August 26, 2025
Home » ଶାନ୍ତିର ବାର୍ତ୍ତା ନେଇ ପୂଜା ପାଇବେ ‘ଶ୍ରୀ ଗଜାନନ’

ଶାନ୍ତିର ବାର୍ତ୍ତା ନେଇ ପୂଜା ପାଇବେ ‘ଶ୍ରୀ ଗଜାନନ’

0
WhatsApp Image 2025-08-17 at 3.49.37 PM

ରାଜଧାନୀର ନୂଆପଲ୍ଳୀ ନୂଆସାହି ଶ୍ରୀ ଶ୍ରୀ ଆଖଣ୍ଡଳମଣୀ ସେବା ସଂସଦ ୪୦ ତମ ବର୍ଷରେ ପଦାର୍ପଣ କରିଛି। ଏହି ଅବସରରେ ରାଜ୍ୟକୁ ଶାନ୍ତିର ବାର୍ତ୍ତା ଦେଇ ଓଡିଶାର ସର୍ବବୃହତ୍ତମ ଶ୍ରୀ ଗଜାନନ ମୂର୍ତ୍ତି ଚଳିତ ବର୍ଷ ଶ୍ରୀ ଗଣେଷ ଚତୁର୍ଥୀ ଅବସରରେ ପୂଜା ପାଇବେ ବୋଲି ସଂସଦ ପକ୍ଷରୁ କୁହାଯାଇଛି।


ଅନୁଷ୍ଠାନର ସଂଯୋଜକ ମିଲନ କୁମାର ପାଇକରାୟଙ୍କ ଅଧ୍ୟକ୍ଷତାରେ ସହ ସଂଯୋଜକ ଦେବବ୍ରତ ମହାନ୍ତି କହିଥିଲେ ଯେ, ଓଡିଶାରେ ସାମାଜିକ ଚଳଣୀ, ସଂସ୍କୃତି ଓ ଭାଇଚାରାକୁ ନେଇ ଶ୍ରୀ ଶ୍ରୀଆଖଣ୍ଡଳମଣୀ ସେବା ସଂସଦ ତାର କାର୍ଯ୍ୟକ୍ରମ ଜାରୀ ରଖିଛି। ତେବେ ଆସନ୍ତା ବିଘ୍ନରାଜ ପୂଜା କେବଳ ପୂଜାରେ ସୀମିତ ନ ରହି ଏହି ଅବସରରେ ବୃକ୍ଷରୋପଣ, ରକ୍ତଦାନ ଶିବିର ଅସହାୟଙ୍କୁ ରିଲିଫ୍ ବଣ୍ଟନ ଏବଂ ଗତ ମହାମାରୀ ସମୟରେ ସଂଗଠନର ସଦସ୍ୟମାନେ ନିସ୍ୱାର୍ଥପର ଭାବେ ପୀଡିତାଙ୍କ ସୁଖ ଦୁଃଖରେ ସାମିଲ କଲେ ତାହା ପ୍ରଶଂସନୀୟ। ୍ର

ଅନୁଷ୍ଠାନର ସଭାପତି ଶ୍ରୀ ହିଂମାଶୁ ପ୍ରଧାନ, ଓ ଉପସଭାପତି ପ୍ରଭାତ ପ୍ରଧାନ ନୂଆସାହିର ‘ ଶ୍ରୀ ଗଣେଷ ମହୋତ୍ସବ’ ଗତ ୨୦୧୯ ମସିହାରୁ ଆରମ୍ଭ ହୋଇ କିପରି ଓଡିଶାର ସର୍ବବୃହତ୍ତମ ଶ୍ରୀ ଗଜାନନ ଭାବେ ପୂଜା ପାଇବା ଅଭୂଲା ଇତିହାସ ରଚିିଛି। ଚଳିତ ବର୍ଷ ମଧ୍ୟ ସମାଜକୁ ଶାନ୍ତିର ବାର୍ତ୍ତା ଦେବା ପାଇଁ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଅବିକଳ ଢାଞ୍ଚାରେ ଗଜାନନଙ୍କ ପ୍ରତିମା ଭକ୍ତଙ୍କ ମନରେ ଦେଶପ୍ରେମ, ଭାଇଚାରା ଓ ସନାତନ ଧାର୍ମିକ ପ୍ରଭାବ ଅଧିକ ରୁଦ୍ଧିମନ୍ତ ହେବ। ସାଂଗଠନିକ ସମ୍ପାଦକ ସାଗର ବଳବନ୍ତରାୟ ଏହି ଉତ୍ସବ ୭ଦିନ ଧରି ଚାଲିବା ସହ ମୀନା ବଜାର, ସୁନାମଧନ କଣ୍ଠଶିଳ୍ପୀଙ୍କ ଦ୍ୱାରା ସଂଗୀତ ପରିବେଷଣ, ପ୍ରସାଦ ସେବନ ବ୍ୟବସ୍ଥା, ବିଭିନ୍ନ ପାରମ୍ପାରିକ ବାଦ୍ୟ ଓ ଆଧୁନିକ ରୋଷଣୀରେ ଭସାଣୀ ଉତ୍ସବ ସମାପନ ହେବ। ଉପସଭାପତି ସୁମନ୍ତ ସାମନ୍ତରାୟ, କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ ବଡଜେନା ଓ ଯୁବ ସଦସ୍ୟ ଉମାଶଙ୍କର ଶତପଥୀ ପ୍ରମୁଖ ପୂଜାର ବଜେଟ୍ ପ୍ରାୟ ୩୦ ଲକ୍ଷ ଟଙ୍କା ଥିବା ସହ ଆକର୍ଷଣୀୟ ତୋରଣ ସମେତ ଚତୁଃପାଶ୍ୱର୍ ଆଲୋକମାଳାରେ ସୁଶୋଜ୍ଜିତ କରାଯିବ। ଭାଇଚାରା ଓ ବିଶ୍ୱ କୁ ଶାନ୍ତି ଦେବା ଉଦ୍ଦେଶ୍ୟ ସହ ଭିଡରେ ମହିଳାଙ୍କ ସୁରକ୍ଷା ପାଇଁ ଜୀବନ ଜ୍ୟୋତି ଟିମ୍ ର ସହାୟତା ନିଆଯିବ। ଏହାର ସଫଳତା ନେଇ ସେମାନେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

Leave a Reply

Your email address will not be published. Required fields are marked *