ଶାଳ କାଠ ଜବତ,ଗାଡ଼ି ଛାଡ଼ି ଡ୍ରାଇଭର ଫେରାର

ସୁବର୍ଣ୍ଣପୁର– ଚାଲିଥିବା ଜଗତଜନନୀ ମାଁ ଦୁର୍ଗାଙ୍କ ପୂଜାରେ ପ୍ରଶାସନ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସାଧାରଣ ଲୋକେ ବ୍ୟସ୍ତ ଥିବା ବେଳେ ଏହାର ସୁଯୋଗ ନେଇ ଜଣେ କାଠ ବ୍ୟବସାୟୀ ରାତି ଅଧିଆ ଗାଡ଼ିରେ ଲୋଡ଼ିଂ କରି ଶାଳ କାଠ ନେଉଥିବା ବେଳେ ସ୍ଥାନୀୟ ବିନିକା କଲେଜ ଛକ ଠାରେ କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ କର୍ମଚାରୀ ମାଡ଼ି ବସିଥିଲେ।
ଫଳରେ ଗାଡ଼ି ଚାଳକ ଗାଡ଼ି ରଖି ଫେରାର ମାରିବାରେ ସଫଳ ହୋଇଛି।ମିଳିଥିବା ସୂଚନା ଅନୁସାରେ OD -17 Q 8571 ନମ୍ବର ଟାଟା ଗାଡ଼ି ରେ ୫୨ଖଣ୍ଡ ଶାଲ କାଠ ଭର୍ତ୍ତି ହୋଇଥିଲା ରାତି ପ୍ରାୟ ୧୧ଟା କିଟିକିଟି ଅନ୍ଧାରର ସୁଯୋଗ ନେଇ ଡ୍ରାଇଭର ଓ କାଠ ମାଫିଆ ଗାଡ଼ିରେ କାଠ ନେଉଥିବା ବେଳେ ବନ ବିଭାଗ କର୍ମଚାରୀ ଅତର୍କିତ ଭାବେ ଚଢ଼ାଉ କରିଥିଲେ । ଫଳରେ ଡ୍ରାଇଭର ଓ କାଠ ମାଫିଆ ସେଠାରୁ ଚମ୍ପଟ ମାରିଥିଲେ ।ଘଟଣା ସ୍ଥଳରୁ ବନ ବିଭାଗ ରେଞ୍ଜର ଡମ୍ବରୁଧର ପ୍ରଧାନ ଓ ଷ୍ଟାଫ ଶାଲ କାଠ ଗାଡିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..