜେନା,ସୁଧାଂଶୁ ନାୟକ, ପ୍ରୀତି ରଞ୍ଜନ ମହାପାତ୍ର,ପ୍ରଶାନ୍ତ ସ୍ବାଇଁ,ପ୍ରଭାକର ସାହୁ,ସଞ୍ଜୟ ରାଉତ,ତ୍ରିଲୋଚନ ମହାପାତ୍ର,ବିବେକାନନ୍ଦ ରାଉତ,ପ୍ରଭାସ ଦାସ,ସନ୍ତୋଷ ଭାରତୀ,ବିରଜା ତ୍ରିପାଠି, ଗୌରାଙ୍ଗ ଚରଣ ଜେନା,ପ୍ରଶାନ୍ତ ରାଉତ,ସୁଦର୍ଶନ ବିଶ୍ଵାଳ,ଅବଦୁଲ ଆବିଦ୍ ଖାଁ,ଅଜିତ ଦାସ,ବିରଜା ସେଠୀ,ନାରାୟଣ ବେହେରାଙ୍କ ସମେତ ଟ୍ରଷ୍ଟ ର କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ପରିଚାଳନା କରିଥିଲେ l
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ